ETV Bharat / state

ହୀରାକୁଦ କେଜ କଲଚର ଓ ଚିପିଲିମା ମତ୍ସ୍ୟ ଯାଆଁଳ କେନ୍ଦ୍ର ପରିଦର୍ଶନ କଲେ କୃଷି ମନ୍ତ୍ରୀ

author img

By

Published : Jul 17, 2021, 11:49 AM IST

ଆଗାମୀ ଦିନରେ ଓଡିଶାରେ କିପରି ଭାବେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇବ ସେନେଇ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ସମ୍ବଲପୁର ଗସ୍ତରେ ଯାଇଥିବା ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଅଧିକ ପଢନ୍ତୁ...

ମନ୍ତ୍ରୀ ଅରୁଣ ସାହୁଙ୍କ ହୀରାକୁଦ କେଜ କଲଚର ଓ ଚିପିଲିମା ମତ୍ସ୍ୟ ଯାଆଁଳ କେନ୍ଦ୍ର ପରିଦର୍ଶନ

ସମ୍ବଲପୁର: ସମ୍ବଲପୁର ଗସ୍ତରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଅରୁଣ ସାହୁ । ଆଜି ମନ୍ତ୍ରୀ ଅରୁଣ ସାହୁ ସମ୍ବଲପୁର ଗସ୍ତରେ ଆସି ହୀରାକୁଦ ଜଳଭଣ୍ଡାର କେଜ କଲଚର ସାଇଟ ଓ ଚିପିଲିମା ଠାରେ ତିଆରି ହେଉଥିବା ନୂତନ ମତ୍ସ୍ୟ ଯାଆଁଳା କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ଆଗାମୀ ଦିନରେ ଓଡିଶାରେ କିପରି ଭାବେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇବ ସେନେଇ ରାଜ୍ୟ ସରକାର ପଦକ୍ଷେପ ନେଉଥିବା କହିଛନ୍ତି । ଏପରିକି ଆଗାମୀ ଦିନରେ ଚିପିଲିମା ମତ୍ସ୍ୟ ଯାଆଁଳା କେନ୍ଦ୍ରରେ ବର୍ଷିକ 50 କୋଟି ମତ୍ସ୍ୟ ଯାଆଁଳା ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ମତ୍ସ୍ୟ ଉତ୍ପାଦନରେ ଓଡିଶା ହେବ ଆତ୍ମ ନିର୍ଭରଶୀଳ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଫୋକସ ରହିଛି ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଉପରେ। ଏଥିପାଇଁ ରାଜ୍ୟ ସରକାର ପଦକ୍ଷେପ ମଧ୍ୟ ନେଇଛନ୍ତି । ବର୍ତ୍ତମାନ କେଜ କଲଚର ମାଛ ଚାଷ ଦ୍ୱାରା ବିଭିନ୍ନ ଦେଶରେ ମତ୍ସ୍ୟ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଥିବା ବେଳେ ହୀରାକୁଦ ଜଳଭଣ୍ଡାରରେ ମଧ୍ୟ ଏହି କେଜ କଲଚର ମାଛ ଚାଷ ଆରମ୍ଭ କରାଯାଇଛି ।

ଶୁକ୍ରବାର ମନ୍ତ୍ରୀ ଅରୁଣ ସାହୁ ସମ୍ବଲପୁର ଗସ୍ତରେ ଆସି ସକାଳ 10 ଟାରେ ହୀରାକୁଦ ସ୍ଥିତ କେଜ କଲଚର ସାଇଟକୁ ପରିଦର୍ଶନ କରିବା ସହ ଏହି କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ଅବଲୋକନ କରିଛନ୍ତି । ଏହାପରେ ସେ ଚିପିଲିମା ସ୍ଥିତ ନୂଆଁ ମାଛ ଯାଆଁଳା କେନ୍ଦ୍ର ପରିଦର୍ଶନ କରିବା ସହ ଏହାର ଅଗ୍ରଗତି ଓ ସ୍ଥିତି ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସଚିବ ରଘୁ ପ୍ରସାଦ, ସମ୍ବଲପୁର ଜିଲ୍ଲାପାଳଙ୍କ ଦାୟିତ୍ୱ ତୁଲାଉଥିବା ପିଡ଼ି ଡିଆରଡିଏ ସୁକାନ୍ତ ତ୍ରିପାଠୀଙ୍କ ସମେତ ଜିଲ୍ଲା ପ୍ରଶାସନର ଏହି ପ୍ରକଳ୍ପ ସମ୍ପର୍କିତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ କୁମାର ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.