ETV Bharat / state

ମହିଳା ପ୍ରଫେସରଙ୍କୁ ନିର୍ଯାତନା ଘଟଣା, ଚାଲିଛି ଇଣ୍ଟରନାଲ କମିଟିର ବୈଠକ - ମହିଳା ପ୍ରଫେସରଙ୍କୁ ନିର୍ଯ୍ୟାତନା ଘଟଣା

ସୋମବାର ଅପରାହ୍ନରେ ଏହି ଘଟଣା ନେଇ ବିଶ୍ବବିଦ୍ୟାଳୟର ଇଣ୍ଟରନାଲ କମ୍ପ୍ଲେନ କମିଟିର ଏକ ବୈଠକ ହେଉଛି l ଏହି କମିଟି ରେ 9 ଜଣିଆ ସଦସ୍ୟ ଥିବା ବେଳେ ଏହି ଅଭିଯୋଗ ନେଇ ଏହାର ଅନୁସନ୍ଧାନ ହେବ ଓ ଅଭିଯୁକ୍ତ ପ୍ରଫେସରଙ୍କ ବିରୁଦ୍ଧରେ ଆଗକୁ କି କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ ନିଷ୍ପତ୍ତି ନିଆଯିବ l ଅଧିକ ପଢନ୍ତୁ

ମହିଳା ପ୍ରଫେସରଙ୍କୁ ନିର୍ଯ୍ୟାତନା ଘଟଣା, ଚାଲିଛି ଇଣ୍ଟରନାଲ କମିଟି ର ବୈଠକ

author img

By ETV Bharat Odisha Team

Published : Aug 28, 2023, 8:57 PM IST

ମହିଳା ପ୍ରଫେସରଙ୍କୁ ନିର୍ଯ୍ୟାତନା ଘଟଣା, ଚାଲିଛି ଇଣ୍ଟରନାଲ କମିଟି ର ବୈଠକ

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଆଉ ଜଣେ ପୁରୁଷ ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ଘଟଣା l ଏହି ଘଟଣାରେ ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ସମ୍ପୃକ୍ତ ଅଭିଯୁକ୍ତ ପ୍ରଫେସର ରଜତ କୁଜୁରଙ୍କୁ ନିଲମ୍ବନ କରିଛନ୍ତି l ଏନେଇ ଆଜି ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ନୃପରାଜ ସାହୁ ସୂଚନା ଦେଇଛନ୍ତି l

ଆଜି ସୋମବାର ଅପରାହ୍ନରେ ଏହି ଘଟଣା ନେଇ ବିଶ୍ବବିଦ୍ୟାଳୟର ଇଣ୍ଟରନାଲ କମ୍ପ୍ଲେନ କମିଟିର ଏକ ବୈଠକ ହେଉଛି l ଏହି କମିଟି ରେ 9 ଜଣିଆ ସଦସ୍ୟ ଥିବା ବେଳେ ଏହି ଅଭିଯୋଗ ନେଇ ଏହାର ଅନୁସନ୍ଧାନ ହେବ ଓ ଅଭିଯୁକ୍ତ ପ୍ରଫେସରଙ୍କ ବିରୁଦ୍ଧରେ ଆଗକୁ କି କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ ନିଷ୍ପତ୍ତି ନିଆଯିବ l ତେବେ ଏହି କମିଟିର ନିଷ୍ପତ୍ତି ଉପରେ ସମ୍ପୃକ୍ତ ପ୍ରଫେସର କିପରି ପ୍ରଭାବ ନ ପକେଇବେ ସେଥିପାଇଁ ତାଙ୍କୁ ଆଗୁଆ ନିଲମ୍ବିତ କରାଯାଇଥିବା ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି l

ଏହାବି ପଢନ୍ତୁ- ପୁଣି ବିବାଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟ, ମହିଳା ପ୍ରଫେସରଙ୍କୁ ମାନସିକ ନିର୍ଯାତନା !

ପୂର୍ବରୁ କେତେ ବେଳେ ଅଧ୍ୟାପକଙ୍କ ଦ୍ବାରା ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ତ କେତେ ବେଳେ ପ୍ରଶ୍ନପତ୍ର ଲିକକୁ ନେଇ ବିବାଦରେ ରହିଛି ବିଶ୍ବବିଦ୍ୟାଳୟ । ବର୍ତ୍ତମାନ ବିଶ୍ବ ବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସର ଗତ ଶୁକ୍ରବାର ଏହି ସାଙ୍ଘାତିକ ଅଭିଯୋଗ ଆଣିଥିଲେ l ରାଜନୀତି ବିଜ୍ଞାନ ବିଭାଗର ଜଣେ ପୁରୁଷ ଆସିଷ୍ଟାଣ୍ଟ ପ୍ରଫେସର ଦୀର୍ଘ ୭ ବର୍ଷ ହେଲା ତାଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିବାର ଲିଖିତ ଅଭିଯୋଗ କରିଥିଲେ ମହିଳା ପ୍ରଫେସର l

ପୀଡିତା ମହିଳା ଆସିଷ୍ଟାଣ୍ଟ ପ୍ରଫେସର ଜଣକ ଏନେଇ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର ଓ ପିଜି କାଉନସିଲ ଚେୟାରମ୍ୟାନଙ୍କୁ ଲିଖିତ ଭାବରେ ଅଭିଯୋଗ କରିଥିଲେ । ସମ୍ପୃକ୍ତ ପୁରୁଷ ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁରଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଥିଲେ l ଏବେ ଅପେକ୍ଷା ବିଶ୍ବବିଦ୍ୟାଳୟର ଇଣ୍ଟରନାଳ କମ୍ପ୍ଲେନ କମିଟି ବୈଠକରେ କଣ ନିଷ୍ପତ୍ତି ହେଉଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.