ETV Bharat / state

ଦୁର୍ନୀତି ଉପରେ ମହାଦୁର୍ନୀତି, ବଳି ପଡିଛନ୍ତି ମହେନ୍ଦ୍ର ରୋହିଦାସ - ସମ୍ବଲପୁର ରେଙ୍ଗାଲି

ଆବାସ ଯୋଜନାରେ ଦୁର୍ନୀତି । ଜଣେ ହିତାଧିକାରୀଙ୍କ ନାଁରେ ଘର ଥିବାବେଳେ ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଯାଉଛି ଟଙ୍କା । ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲାରୁ ।

ଦୁର୍ନୀତି ଉପରେ ମହାଦୁର୍ନୀତି, ବଳି ପଡିଛନ୍ତି  ମହେନ୍ଦ୍ର ରୋହିଦାସ

author img

By

Published : Jan 18, 2023, 12:48 PM IST

ଦୁର୍ନୀତି ଉପରେ ମହାଦୁର୍ନୀତି, ବଳି ପଡିଛନ୍ତି ମହେନ୍ଦ୍ର ରୋହିଦାସ

ସମ୍ବଲପୁର: ଗରିବ ଶ୍ରେଣୀର ଲୋକଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଯୋଜନା ରହିଛି । ତେବେ ଏହି ସରକାରୀ ବାସଗୃହ ଆବଣ୍ଟନରେ ମଧ୍ୟ ବ୍ୟାପକ ଦୁର୍ନୀତିର ଅଭିଯୋଗ ହୋଇଆସୁଛି । ଏମିତି ଏକ ଦୁର୍ନୀତି ହୋଇଛି ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ତେଲେଇମାଲ ଗାଁରେ ହୋଇଛି ।

ଜଣେ ହିତାଧିକାରୀଙ୍କ ନାଁରେ ସରକାରୀ ବାସଗୃହ ମିଳିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଉଛି ଟଙ୍କା । କେବଳ ଏତିକି ନୁହେଁ ସରକାରୀ କାଗଜପତ୍ରରେ 2010-11 ମସିହାରୁ ଏହି ଗାଁର ମହେନ୍ଦ୍ର ରୋହିଦାସଙ୍କ ନାଁରେ ସରକାରୀ ଯୋଜନାରେ ବାସଗୃହ ମିଳିଥିବାର ରେକର୍ଡ ଥିବାବେଳେ 11ବର୍ଷ ହେଲା ଘର ଅନ୍ୟ କାହା ପାଖରେ ଅଛି । ଆଉ ସରକାରୀ ଟଙ୍କା ମଧ୍ୟ ଅନ୍ୟ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ପଡିଥିବା ଅଭିଯୋଗ କରିଛନ୍ତି ଦୁର୍ନୀତିର ଶୀକାର ହୋଇଥିବା ମହେନ୍ଦ୍ର ରୋହିଦାସ ।

ଗରିବଙ୍କ ପାଇଁ ଆସୁଥିବା ସରକାରୀ ବାସଗୃହ ଯୋଜନାରେ ବ୍ୟାପକ ଅନିୟମିତତା । ଏମିତି ଅଭିଯୋଗ ଆଣିଛନ୍ତି ସମ୍ବଲପୁର ରେଙ୍ଗାଲି ବ୍ଲକ ତିଳେଇମାଲ ଗାଁର ମହେନ୍ଦ୍ର ରୋହିଦାସ ନାମକ ଜଣେ ହିତାଧିକାରୀ । ସେ ଦାବି କରିଛନ୍ତି ଯେ 2011-12 ମସିହାରେ ତାଙ୍କ ନାଁରେ ତାଙ୍କ ନାଁରେ ଏକ ସରକାରୀ ବାସଗୃହ ଆସିଥିଲା । ସେତେବେଳେ ବ୍ଲକ ଅଫିସକୁ ଯାଇ କାର୍ଯ୍ୟାଦେଶ ମାଗିବାରୁ ତାଙ୍କ ନାଁରେ କୌଣସି ସରକାରୀ ବାସଗୃହ ଆସିନଥିବା ବ୍ଲକ ଅଫିସରେ କୁହାଯାଇଥିଲା। ପରେ ସେ ଘରକୁ ଫେରି ଯାଇଥିଲେ ।

ତେବେ ବର୍ତ୍ତମାନ 10 ବର୍ଷ ପରେ ଗତ ଡିସେମ୍ବର ମାସରେ ବ୍ଲକର କେତେକ ଅଧିକାରୀ ତାଙ୍କ ଘରକୁ ଯାଇ ସରକାରୀ ଘର ମରାମତି ପାଇଁ ଟଙ୍କା ଆସିଥିବା କହି ତାଙ୍କୁ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର ମାଗିଥିଲେ । ସେତେବେଳେ ସେ ପୂର୍ବ କଥା କିଛି ନକହି ଅଧିକାରୀଙ୍କୁ ନିଜର ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇଥିଲେ । ତେବେ ତାଙ୍କ ଆକାଉଣ୍ଟ ରେ କୌଣସି ଟଙ୍କା ପଡିଲା ନାହିଁ । ଏହା ପରେ ସେ ବ୍ଲକ ଅଫିସ ଯାଇ ଏନେଇ ଅଭିଯୋଗ କରିବା ପରେ ଯାହା ଜାଣିବାକୁ ପାଇଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ।

ବ୍ଲକରୁ ଜାଣି ପାରିଲେ ଯେ 10 ବର୍ଷ ପୂର୍ବରୁ ତାଙ୍କ ନାଁରେ ସରକାରୀ ବାସଗୃହ ଥିବାର କାଗଜପତ୍ରରେ ରେକର୍ଡ ଅଛି ତେବେ ବାସ୍ତବରେ ତାଙ୍କ ପାଖରେ କୌଣସି ଘର ନାହିଁ । ଘର ଅନ୍ୟ ଜଣେ ବ୍ୟକ୍ତିଙ୍କ ପାଖରେ ଅଛି । ଏହି ବାବଦରେ ପୂର୍ବରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟ ରେ 75 ହଜାର ଟଙ୍କା ପଡିଥିବା ବେଳେ ବର୍ତ୍ତମାନ 10 ବର୍ଷ ପରେ ସେହି ଆକାଉଣ୍ଟ ରେ ଘର ମରାମତି ବାବଦରେ ପୁଣି ଏବେ 3 ହଜାର ଟଙ୍କା ପଡିଛି । ଏହା ଜାଣିବା ପରେ ସେ ଜାଣି ପାରିଥିଲେ ଯେ ତାଙ୍କ ନାଁ ରେ ଆସିଥିବା ସରକାରୀ ବାସଗୃହ ଯୋଜନା ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି । ଏଥିପାଇଁ ସେ ବ୍ଲକର କେତେକ କର୍ମଚାରୀଙ୍କୁ ଦାୟୀ ମଧ୍ୟ କରିଛନ୍ତି ।

ଏନେଇ ହିତାଧିକାରୀ ମହେନ୍ଦ୍ର ରୋହିଦାସ ସମ୍ବଲପୁର ଜିଲ୍ଲା ପ୍ରଶାସନକୁ ସେ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସେ ଷଷ୍ଠ ଶ୍ରେଣୀ ଫେଲ ହୋଇଥିବା ବେଳେ ସେ ପେନସନ ପାଉଥିବାର କାରଣ ଦେଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟ କାଳିଆ ଯୋଜନାର ଟଙ୍କା ପଡିନଥିବାର ମଧ୍ୟ ସେ ଅଭିଯୋଗ କରିଛନ୍ତି । ସେ କୌଣସି ଚାକିରି କରୁନଥିବା ବେଳେ ସେ ପେନସନ କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.