ETV Bharat / state

ପାରିବାରିକ କଳହ: ସ୍ୱାମୀ ଦେହରେ ସ୍ତ୍ରୀ ଏସିଡ୍‌ ଢ଼ାଳିଥିବା ଅଭିଯୋଗ

author img

By

Published : Sep 17, 2022, 10:47 PM IST

ପାରିବାରିକ କଳହକୁ କେନ୍ଦ୍ର କରି ସ୍ଵାମୀ ଉପରେ ଏସିଡ ଢାଳିଦେଲା ସ୍ତ୍ରୀ । ଏଭଳି ଘଟଣା ଘଟିଛି ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ଫାଟକ ଅଞ୍ଚଳରେ । ଅଧିକ ପଢ଼ନ୍ତୁ

ପାରିବାରିକ କଳହ : ସ୍ୱାମୀ ଦେହରେ ଏସିଡ ଢ଼ାଳିଲା ସ୍ତ୍ରୀ !

ସମ୍ବଲପୁର: ପାରିବାରିକ କଳହକୁ କେନ୍ଦ୍ର କରି ସ୍ଵାମୀ ଉପରେ ଏସିଡ ଢାଳିଦେଲା ସ୍ତ୍ରୀ । ଏଭଳି ଘଟଣା ଘଟିଛି ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ଫାଟକ ଅଞ୍ଚଳରେ । ଏହି ଘଟଣାରେ ଗୁରୁତର ଅବସ୍ଥାରେ ସ୍ୱାମୀ ଗୋବିନ୍ଦ ସାହାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବର୍ଣ୍ଣ ୟୁନିଟ୍‌ରେ ଭର୍ତ୍ତି କରାଯାଇଛି । ସେପଟେ ପୋଲିସ ଏସିଡ ଢାଳିଥିବା ଅଭିଯୁକ୍ତ ମହିଳାଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ।

ସୂଚନା ଅନୁସାରେ, ଗୋବିନ୍ଦ ସାହା ଓ ପତ୍ନୀ ମୋନା ଦେବୀ ଉଭୟ ପ୍ରେମ ବିବାହ କରିଥିଲେ । ବିବାହର କିଛି ମାସ ପରେ ଉଭୟଙ୍କ ଭିତରେ ଦେଖା ଦେଇଥିଲା ପାରିବାରିକ ଅସନ୍ତାେଷ । ମହିଳାଙ୍କ ସ୍ୱାମୀ ତାଙ୍କୁ ମାରପିଟ କରିଥିବା ନେଇ ପୂର୍ବରୁ ଥାନାର ଦ୍ବାରସ୍ଥ ହୋଇଥିଲେ ଗୋବିନ୍ଦ । ସେତେବେଳେ ପୋଲିସ ଆଗରେ ଆଉ ଗଣ୍ଡଗୋଳ କରିବେନି ବୋଲି ମାନିଥିଲେ ଉଭୟ ଦମ୍ପତି ।

କିନ୍ତୁ ଆଜି ଉଭୟଙ୍କ ଭିତରେ ପୁଣିଥରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ସ୍ତ୍ରୀ ମୋନା ତାଙ୍କ ସ୍ବାମୀଙ୍କ ଶରୀରରେ କିଛି ଏସିଡ ପ୍ରକାରର ପଦାର୍ଥ ଢାଳି ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଯେଉଁଥିରେ ତାଙ୍କ ସ୍ବାମୀଙ୍କ ମୁହଁ ଓ ଶରୀରର କେତେକ ଅଂଶ ପୋଡ଼ି ଯାଇଥିଲା । ଗୋବିନ୍ଦଙ୍କ ଚିତ୍କାର ଶୁଣି ପଡ଼ିଶା ଲୋକେ ସେଠାରେ ପହଞ୍ଚି ଯାଇଥିଲେ ଓ ଆହତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଇଥିଲେ ।

ତେବେ ଏହି ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ପତ୍ନୀ ମୋନା । ବହୁ ଖୋଜା ଖୋଜୁ ପରେ ମୋନାକୁ କାବୁ କରିଥିଲେ ପୋଲିସ । ଏହାପରେ ପୋଲିସ ମୋନାଙ୍କୁ ଭ୍ୟାନରେ ବସାଇ ଥାନାକୁ ଆଣିଥିଲା । ଥାନାରେ ମହିଳା ଜଣକ ଓଲଟା ତାଙ୍କ ସ୍ୱାମୀଙ୍କ ନାଁରେ ଏତଲା ଦେଇଛନ୍ତି । ସେ ଏତଲାରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କର ସ୍ୱାମୀ ଏକ ଏସିଡ ବୋତଲ ଧରି ତାଙ୍କ ଦେହରେ ଢାଳିବାକୁ ଆସୁଥିବାବେଳେ, ସେ ଏହାର ପ୍ରତିରୋଧ କରିବାରୁ ଏସିଡ ତାଙ୍କ ସ୍ୱାମୀ ଦେହରେ ପଡିଯାଇଥିଲା ।

ଏପଟେ ପୋଲିସ ତରଫରୁ ମିଳିଥିବା ସୂଚନା ଅନୁସାରେ ସ୍ୱାମୀ ତାଙ୍କ ସ୍ତ୍ରୀ ଙ୍କ ଉପରକୁ ଏସିଡ ଢାଳୁଥିବା ସମୟରେ ଟଣା ଓଟରାରେ ସ୍ୱାମୀଙ୍କ ମୁହଁରେ ଓ ଦେହରେ ଏସିଡ ପଡିଯାଇଥିଲା । ବର୍ତ୍ତମାନ ମହିଳାଙ୍କୁ ସଖୀ ସେଣ୍ଟରକୁ ପଠାଇ ଦିଆଯାଇଛି ବୋଲି ମହିଳା ଥାନା ପକ୍ଷରୁ ସୂଚନା ଦିଆଯାଇଛି । ସେଠାରେ ତଦନ୍ତ ପରେ ଜଣାପଡ଼ିବ ଘଟଣାର ସତ୍ୟତା କେତେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.