ETV Bharat / state

Religious Processions Banned: ଗୋଟିଏ ବର୍ଷ ପାଇଁ ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ବନ୍ଦ - ସମ୍ବଲପୁର ଖବର

ଜିଲ୍ଲାପାଳ ଅନନ୍ୟା ଦାସ ଓ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ସହରର ସମସ୍ତ ସମ୍ପ୍ରଦାୟର ଶାନ୍ତି କମିଟିକୁ ଡାକି ଆଲୋଚନା କରିଛନ୍ତି । ଏନେଇ ଏସପି କହିଛନ୍ତି ଅତୀତରେ ଯାହା ଘଟଣା ଘଟିଯାଇଛି ଲୋକେ ମନେ ପକାଇବାକୁ ଚାହୁଁନାହାଁନ୍ତି । ଏବେ ସମସ୍ତଙ୍କ ଉଦ୍ଦେଶ୍ୟ ସହରରେ ଶାନ୍ତି ଭାଇଚାରା ବଜାୟ ରହୁ । ଅଧିକ ପଢନ୍ତୁ

ଗୋଟିଏ ବର୍ଷ ପାଇଁ ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ବନ୍ଦ

author img

By

Published : Jul 20, 2023, 10:24 PM IST

ଗୋଟିଏ ବର୍ଷ ପାଇଁ ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ବନ୍ଦ

ସମ୍ବଲପୁର: ଜିଲ୍ଲାରେ ଆସନ୍ତା ଗୋଟିଏ ବର୍ଷ ପାଇଁ ହନୁମାନ ଜୟନ୍ତୀ ଶୋଭାଯାତ୍ରା କିମ୍ବା ମହରମ ଭଳି ଧାର୍ମିକ ଶୋଭାଯାତ୍ରା ହୋଇପାରିବନାହିଁ l ଆଜି ସମ୍ବଲପୁର ଜିଲ୍ଲାପାଳ ଓ ଏସପି ଏନେଇ ସୂଚନା ଦେଇଛନ୍ତି l ଆଗକୁ ମହରମ ପର୍ବ ଥିବା ବେଳେ ଏନେଇ ଆଜି ସମ୍ବଲପୁର ଜିଲ୍ଲା ପ୍ରଶାସନ ଶାନ୍ତି କମିଟି ବୈଠକ ଡାକିଥିଲା । ବୈଠକରେ ବିଭିନ୍ନ ସମ୍ପ୍ରଦାୟର ମୁଖ୍ୟ ମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ସହ ଆଲୋଚନା ପରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ଏସପି ମୁକେଶ ଭାମୁ କହିଛନ୍ତି ଆଗାମୀ ଗୋଟିଏ ବର୍ଷ ପାଇଁ ହନୁମାନ ଜୟନ୍ତୀ ଶୋଭାଯାତ୍ରା କିମ୍ବା ମହରମ ଶୋଭାଯାତ୍ରା ହେବ ନାହିଁ । କିନ୍ତୁ ଲୋକେ ସମସ୍ତ ପର୍ବପର୍ବାଣୀ ହର୍ଷଉଲ୍ଲାସର ସହ ପାଳନ କରିପାରିବେ । କିନ୍ତୁ ସ୍ବତନ୍ତ୍ର ଭାବେ ହନୁମାନ ଜୟନ୍ତି ଶୋଭାଯାତ୍ରା ଓ ମହରମ ଶୋଭାଯାତ୍ରାକୁ ଗୋଟିଏ ବର୍ଷ ପାଇଁ ବନ୍ଦ ରଖାଯିବ ।

ଏହାବି ପଢନ୍ତୁ- ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ପାଇଁ ଜିଲ୍ଲା ପ୍ରଶାସନ ଦାୟୀ: ବଜରଙ୍ଗ ଦଳ ରାଷ୍ଟ୍ରୀୟ ସଂଯୋଜକ

ଏନେଇ ଜିଲ୍ଲାପାଳ ଅନନ୍ୟା ଦାସ ଓ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ସହରର ସମସ୍ତ ସମ୍ପ୍ରଦାୟର ଶାନ୍ତି କମିଟିକୁ ଡାକି ଆଲୋଚନା କରିଛନ୍ତି । ଏନେଇ ଏସପି ମୁକେଶ ଭାମୁ କହିଛନ୍ତି ଅତୀତରେ ଯାହା ଘଟଣା ଘଟିଯାଇଛି ଲୋକେ ମନେ ପକାଇବାକୁ ଚାହୁଁନାହାଁନ୍ତି । ଏବେ ସମସ୍ତଙ୍କ ଉଦ୍ଦେଶ୍ୟ ସହରରେ ଶାନ୍ତି ଭାଇଚାରା ବଜାୟ ରହୁ । ସ୍ଥିତି ପୁରା ସ୍ବାଭାବିକ ରହୁ । ଏଥିପାଇଁ ସମସ୍ତ ସମ୍ପ୍ରଦାୟ ପ୍ରଶାସନକୁ ସହଯୋଗ କରିବେ । କିନ୍ତୁ ଅନ୍ୟାନ୍ୟ ପର୍ବପର୍ବାଣୀ ଯେମିତି ଚାଲୁଥିଲା ତାହା ଚାଲିବ ବୋଲି କହିଛନ୍ତି ଏସପି ।

ସୂଚନାଯୋଗ୍ୟଯେ, ଗତ ଏପ୍ରିଲ ମାସରେ ହନୁମାନ ଜୟନ୍ତୀ ପାଳନ ସମୟରେ ପଥର ମାଡ ସହ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲା ସମ୍ବଲପୁର ସହରରେ । ଏହା ପରେ ସମ୍ବଲପୁର ରେ ଦୀର୍ଘ ଦିନ ଧରି କର୍ଫ୍ୟୁ ଜାରି ହେବା ସହ ଇଣ୍ଟରନେଟ ମଧ୍ୟ ବନ୍ଦ କରାଯାଇଥିଲା l ଏପରି ହିଂସା ଘଟଣାରେ ଜଣଙ୍କର ଜୀବନ ଯାଇଥିଲା । ଏଭଳି ପରିସ୍ଥିତିରେ ଆଗକୁ ମହରମ ଓ ହନୁମାନ ଜୟନ୍ତୀ ପରି କୌଣସି ଉତ୍ସବରେ ଗୋଟିଏ ବର୍ଷ ଭିତରେ କୌଣସି ଶୋଭାଯାତ୍ରା ହୋଇପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ଶାନ୍ତି କମିଟି ସହ ଆଲୋଚନା କରି ନିଷ୍ପତ୍ତି ନେଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.