ETV Bharat / state

ଚାଉଁରପୁର ବ୍ରିଜରୁ ଡେଇଁ ନିଖୋଜ ବ୍ୟକ୍ତି ଉଦ୍ଧାର, ସେଲଫି ନେବା ବେଳେ ଖସି ପଡିଥିଲେ - ଚାଉଁରପୁର ବ୍ରିଜରେ ଅଘଟଣ

ସମ୍ବଲପୁର ଚାଉଁରପୁର ବ୍ରିଜ୍‌ରୁ ମହାନଦୀକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ । ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ

Man missing after jumping into Mahanadi
Man missing after jumping into Mahanadi
author img

By ETV Bharat Odisha Team

Published : Sep 12, 2023, 11:10 AM IST

Updated : Sep 12, 2023, 3:00 PM IST

ଚାଉଁରପୁର ବ୍ରିଜରୁ ଡେଇଁ ନିଖୋଜ ବ୍ୟକ୍ତି ଉଦ୍ଧାର

ସମ୍ବଲପୁର: ଚାଉଁରପୁର ବ୍ରିଜରୁ ଡେଇଁ ଡେଇଁ ନିଖୋଜ ଥିବା ବ୍ୟକ୍ତି ଉଦ୍ଧାର । ସମଲେଇ ମନ୍ଦିର ଘାଟରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ସେଲଫି ନେବାବେଳେ ମହାନଦୀକୁ ଖସିପଡିଥିଲେ । ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକ ସମ୍ବଲପୁର ବୁଢାରାଜା ଅଞ୍ଚଳ SRIT କଲୋନୀର ସୁରେନ୍ଦ୍ର ମୋହନ ମିଶ୍ର ବୋଲି ଜଣାପଢିଛି ।

ସୂଚନା ଅନୁଯାୟୀ, ସମ୍ବଲପୁରର କଚେରୀ ଛକରୁ ଚାଉଁରପୁର ଅଞ୍ଚଳକୁ ସଂଲଗ୍ନ କରୁଥିବା ଦ୍ଵିତୀୟ ମହାନଦୀ ସେତୁ ଉପରୁ ମହାନଦୀକୁ ଡେଇଁ ପଡିଥିଲେ ବ୍ୟକ୍ତି ଜଣକ । ତେବେ ନଦୀକୁ ଡେଇଁବା ଖବରପାଇ ଅଗ୍ନିଶମ ବାହିନୀ ଓ ପୋଲିସକୁ ତୁରନ୍ତ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଥିବା ବେଳେ ଅଗ୍ନିଶମ ବିଭାଗର କର୍ମଚାରୀ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ l ଏବେ ଉଦ୍ଧାର ପରେ ସେଲଫି ନେବାବେଳେ ବ୍ୟକ୍ତି ଜଣଙ୍କ ଖସିପଡିଥିବା କହିଛନ୍ତି । ତେବେ ସେ ଆଉ ବଞ୍ଚିବେ ବୋଲି ଭାବିନଥିଲେ ବୋଲି କହିଛନ୍ତି l ବାର୍ତ୍ତମାନ ମହାନଦୀରେ ଅଧିକ ପାଣି ନ ଥିବା ଯୋଗୁଁ ସେ ନଦୀ ଭିତରେ ଥିବା ଏକ ଛୋଟ ଗଛକୁ ଧରି ନଦୀ ଶ୍ରୋତ ଭିତରେ ନି କୁ ଅଟକାଇ ରଖିଥିଲେ ବୋଲି କହିଛନ୍ତି l

ପ୍ରକାଶ ଥାଉକି, ରାଜ୍ୟରେ ଆତ୍ମହତ୍ୟା ପ୍ରବଣତା ବଢିବାରେ ଲାଗିଛି । ମହାନଦୀକୁ ଡେଇଁବା ଯେମିତି ନୂଆ ଟ୍ରେଣ୍ଡ୍‌ ପାଲଟିଛି । ପାରିବାରିକ କଳହକୁ ନେଇ ହେଉ କିମ୍ବା ପ୍ରେମ ବ୍ୟାପାରକୁ ନେଇ ଅନେକ ସମୟରେ ଯୁବକ ଯୁବତୀ ମହାନଦୀକୁ ଡେଇଁ ପଡୁଛନ୍ତି । ପ୍ରତିଦିନ ନଦୀରେ ନିଖୋଜ ଘଟଣା ସାମ୍ନାକୁ ଆସୁଛି । ସେହିପରି ଅନେକ ସମୟରେ ଲୋକେ ଗାଧୋଇବା ବେଳେ ଅସାବଧାନତା ବଶତଃ ନଦୀରେ ବୁଡ଼ି ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ - ମୁଣ୍ଡଳି ବ୍ରିଜରୁ ମହାନଦୀକୁ ଡେଇଁ ଯୁବକ ନିଖୋଜ : ଥୁଆ ହୋଇଛି ବାଇକ୍

ସେହିପରି ଗତ ମାସରେ କଟକ ଜିଲ୍ଲା ଆଠଗଡ଼ ମୁଣ୍ଡଳି ବ୍ରିଜରୁ ଜଣେ ଯୁବକ ମହାନଦୀକୁ ଡେଇଁ ପଡିଥିଲେ । ଶାଶ୍ବତ ଆଠଗଡ଼ ମୁଣ୍ଡଳୀ ବ୍ରିଜ ଉପରେ ନିଜର ମୋଟର ସାଇକେଲ ରଖି ମହାନଦୀକୁ ଡେଇଁ ପଡିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲେ । ସେହିପରି କୁଆଖାଇ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଯୁବକ ଜଣ ବାଙ୍କି ଅଞ୍ଚଳର ହୋଇଥିବା ବେଳେ ସେ ମହାନଦୀରେ ନିଖୋଜ ହୋଇଯାଇଥିଲେ । ଦୁଇ ଦିନ ପରେ କୁଆଖାଇରୁ ତାଙ୍କର ମୃତଦେହ ମିଳିଥିଲା ।

ଇଟିଭି ଭାରତ, ସମ୍ବଲପୁର

Last Updated : Sep 12, 2023, 3:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.