ETV Bharat / state

Lunar Eclipse 2022: ବନ୍ଦ ରହିଲା ସମଲେଶ୍ୱରୀ ମନ୍ଦିର ରୀତିନୀତି

ଆଜିର ଚନ୍ଦ୍ରଗ୍ରହଣ ପାଇଁ ପ୍ରଭାବିତ ହୋଇଛି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଙ୍କ ମନ୍ଦିର ରୀତିନୀତୀ । ଆଜି ସମଲେଶ୍ୱରୀ ମନ୍ଦିରକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି। ଏନେଇ ସମଲେଶ୍ୱରୀ ମନ୍ଦିର ର ମୁଖ୍ୟ ପୂଜକ ଅମ୍ବିକା ରାୟ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ

author img

By

Published : Nov 8, 2022, 7:51 PM IST

Lunar Eclipse 202: ବନ୍ଦ ରହିଲା ସମଲେଶ୍ୱରୀ ମନ୍ଦିର ରୀତିନୀତି

ସମ୍ବଲପୁର: ଆଜିର ଚନ୍ଦ୍ରଗ୍ରହଣ ପାଇଁ ପ୍ରଭାବିତ ହୋଇଛି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଙ୍କ ମନ୍ଦିର ରୀତିନୀତି । ଆଜି ସମଲେଶ୍ୱରୀ ମନ୍ଦିରକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି। ଏନେଇ ସମଲେଶ୍ୱରୀ ମନ୍ଦିର ର ମୁଖ୍ୟ ପୂଜକ ଅମ୍ବିକା ରାୟ ସୂଚନା ଦେଇଛନ୍ତି।

Lunar Eclipse 2022: ବନ୍ଦ ରହିଲା ସମଲେଶ୍ୱରୀ ମନ୍ଦିର ରୀତିନୀତି

ଆଜିର ଚନ୍ଦ୍ର ଗ୍ରହଣ ପାଇଁ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ର ପୂଜାର୍ଚ୍ଚନା ଓ ରୀତିନୀତିରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ସକାଳ 5ଟା 39 ରୁ ଚନ୍ଦ୍ର ଗ୍ରହଣ ର ସମୟ ଆରମ୍ଭ ହେଉଥିବାରୁ ଏହା ପୂର୍ବରୁ ଭୋର 4ଟା 30 ସମୟରେ ମା’ ସମଲେଶ୍ୱରୀ ଙ୍କ ମନ୍ଦିର ଖୋଲାଯାଇ ବିଧିପୂର୍ବକ ପୂଜାର୍ଚ୍ଚନା ଓ ମଙ୍ଗଳ ଆଳତି ଓ ଭୋଗ ଅର୍ପଣ ହୋଇଥିଲା । ଏହା ପରେ ମନ୍ଦିରର ମୂଖ୍ୟ ଦ୍ୱାରକୁ 5ଟା 30 ରେ ବନ୍ଦ କରାଯାଇଥିଲା। ଏଥିପାଇଁ ସବୁବେଳେ ଭକ୍ତ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମୁଥିବା ମାଙ୍କ ମନ୍ଦିର ପରିସର ଆଜି ଖାଲି ଖାଲି ଥିବା ଦେଖୁବାକୁ ମିଳିଛି। ଆଜି ସନ୍ଧ୍ୟା 6 ଟା 19 ପରେ ପୂଜାର୍ଚ୍ଚନା କରାଯାଇ ପାରିବ ବୋଲି ପଞ୍ଜିକା ରେ ବର୍ଣ୍ଣିତ ଥିଲେ ମଧ୍ୟ ସୂର୍ଯ୍ୟାସ୍ତ ହୋଇଥିବାରୁ ପୂଜକଙ୍କ ପଇତା ପରିବର୍ତ୍ତନ ହୋଇନପାରିବାରୁ ଆସନ୍ତାକାଲି ସକାଳ ପ୍ରାୟ 6 ଟା 30 ସମୟରେ ପୁଣି ମନ୍ଦିର ଖୋଲିବ ବୋଲି ମନ୍ଦିର ର ମୁଖ୍ୟ ପୂଜକ ସୂଚନା ଦେଇଛନ୍ତି ।

ତେବେ ଆଜି ମନ୍ଦିରକୁ ଯେପରି କୌଣସି ଭକ୍ତ ବା ଶ୍ରଦ୍ଧାଳୁ ଯେପରି ପ୍ରବେଶ ନକରିପାରିବେ ସେଥିପାଇଁ ମନ୍ଦିର ପରିସର ର ଉଭୟ ଦ୍ୱାରକୁ ବନ୍ଦ କରାଯିବା ସହ ସୁରକ୍ଷାକର୍ମୀ ମୁତୟନ କରାଯାଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.