ETV Bharat / state

ମାଆ ହିଁ ଏକା ସାହା; ପ୍ରେମ ଓ ଅର୍ଥ ପାଇଁ ସମଲେଶ୍ବରୀଙ୍କୁ ଭକ୍ତଙ୍କ ଚିଠି

ଭକ୍ତମାନେ ନିଜର ଦୁଃଖକୁ ଚିଠି ମାଧ୍ୟମରେ ଜଣାଉଥିବା ଦେଖିବାକୁ ମିଳିଛି । ଏଭଳି ଦେଖବାକୁ ମିଳିଛି ମା ସମଲେଶ୍ବେରୀଙ୍କ ମନ୍ଦିରରେ । ଅଧିକ ପଢନ୍ତୁ...

maa samaleswari
ମାଆ ହିଁ ଏକା ସାହା, ପ୍ରେମ ଓ ଅର୍ଥ ପାଇଁ ସମଲେଶ୍ବରୀଙ୍କୁ ଚିଠି ଲେଖିଲେ ଭକ୍ତ
author img

By

Published : Jan 23, 2020, 10:16 AM IST

ସମ୍ବଲପୁର: ମା ସମଲେଶ୍ବେରୀ ସମସ୍ତଙ୍କ ମନୋକାମନା ପୂରଣ କରନ୍ତି । ସେଇଥିପାଇଁ ଭକ୍ତମାନେ ନିଜର ଦୁଃଖ ଜଣାଇବାକୁ ମାଆଙ୍କ ପାଖକୁ ଧାଇଁ ଆସନ୍ତି । ବିଭିନ୍ନ ଉପାୟରେ ମାଆଙ୍କୁ ଜଣାଇଥାନ୍ତି ନିଜର ଦୁଃଖ । ଏଭଳି ଅନେକ ଦୁଃଖଭରା ଚିଠି ଦେଖିବାକୁ ମିଳିଛି ମା ସମଲେଶ୍ବେରୀଙ୍କ ଦାନ ବାକ୍ସରୁ । ଦୁଇ ଜଣ ଭକ୍ତ ନିଜ ଅସୁବିଧାକୁ ଚିଠିରେ ଲେଖି ମାଙ୍କୁ ଜଣାଇବା ସହ ହୁଣ୍ଡି ବାକ୍ସରେ ପକାଇଥିବା ଦେଖିବାକୁ ମିଳିଛି ।

ମାଆ ହିଁ ଏକା ସାହା, ପ୍ରେମ ଓ ଅର୍ଥ ପାଇଁ ସମଲେଶ୍ବରୀଙ୍କୁ ଚିଠି ଲେଖିଲେ ଭକ୍ତ

ପ୍ରତ୍ୟେକ ମାସରେ ଏହି ହୁଣ୍ଡି ଖୋଲାଯାଉଥିବାବେଳେ ଏଥର 2ଟି ଚିଠି ମିଳିଛି। ପୁଳାପୁଳା ଟଙ୍କା ସହ ଦୁଇଟି ଭକ୍ତଙ୍କର ହାତ ଲେଖା ଚିଠି ବାହାରିଥିଲା । ଗୋଟିଏ ଚିଠିରେ ଗୋଟିଏ ଝିଅ ତା ପ୍ରେମିକ ସହିତ ସମ୍ପର୍କକୁ ନେଇ କେବେ କିଛି ଭୁଲ ବୁଝାମଣା ନହେଉ ବୋଲି ଉଲ୍ଲେଖ କରିଛି । ସବୁ ସମସ୍ୟାର ସମାଧାନ ହେବା ସହ ଶୀଘ୍ର ବିବାହ ହୋଇଯାଉ ବୋଲି କାମନା କରିଛି । ସେହିଭଳି ଅନ୍ୟଜଣେ ଭକ୍ତ ଏ ମାସ ଶେଷ ପୂର୍ବରୁ ଅଟକି ଥିବା ପାଉଣା ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟକୁ ଚାଲିଆସୁ ବୋଲି ଅନୁରୋଧ କରିଛନ୍ତି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ହୁଣ୍ଡି ମିଳୁଥିବା ଚିଠି ଗୁଡିକୁ ପାଠ ମଧ୍ୟ କରାଯାଏ। ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Intro:ହୁଣ୍ଡି ରୁ ମିଳିଲା ନିବେଦନ ପତ୍ର ବା ଚଠି। ସମ୍ବଲପୁର ରୁ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଙ୍କୁ ହୁଣ୍ଡି ରୁ ଏପରି 2 ଟି ଚଠି ମିଳିଛି ଯେଉଁ ଚିଠିରେ 2 ଭକ୍ତ ନିଜର ସମାଧାନ ପାଇଁ ମା ଙ୍କ ପାଖରେ ଗୁହାରି କରିଛନ୍ତି।Body:ସମଗ୍ର ପଶ୍ଚିମ ଓଡିଶାର ଇଷ୍ଟ ଦେବୀ ମାଆଁ ସମଲେଶ୍ୱରୀ । ପ୍ରତ୍ୟେକ ଦିନ ମନ୍ଦିରକୁ ହଜାର ହଜାର ଭକ୍ତ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥାନ୍ତି । ମାଁଙ୍କୁ ଦର୍ଶନ କରିବା ସହିତ ମାଁଙ୍କୁ ନିଜର ଦୁଃଖ ଜଣାଇଥାନ୍ତି । ମନ୍ଦିରରୁ ବାହାରିବା ସମୟରେ ମନ୍ଦିର ହୁଣ୍ଡିରେ କିଛି ଦାନ କରିଥାନ୍ତି ଭକ୍ତ । ପ୍ରତ୍ୟେକ ମାସରେ ଏହି ହୁଣ୍ଡି ଖୋଲାଯାଉଥିବାବେଳେ ଏଥର 2ଟି ଚିଠି ମିଳିଛି। ପୁଳା ପୁଳା ଟଂକା ସହ ଦୁଇଟି ଭକ୍ତଙ୍କର ହାତ ଲେଖା ଚିଠି ବାହାରିଥିଲା । ଗୋଟିଏ ଚିଠିରେ ଗୋଟିଏ ଝିଅ ତା ପ୍ରେମିକ ସହିତ ସମ୍ପର୍କକୁ ନେଇ କେବେ କିଛି ଭୁଲ ବୁଝାମଣା ନହେଉ ଅତି ଶୀଘ୍ର ସବୁ ସମସ୍ୟା ସୁଧୁରି ଆମେ ଯେପରି ବିବାହ ହୋଇଯିବା ସେନେଇ ଚିଠି ମାଧ୍ୟମରେ ମାଙ୍କୁ ଜଣାଇଛନ୍ତି । ସେହିଭଳି ଅନ୍ୟଜଣେ ଭକ୍ତ ଏମାସ ଶେଷପୂର୍ବରୁ ଅଟକି ଥିବା ପାଉଣା ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟକୁ ଚାଲିଆସୁ ବୋଲି ଅନୁରୋଧ କରିଛନ୍ତି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ମିଳୁଥିବା ଚିଠି ଗୁଡିକୁ ପାଠ ମଧ୍ୟ କରାଯାଏ ।Conclusion:ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ହୋଇଛି।

ବାଇଟ-1-ସଂଜୟ ବାବୁ,ସଭାପତି, ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.