ETV Bharat / state

କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ମିଳୁନି ସାମାଜିକ ସୁରକ୍ଷା ଅର୍ଥ

ସମ୍ବଲପୁର ଜିଲ୍ଲାର କୁଷ୍ଠାଶ୍ରମ ଅନ୍ତେବାସୀଙ୍କ ସାମାଜିକ ସୁରକ୍ଷା ପାଇଁ ଆସୁଥିବା ଅର୍ଥ ମିଳୁନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

Leprosy inmate claimed not get social security funds
କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ମିଳୁନି ସାମାଜିକ ସୁରକ୍ଷା ଅର୍ଥ
author img

By

Published : Feb 8, 2021, 7:08 PM IST

ସମ୍ବଲପୁର: ଜିଲ୍ଲା ଜୁଜୁମୁରା ବ୍ଲକ ହାତୀବାରିସ୍ଥିତ କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ସହାୟ ସ୍କିମରେ ଆସୁଥିବା ଅର୍ଥ ମିଳୁନାହିଁ ବୋଲି ଅନ୍ତେବାସୀ ଅଭିଯୋଗ କରିଛନ୍ତି । ଏଥିଲାଗି କୁଷ୍ଠାଶ୍ରମର ଅନ୍ତେବାସୀମାନେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଥିବା ଦେଖିବାକୁ ମିଳିଛି ।

କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ମିଳୁନି ସାମାଜିକ ସୁରକ୍ଷା ଅର୍ଥ

ସରକାରଙ୍କ ସହାୟ ସ୍କିମରେ ପ୍ରତ୍ୟେକ କୁଷ୍ଠ ରୋଗୀଙ୍କ ପରିବାରକୁ ସାମାଜିକ ସୁରକ୍ଷା ପାଇଁ 19 ହଜାର 200 ଟଙ୍କା ଲେଖାଏଁ ଦିଆଯିବାକୁ ସ୍ଥିର ହୋଇଥିଲା । ତେବେ ଏହି ଟଙ୍କା ଜିଲ୍ଲା ପ୍ରଶାସନ ପାଖକୁ ଆସିଥିଲେ ମଧ୍ୟ ତାହା କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ଦିଆଯାଉନାହିଁ ବୋଲି ଅଭିଯୋଗ ହୋଇଛି ।

ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ଏହି ସ୍କିମ ଅଧୀନରେ ଟଙ୍କା ମିଳି ସାରିଥିବାବେଳେ ସମ୍ବଲପୁରରେ ଏହା ମିଳିନଥିବା ଅଭିଯୋଗ ହୋଇଛି । ଏପରିକି ମାର୍ଚ୍ଚ ସୁଦ୍ଧା ଏହି ଟଙ୍କା ନ ମିଳିଲେ ତାହା ସରକାରୀ ରାଜକୋଷକୁ ଫେରିଯିବ ବୋଲି ଅଭିଯୋଗ ହୋଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.