ETV Bharat / state

ନିର୍ମାଣ ଶ୍ରମିକଙ୍କ ଦୁଃଖ ବୁଝୁଛି କିଏ ? ଲେବର କାର୍ଡ ଅଛି, ମିଳୁନି ସୁବିଧା - ସମ୍ବଲପୁରର ନିର୍ମାଣ ଶ୍ରମିକ

ସମସ୍ୟା ଘେରରେ ସମ୍ବଲପୁରର ନିର୍ମାଣ ଶ୍ରମିକ । ଲେବର କାର୍ଡ ଥାଇ ସୁଦ୍ଧା ସୁବିଧା ସୁଯୋଗ ମିଳୁନଥିବା ଅଭିଯୋଗ ହୋଇଛି ।

ଲେବର କାର୍ଡ ଥାଇ ସୁଦ୍ଧା ସୁବିଧା ସୁଯୋଗରୁ ବଞ୍ଚିତ ନିର୍ମାଣ ଶ୍ରମିକ
author img

By

Published : Oct 25, 2019, 10:03 PM IST

ସମ୍ବଲପୁର: ଦଲାଲଙ୍କ କବଜାରେ ସମ୍ବଲପୁରର ନିର୍ମାଣ ଶ୍ରମିକ କାର୍ଯ୍ୟାଳୟ । ଲେବର କାର୍ଡ ପାଇଁ ଏଠାରେ 100 ଟଙ୍କା ବଦଳରେ ଦେବାକୁ ପଡୁଛି 700 ଟଙ୍କା । ଲେବର କାର୍ଡ ମିଳୁଛି ହେଲେ ସାଇକେଲ, ଘର ନିର୍ମାଣ ପାଇଁ ଖର୍ଚ୍ଚ, ସନ୍ତାନ ବିବାହ ପାଇଁ ମିଳୁନି ଟଙ୍କା । ଏହି କଥା ମାନେ କହିଛନ୍ତି ଜିଲ୍ଲାର କିଛି ନିର୍ମାଣ ଶ୍ରମିକ ।

ଲେବର କାର୍ଡ ଥାଇ ସୁଦ୍ଧା ସୁବିଧା ସୁଯୋଗରୁ ବଞ୍ଚିତ ନିର୍ମାଣ ଶ୍ରମିକ

ଜିଲ୍ଲାରେ 10,086 ନିର୍ମାଣ ଶ୍ରମିକ ପଞ୍ଜିକରଣ ପାଇଁ ଆବେଦନ କରିଥିଲେ ମଧ୍ୟ ସେସବୁ ବାକି ରହିଛି । ଏହା ମୋଟ 30 ହଜାର ଫାଇଲ ଲେବର ଅଫିସରେ ଖତ ଖାଉଥିବା ନେଇ ଅଭିଯୋଗ ହୋଇଛି ।

ଅନ୍ୟ ପଟେ ଶୁକ୍ରବାର ସମ୍ବଲପୁର ଗସ୍ତରେ ଆସି ଥିବା ରାଜ୍ୟ ଶ୍ରମ ଆୟୁକ୍ତ ନିରଞ୍ଜନ ସାହୁ କହିଛନ୍ତି, ଶ୍ରମିକଙ୍କ ଏହି ସମସ୍ୟା ଦୂର କରିବାକୁ ସମୀକ୍ଷା ହୋଇଛ । ବିଗତ ଦିନରେ ଜିଲ୍ଲାର ଶ୍ରମିକ ମାନଙ୍କୁ 1400 କୋଟି ଟଙ୍କାର ସୁବିଧା ସୁଯୋଗ ଦିଆଯାଇଛି । ଆଗକୁ ବ୍ଲକସ୍ତରରେ ଶ୍ରମ ବିଭାଗର ଅଧିକାରୀ ଯୋଗ୍ୟ ହିତାଧିକାରୀଙ୍କ ଚୟନ କରିବେ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବ ବୋଲି ସେ ଏହି ଅବସରେ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ନିର୍ମାଣ ଶ୍ରମିକ ଙ୍କ ସୁବିଧା ସୁଯୋଗ ପାଇଁ ସରକାର ଅନେକ ଯୋଜନା ଲାଗୁ କରିଛନ୍ତି।ତେବେ ସାଧରଣ ନିର୍ମାଣ ଶ୍ରମିକ ଙ୍କ ସରଳତା ର ସୁଯୋଗ ନେଇ ଦଲାଲ ମନେ ଲେବର କାର୍ଡ ବନେଇବା ନାଁରେ ଟଙ୍କା ଲୁଟୁଥିବା ବେଳେ ଯେଉଁମାନେ ଲେବର କାର୍ଡ ପାଇଛନ୍ତି ସେମାନେ ବିଭିନ୍ନ କାରଣରୁ ଲେବର କାର୍ଡର ସୁବିଧା ସୁଯୋଗରୁ ବଞ୍ଚିତ ରହୁଛନ୍ତି।

Body:ସମ୍ବଲପୁର ଜିଲ୍ଲାରେ ସମସ୍ୟା ଘେରରେ ନିର୍ମାଣ ଶ୍ରମିକ। ନିର୍ମାଣ ଶ୍ରମିକଙ୍କ ଲେବର କାର୍ଡ ବା ପଞ୍ଜିକରଣ ପାଇଁ 100 ଟଙ୍କାରୁ କମ ଖର୍ଚ୍ଚ ହେବା କଥା କିନ୍ତୁ ଶ୍ରମିକ ମାନଙ୍କ ଠାରୁ ଏହି କାମ କରାଇ ଦେବା ପାଇଁ ଦଲାଲ ମାନେ ନେଉଛନ୍ତି 700 ଟଙ୍କା।ଆଉ ଏତିକି ଖର୍ଚ୍ଚ କଲା ପରେ ଲେବର କାର୍ଡ ପାଇ ମଧ୍ୟ ସାଇକେଲ ,ଘର ନିର୍ମାଣ ଖର୍ଚ୍ଚ, ପିଲାଙ୍କ ବିବାହ ପାଇଁ ଟଙ୍କା ଆଦି ସୁବିଧାରୁ ବଞ୍ଚିତ ହେଉଛନ୍ତି ଶ୍ରମିକ।ସମ୍ବଲପୁର ଜିଲ୍ଲାରେ 10,086 ନିର୍ମାଣ ଶ୍ରମିକ ପଞ୍ଜିକରଣ ପାଇଁ ଆବେଦନ କରିଥିଲେ ମଧ୍ୟ ସବୁ ବାକି ରହିଛି ଓ ମୋଟ 30 ହଜାର ଫାଇଲ ଲେବର ଅଫିସରେ ଖତ ଖାଉଛି ବୋଲି ଅଭିଯୋଗ ହୋଇଛି।

ବାଇଟ-1-ଡିଲେଶ୍ଵରୀ ଦୀପ, ବଞ୍ଚିତ ହିତାଧିକାରୀ।
ବାଇଟ-2-ସୁରେଶ୍ୱରୀ ପୋଢ଼,ବଞ୍ଚିତ ହିତାଧିକାରୀ।
ବାଇଟ-3-ଇନ୍ଦ୍ରଜିତ ତାଣ୍ଡି, ଶ୍ରମିକ ନେତା।

ଅନ୍ୟ ପଟେ ଆଜି ସମ୍ବଲପୁର ଗସ୍ତରେ ଆସି ଥିବା ରାଜ୍ୟ ଶ୍ରମ ଆୟୁକ୍ତ ନିରଞ୍ଜନ ସାହୁ କହିଛନ୍ତି ଯେ ଶ୍ରମିକ ଙ୍କ ଏହି ସମସ୍ୟା ଦୂର କରିବାକୁ ସେ ସମୀକ୍ଷା କରିଛନ୍ତି।ବିଗତ ଦିନରେ ସମ୍ବଲପୁର ଜିଲ୍ଲାର ଶ୍ରମିକ ମାନଙ୍କୁ 1400 କୋଟି ଟଙ୍କାର ର ବେନିଫିଟ ଦିଆଯାଇଛି। ଆଗକୁ ବ୍ଲକ ସ୍ଥରରେ ଶ୍ରମ ବିଭାଗ ର ଅଧିକାରୀ ଯୋଗ୍ୟ ହିତାଧିକାରୀ ଙ୍କ ଚୟନ କରିବେ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଜିବ ବୋଲି କହିଥିଲେ।

ବାଇଟ-3-ନିରଞ୍ଜନ ସାହୁ,ରାଜ୍ୟ ଶ୍ରମ ଆୟୁକ୍ତ।

Conclusion:ଗୋଟିଏ ପଟେ କୋଟି କୋଟି ଟଙ୍କାର ସହାୟତା ଶ୍ରମିକ ଙ୍କୁ ଦିଆଯାଇଥିବା ଅଧିକାରୀ କହୁଛନ୍ତି ତେବେ ତାହା ସଠିକ ଯୋଗ୍ୟ ହିତାଧିକାରୀ ପାଉଛି ନା ବାଟମାରଣା ହେଉଛି ସେନେଇ ଜିଲ୍ଲା ପ୍ରଶାସନ ତତ୍ତ୍ୱର ହେବା ଉଚିତ ବୋଲି ଦାବି ହେଉଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.