ETV Bharat / state

ଗାଧୋଇବାକୁ ଯାଇଥିବାବେଳେ ଶିକ୍ଷକଙ୍କୁ ଦୁବୃର୍ତ୍ତଙ୍କ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ - ସମ୍ବଲପୁର କୁଚିଣ୍ଡା ଶିକ୍ଷକଙ୍କୁ ଆକ୍ରମଣ

ସମ୍ବଲପୁର କୁଚିଣ୍ଡାରେ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ଶିକ୍ଷକଙ୍କୁ ଆକ୍ରମଣ । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

kuchinda teacher death in unknown miscreants attack
ଗାଧୋଇବାକୁ ଯାଇଥିବା ବେଳେ ଶିକ୍ଷକଙ୍କୁ ଦୁର୍ବୁର୍ତ୍ତଙ୍କ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ
author img

By

Published : Jan 16, 2021, 7:31 PM IST

ସମ୍ବଲପୁର: ଗାଧୋଇବାକୁ ଯାଇଥିବାବେଳେ ଦୁବୃର୍ତ୍ତଙ୍କ ଆକ୍ରମଣରେ ଶିକ୍ଷକଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର କୁଚିଣ୍ଡା ଥାନା ଅଞ୍ଚଳରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗାଧୋଇବାକୁ ଯାଇଥିବା ବେଳେ ଶିକ୍ଷକଙ୍କୁ ଦୁର୍ବୁର୍ତ୍ତଙ୍କ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ

କୁଚିଣ୍ଡା ଥାନା ଅନ୍ତର୍ଗତ ହାଡିପାଲି ଗ୍ରାମର ଶିକ୍ଷକ ରାମଚନ୍ଦ୍ର ଜୟପୁରିଆ ଦୁବୃର୍ତ୍ତଙ୍କ ଧାରୁଆ ଅସ୍ତ୍ର ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ପୋଖରୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି । ସୂଚନା ଅନୁଯାୟୀ ଲାଖୋପଡା ଗ୍ରାମର ରାମଚନ୍ଦ୍ର ନିଜ ଶ୍ବଶୁର ଘର ହାଡିପାଲି ଗ୍ରାମରେ ରହୁଥିଲେ । ସେ ଖଣ୍ଡୋକଟା ଏମଇ ସ୍କୁଲରେ ଶିକ୍ଷକତା କରୁଥିବାବେଳେ ଆଜି ସେ ଦେଢ କିଲୋମିଟର ଦୂର ଝାରମୁଣ୍ଡାର ପୋଖରୀକୁ ବାଇକ ଯୋଗେ ଗାଧୋଇବା ପାଇଁ ଯାଇଥିଲେ । ସେଠାରେ କେହି ଦୁବୃର୍ତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ତାଙ୍କ ବାଇକ ଧରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ପରିବାର ଲୋକେ ଖବର ପାଇ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା । ଘଟଣା ଘଟାଇଥିବା ଦୁବୃର୍ତ୍ତଙ୍କ ପରିଚୟ ମିଳିପାରିନଥିବାବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.