ETV Bharat / state

Hirakud dam: ବନ୍ୟା ସ୍ଥିତି ଗମ୍ଭୀର ହେବାରୁ ରୋକିଛି ହୀରାକୁଦ ଡ୍ୟାମ, ଜାଣନ୍ତୁ କେମିତି - ମହାନଦୀରେ ମଧ୍ୟମ ଧରଣ ବନ୍ୟା

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିଛି । ଏହି ବନ୍ୟା ସ୍ଥିତିକୁ ନିୟନ୍ତ୍ରଣ କରିବାରେ ହୀରାକୁଦ ଡ୍ୟାମ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆପଣ ଜାଣନ୍ତି ?

ହୀରକୁଦ ଡ୍ୟାମ
ହୀରକୁଦ ଡ୍ୟାମ
author img

By

Published : Aug 4, 2023, 7:55 AM IST

Hirakud dam

ସମ୍ବଲପୁର: ହୀରାକୁଦ ଡ୍ୟାମ, ଏହାକୁ ନିର୍ମାଣ କରିବାର ପ୍ରମୁଖ ଉଦ୍ଦେଶ୍ୟ ଥିଲା ବିଦ୍ୟୁତ ଉତ୍ପାଦନ, ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ମତ୍ସ୍ୟ ଚାଷ । ବର୍ତ୍ତମାନ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହି ବନ୍ୟା ସ୍ଥିତିକୁ ନିୟନ୍ତ୍ରଣ କରିବାରେ ହୀରାକୁଦ ଡ୍ୟାମ ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ ତାହା ହୁଏତ ବହୁ ଲୋକ ଜାଣି ନଥିବେ l ସମ୍ପ୍ରତି ହୀରାକୁଦ ଡ୍ୟାମ ଛତିଶଗଡ ପଟୁ ଆସୁଥିବା ବନ୍ୟା ଜଳକୁ ଅଟକାଇ ତଳ ମୁଣ୍ଡରେ ମହାନଦୀର ବନ୍ୟାକୁ ଗମ୍ଭୀର ହେବାରୁ ରୋକିଛି l ଆସନ୍ତୁ ଜାଣିବା ବର୍ତ୍ତମାନ ସାରା ରାଜ୍ୟର ବନ୍ୟା ସ୍ଥିତିକୁ କିପରି ଗମ୍ଭୀର ହେବାରୁ ଅଟକାଇଛି ହୀରାକୁଦ ଡ୍ୟାମ...

ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଥିବା ବେଳେ ମୁଣ୍ଡୁଳିରେ ସେକେଣ୍ଡ ପ୍ରତି 9.10 କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ଏହି ସ୍ଥିତିରେ SRC ନିର୍ଦ୍ଦେଶ ଦେଇଛନ୍ତି ଯେ, ତଳ ମୁଣ୍ଡରେ ବନ୍ୟା ସ୍ଥିତି ସ୍ବାଭାବିକ ନହେବା ଯାଏଁ ହୀରାକୁଦର 2ରୁ ଅଧିକ ଗେଟ ଖୋଲିବନି । ବର୍ତ୍ତମାନ ହୀରାକୁଦର ଉପର ମୁଣ୍ଡରୁ ନଦୀବନ୍ଧକୁ ସେକେଣ୍ଡ ପ୍ରତି 2ଲକ୍ଷ 6 ହଜାର 478 କ୍ୟୁସେକ ବନ୍ୟା ଜଳ ପ୍ରବେଶ କରିଥିବା ବେଳେ ଜଳ ଭଣ୍ଡାରରୁ ତଳ ମୁଣ୍ଡ ମହାନଦୀକୁ ମାତ୍ର 2ଟି ଗେଟ ଜରିଆରେ ସେକେଣ୍ଡ ପ୍ରତି ମାତ୍ର 62 ହଜାର 36 କ୍ୟୁସେକ ବନ୍ୟା ଜଳ ନିଷ୍କାସିତ ହେଉଛି । ଫଳରେ ତଳ ମୁଣ୍ଡ ମହାନଦୀରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରୁ ରୋକାଯାଇଛି l

ଏହାମଧ୍ୟ ପଢନ୍ତୁ: 'ମୁଣ୍ଡଳୀରେ ପ୍ରବାହିତ ହେଉଛି 9.20 ଲକ୍ଷ କ୍ୟୁସେକ ପିକ୍ ବନ୍ୟା ଜଳ'

ସୂଚନାଯୋଗ୍ୟ ଯେ, ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ରହିଛି l ଗତ ଜୁଲାଇ 23ରେ ଏହାର ଜଳସ୍ତର ପାଖାପାଖି 619 ଫୁଟରେ ଥିଲା l ଡ୍ୟାମର କର୍ଭ ରୁଲ ଗାଇଡ଼ଲାଇନ ଅନୁସାରେ ଜୁଲାଇ ଶେଷ ଓ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ହୀରାକୁଦର ଜଳସ୍ତର 605 ଫୁଟରେ ରଖାଯାଇଥାଏ । କାରଣ ଅଗଷ୍ଟ ମାସରେ ପ୍ରବଳ ବର୍ଷା ହୋଇଥିବାରୁ ଡ୍ୟାମରେ 25 ଫୁଟ ଉଚ୍ଚତା ଖାଲି ରଖାଯାଇଥାଏ । ତେଣୁ ଏହାର ଜଳସ୍ତରକୁ ଜୁଲାଇ ଶେଷ ସୁଦ୍ଧା 606 ଫୁଟକୁ ହ୍ରାସ କରାଯାଇଥିଲା ।

ଏହାଦ୍ବାରା ଅଗଷ୍ଟ ମାସରେ ଛତିଶଗଡ଼ ପଟୁ ବନ୍ୟା ପାଣି ଅଧିକ ପରିମାଣରେ ଆସିଲେ ସେହି ପାଣିକୁ ଡ୍ୟାମରେ ଭର୍ତ୍ତି କରି ମହଜୁଦ ରଖାଯାଇଥାଏ l ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ରହିଥିଲେ ଯେପରିକି ବର୍ତ୍ତମାନର ସ୍ଥିତି ରହିଛି ତାହେଲେ ଡ୍ୟାମର ଗେଟ ଖୋଲା ଯାଇନଥାଏ l ପରେ ହୀରାକୁଦର ତଳ ମୁଣ୍ଡରେ ମହାନଦୀରେ ବନ୍ୟା ପରିସ୍ଥିତି ସ୍ବାଭାବିକ ହେଲେ ପୁଣି ହୀରାକୁଦର ଗେଟ ଖୋଲା ଯାଇ କର୍ଭ ରୁଲ ଅନୁସାରେ ଡ୍ୟାମର ଜଳସ୍ତରକୁ ବଜାୟ ରଖାଯାଏ l

ବର୍ତ୍ତମାନ ହୀରାକୁଦର ଜଳସ୍ତର 610.65 ଫୁଟ ରହିଛି । ଡ୍ୟାମରେ ଆହୁରି 19 ଫୁଟ ଉଚ୍ଚତା ଖାଲି ରହିଛି l ତେବେ ଆଗକୁ ତଳ ମୁଣ୍ଡରେ ବନ୍ୟା ସ୍ଥିତି ସ୍ବାଭାବିକ ନହେବା ଯାଏ 2ରୁ ଅଧିକ ଗେଟ ଖୋଲାଯିବନି ବୋଲି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି l ତେଣୁ ବନ୍ୟା ନିୟନ୍ତ୍ରଣରେ ହୀରାକୁଦ ଡ୍ୟାମର ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ ତାହା ରାଜ୍ୟବାସୀ ବୋଧହୁଏ ବର୍ତ୍ତମାନ ବୁଝି ପାରୁଥିବେ l ଅନ୍ୟପଟେ ପ୍ରବଳ ବର୍ଷାରେ ଜିଲ୍ଲାର 6ଟି ବ୍ଲକର 58 ଗାଁ ପ୍ରଭାବିତ ହୋଇଥିବା ବେଳେ 340 ଜଣ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ କହିଛନ୍ତି l ଏହାସହ ସମ୍ବଲପୁର ଜିଲ୍ଲାରେ 200 ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବା ଅଧିକାରୀ ସୂଚନା ଦେଇଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.