ETV Bharat / state

Shital Sasthi Yatra: ଯୁଗଳ ମୂର୍ତ୍ତି ବେଶରେ ଦର୍ଶନ ଦେଲେ ଦେବ ଦମ୍ପତି, ପାରମ୍ପରିକ ନୃତ୍ୟରେ କମ୍ପିଲା ପରିବେଶ - ଶୀତଳ ଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର

ଶୀତଳ ଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର । ଦେବ ଦମ୍ପତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ । ଅଧିକ ପଢ଼ନ୍ତୁ

jugal darshan of lord shiva and maa parvati
ଯୁଗଳ ମୂର୍ତ୍ତି ବେଶରେ ଦର୍ଶନ ଦେଲେ ହର ପାର୍ବତୀ
author img

By

Published : May 26, 2023, 9:35 PM IST

ଯୁଗଳ ମୂର୍ତ୍ତି ବେଶରେ ଦର୍ଶନ ଦେଲେ ହର ପାର୍ବତୀ

ସମ୍ବଲପୁର: ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ଦୁଲୁକୁଛି ସମ୍ବଲପୁର । ମହାଦେବ ଓ ପାର୍ବତୀଙ୍କ ବିବାହ ପରେ ଅନୁଷ୍ଠିତ ହୋଇଛି ଯୁଗଳ ମୂର୍ତ୍ତି ଶୋଭାଯାତ୍ରା l ଗତ ଗୁରୁବାର ରାତି 12 ଟାରୁ ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରି ଥିବା ବେଳେ ଆଜି ସକାଳ 5ଟା ପର୍ଯ୍ୟନ୍ତ ଚାଲିଥିଲା l ଏହା ପରେ ପୁଣି ଦିନ 10 ଟାରୁ ଆରମ୍ଭ ହୋଇଥିଲା ଶୋଭାଯାତ୍ରା l ଏହି ଶୋଭାଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି ।

ଗତ ଗୁରୁବାର ଦେବ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହୋଇଥିବା ବେଳେ ଗତ ବିଳମ୍ବିତ ରାତି ପ୍ରାୟ 11ଟାରେ ସମସ୍ତ ଶୀତଳ ଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ଦେବ ଦମ୍ପତିଙ୍କ ମହା ଆଳତୀ ହୋଇଥିଲା l ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଇଂ. ରୋହିତ ପୂଜାରୀ, ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରମୁଖଙ୍କ ସହ ବରିଷ୍ଠ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ l ଏହାପରେ ରାତି ପ୍ରାୟ 12ଟାରୁ ଆରମ୍ଭ ହୋଇଥିଲା ଯୁଗଳ ଦର୍ଶନ ଶୋଭାଯାତ୍ରା l ଯୁଗଳ ମୂର୍ତ୍ତି ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି l ଏହି ବିଶ୍ୱାସ ଆଜି ସମ୍ବଲପୁରକୁ ହଜାର ହଜାର ଭକ୍ତଙ୍କୁ ଟାଣି ଆଣିଥିଲା l ସମ୍ବଲପୁରର ଗୋଲ ବଜାରରେ 3ଟି ଯାତ୍ରା କମିଟି ପକ୍ଷରୁ ଯୁଗଳ ଦର୍ଶନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଦିନ 10ରୁ ସନ୍ଧ୍ୟା ୫ଟା ଯାଏ ସହର ପରିକ୍ରମା କରାଯାଇଥିଲା । ଏହି ସମୟରେ ପ୍ରାୟ 10 ହଜାରରୁ ଊର୍ଦ୍ଧ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା l ତାପମାତ୍ରା 40ରୁ ଅଧିକ ଥିଲେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ କମିନଥିଲା l ଓଭର ବ୍ରିଜ ଉପରୁ ଅଗ୍ନିଶମ ବାହିନୀ ପକ୍ଷରୁ ଶୀତଳ ଜଳ ସିଞ୍ଚନ କରାଯାଇଥିଲା l

ପାରମ୍ପରିକ ବାଦ୍ୟନୃତ୍ୟରେ କମ୍ପି ଉଠିଥିଲା ପୁରା ପରିବେଶ । ଏହି ଶୋଭାଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପାରମ୍ପରିକ ଲୋକ କଳାକାର ଓ ଆଧୁନିଜ ନୃତ୍ୟର କଳାକାର ସାମିଲ ହୋଇଥିଲେ l ଦର୍ଶକ ମାନେ ମଧ୍ୟ କଳାକାରଙ୍କ ନୃତ୍ୟ ଗୀତକୁ ମନଭରି ଉପଭୋଗ କରିଥିଲେ l ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାପାଳ ଓ ଆରଡ଼ିସି ନିଜେ ଗୋଲବଜାର ଛକରେ ଉପସ୍ଥିତ ରହି ଶୋଭାଯାତ୍ରା ପରିଚାଳନା ତଦାରଖ କରିଥିଲେ l

ଏନେଇ ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି, "ସହର ମଧ୍ୟରେ ସୁରୁଖୁରୁରେ ଯୁଗଳ ମୂର୍ତ୍ତି ଶୋଭାଯାତ୍ରା ହୋଇଛି । ଶୋଭାଯାତ୍ରାରେ ସାମିଲ ହୋଇଥିବା ଲୋକଙ୍କ ପାଇଁ ବିଭିନ୍ନ ସ୍ବେଛାସେବୀ ସଂଗଠନ ପକ୍ଷରୁ ପାନୀୟ ଜଳ, ସରବତ, ଜଳଖିଆ, ଖାଦ୍ୟ ଆଦି ମାଗଣାରେ ଦିଆଯାଇଛି l ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସମସ୍ତ ଛକ ଓ ଗଳିରେ ସିସିଟିଭି ଲଗାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଡ୍ରୋନ କ୍ୟାମେରା ଜରିଆରେ ନିରୀକ୍ଷଣ କରାଯାଇଛି l"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.