ସମ୍ବଲପୁର: ସଦଭାବନା ଯାତ୍ରା ହେଲା ଜୀବନର ଶେଷ ଯାତ୍ରା। 'ଯୋଡୋ ଭାରତ, ଜୟ ଜଗତ' ସ୍ଲୋଗାନ ଦେଇ ଗତ ୨ ଅକ୍ଟୋବରରୁ ଆରମ୍ଭ ହୋଇଥିବା ସାଇକେଲ ସଦଭାବନା ଶୋଭାଯାତ୍ରାରେ ବାହାରି ବାଂଲାଦେଶ ଢାକା ପର୍ଯ୍ୟନ୍ତ ଯିବାପାଇଁ ଗୁଜୁରାଟ ଅହମଦନଗରରୁ ବାହାରିଥିବା ଆଲବର୍ଟ କ୍ୟୁରିସଙ୍କ ଯାତ୍ରା ସମ୍ବଲପୁରରେ ଶେଷ ହୋଇଗଲା । ଆଉ ଆଲବର୍ଟ ଶେଷ ଯାତ୍ରାର ଯାତ୍ରୀ ହୋଇଗଲେ। କାହିଁକି ନା ସଦଭାବନା ସାଇକେଲ ଯାତ୍ରାଟି ସମ୍ବଲପୁର ସହରରେ ପହଞ୍ଚିବା ପରେ ହଠାତ ଯାତ୍ରାରେ ସାମିଲ ଥିବା ଯାତ୍ରୀ ଆଲବର୍ଟ କ୍ୟୁରିସଙ୍କ ମୃତ୍ୟୁ ହୋଇଯାଇଛି ।
ସୂଚନା ଅନୁସାରେ ମହାରାଷ୍ଟ୍ର ଅହମଦନଗରରୁ ସଦଭାବନା ଭଳି ମହତ ଉଦ୍ଦେଶ୍ୟ ନେଇ ୭୦ ଜଣ ସ୍ବେଚ୍ଛାସେବୀ (୨୫ ଜଣ ମହିଳା ଓ ୪୫ ଜଣ ପୁରୁଷ) ସାଇକେଲ ଯୋଗେ ସଦଭାବନା ଯାତ୍ରାରେ ବାଂଲାଦେଶର ଢାକାକୁ ଯାଉଥିଲେ । ଆଜି ଏହି ଯାତ୍ରା ହୀରାକୁଦରୁ ସମ୍ବଲପୁର ପହଞ୍ଚିବା ସମୟରେ ହଠାତ ଯାତ୍ରାରେ ସାମିଲ ଥିବା ଜଣେ ୫୩ ବର୍ଷୀୟ ବ୍ୟକ୍ତି ଆଲବର୍ଟ କ୍ୟୁରିସ ନାମକ ଯାତ୍ରୀ ଛାତିରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ସମ୍ବଲପୁର ସରକାରୀ ମୁଖ୍ୟ ହସ୍ପିଟାଲ ଅଣାଯାଇଥିବା ବେଳେ ତାଙ୍କୁ ସେଠାରେ ମୄତ ଘୋଷଣା କରିଥିଲେ ଡାକ୍ତର ।
ମୃତଦେହକୁ ବୁର୍ଲା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଛି। ତେବେ ହୃଦଘାତ ଯୋଗୁଁ ଏହି ମୃତ୍ୟୁ ହୋଇ ଥାଇପାରେ ବୋଲି ଆଶଙ୍କା କରାଯାଉଛି।
ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ