ETV Bharat / state

ସମଳେଇ ଯୋଜନାର ବିସ୍ଥାପନ ନୀତି ବିରୁଦ୍ଧରେ ଜଳ ସତ୍ୟାଗ୍ରହ - sambalpur jal satyagraha

ସମଳେଇ ଯୋଜନାରେ ବିସ୍ଥାପନ ନୀତିକୁ ବିରୋଧ । ମା ସମଲେଶ୍ବରୀ ମନ୍ଦିରର ପାରିପାର୍ଶ୍ବିକ ବିକାଶ ଲାଗି ସମଳେଇ ଯୋଜନାରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହାକୁ ବିରୋଧ କରି ଜଳ ସତ୍ୟାଗ୍ରହ କରିଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...

ସମଳେଇ ଯୋଜନାର ବିସ୍ଥାପନ ନୀତି ବିରୁଦ୍ଧରେ ଜଳ ସତ୍ୟାଗ୍ରହ

author img

By

Published : Sep 9, 2021, 4:20 PM IST

ସମ୍ବଲପୁର: ମା' ସମଲେଶ୍ବରୀ ମନ୍ଦିରର ବିକାଶ ଲାଗି ରାଜ୍ୟ ସରକାର ଆରମ୍ଭ କରିଥିଲେ 'ସମଳେଇ ଯୋଜନା' । ସମଲେଶ୍ବରୀ ମନ୍ଦିରର ପାରିପାଶ୍ବିକ ବିକାଶ ଲାଗି ଯୋଜନା କାର୍ଯ୍ୟକାରୀ କରାଯାଇ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଥିବା କୋଠାଗୁଡିକୁ ଉଚ୍ଛେଦ କରାଯାଉଛି । ଯାହାକୁ ତୀବ୍ର ବିରୋଧ କରିଛନ୍ତି ବିସ୍ଥାପିତ ହେବାକୁ ଥିବା ସ୍ଥାନୀୟ ବାସିନ୍ଦା । ଆଜି(ଗୁରୁବାର) ସମ୍ବଲପୁର ବାଳିବନ୍ଧାର ମହାନଦୀ ଘାଟରେ ପାଣି ଭିତରେ ପୋଷ୍ଟର ଧରି ଅଭିନବ ଉପାୟରେ ବିସ୍ଥାପନକୁ ବିରୋଧ କରିଛନ୍ତି ସେଠାକାର ଲୋକେ ।

ସମଳେଇ ଯୋଜନାର ବିସ୍ଥାପନ ନୀତି ବିରୁଦ୍ଧରେ ଜଳ ସତ୍ୟାଗ୍ରହ

ବିରୋଧକାରୀଙ୍କ କହିବା କଥା, ସମଳେଇ ଯୋଜନାର ସମ୍ପୂର୍ଣ୍ଣ ରୂପରେଖ ନେଇ କୌଣସି ପାରଦର୍ଶିତା ନାହିଁ । ବିସ୍ଥାପନ ପାଇଁ କୌଣସି ଜନଶୁଣାଣି ମଧ୍ୟ ହୋଇନାହିଁ । ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କୁ ଭିନ୍ନ ଭିନ୍ନ ସମୟରେ ଉଚ୍ଛେଦ ନେଇ ନୋଟିସ ଜାରି ହେଉଛି ।

ଅନ୍ୟପଟେ ଲୋକଙ୍କୁ ଥଇଥାନ ନ କରାଯାଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି । ତେଣୁ ପ୍ରଥମେ ଥଇଥାନ ଏବଂ ପରେ ଉଚ୍ଛେଦ କାର୍ଯ୍ୟ କରାଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.