ETV Bharat / state

ସାଙ୍ଗଠନିକ ପଦବୀରୁ ଜଗନ୍ନାଥଙ୍କ ଇସ୍ତଫା - resign

ଉଭୟ ରାଜ୍ୟ କଂଗ୍ରେସ ସମନ୍ବୟ କମିଟିର ଆବାହକ ଏବଂ ପ୍ରଦେଶ ନିର୍ବାଚନ କମିଟିର ସଭ୍ୟ ପଦରୁ କଂଗ୍ରେସର ପୂର୍ବତନ ସାଂସଦ ଜଗନ୍ନାଥ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : May 22, 2019, 4:16 PM IST

ସମ୍ବଲପୁର: ଇସ୍ତଫା ଦେଲେ କଂଗ୍ରେସର ପୂର୍ବତନ ସାଂସଦ ଜଗନ୍ନାଥ ପଟ୍ଟନାୟକ । ସେ ଉଭୟ ରାଜ୍ୟ କଂଗ୍ରେସ ସମନ୍ବୟ କମିଟିର ଆବାହକ ଏବଂ ପ୍ରଦେଶ ନିର୍ବାଚନ କମିଟିର ସଭ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଆଜି ସମ୍ବଲପୁର ପ୍ରେସ କ୍ଲବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଥିବା ସୂଚନା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସେ କହିଛନ୍ତି ଯେ କଂଗ୍ରେସ ନିର୍ବାଚନ ସମୟରେ ଭରସା କରି ତାଙ୍କ ଉପରେ କିଛି ଦାୟିତ୍ୱ ଅର୍ପଣ କରିଥିଲା । ନିର୍ବାଚନ ପାଇଁ ସାଙ୍ଗଠନିକ ସ୍ଥିତି ପ୍ରସ୍ତୁତି, ଟିକେଟ ବଣ୍ଟନର ପ୍ରକ୍ରିୟାରେ ମାପଦଣ୍ଡ ଇତ୍ୟାଦି କାର୍ଯ୍ୟ । ସେ ଏହିସବୁ କାର୍ଯ୍ୟ ଠିକ ଭାବରେ ପରିଚାଳନା କରିପାରି ନଥିବାରୁ ଇସ୍ତଫା ପ୍ରଦାନ କରିଥିବା ଗଣମାଧ୍ୟମ ସାମ୍ନାରେ କହିଛନ୍ତି । କିନ୍ତୁ ସେ ଏହି ଦାୟିତ୍ୱରୁ ଇସ୍ତଫା ପ୍ରଦାନ କରିଥିବା ବେଳେ ପୂର୍ବ ଭଳି AICC ଏବଂ PCC ସଭ୍ୟ ପଦରେ ରହିବେ ବୋଲି କହିଛନ୍ତି ।

କଂଗ୍ରେସ ଏଥର ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ବେଳେ ରାଜ୍ୟରେ ବିଧାନସଭାରେ 20 ରୁ 25 ସିଟ ଏବଂ ଲୋକସଭାରେ 2 ରୁ 3ଟି ସିଟ ମିଳିପାରେ ବୋଲି କହିଛନ୍ତି ପୂର୍ବତନ ସାଂସଦ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.