ETV Bharat / state

ଜାନୁଆରୀ 27ରେ ସମଲେଇ ଯୋଜନାର ଲୋକାର୍ପଣ, ଆଜିଠୁ ଦେବ ନିମନ୍ତ୍ରଣ ଆରମ୍ଭ

Samalei project inauguration invitation: ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଆଜିଠୁ ଦେବ ନିମନ୍ତ୍ରଣ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 6, 2024, 10:44 PM IST

ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ
ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ
ଜାନୁଆରୀ 27ରେ ସମଲେଇ ଯୋଜନାର ଲୋକାର୍ପଣ

ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ ପୀଠର ଉନ୍ନୟନମୂଳକ ପ୍ରକଳ୍ପ "ସମଲେଇ ଯୋଜନା"ର ଶୁଭ ଉଦଘାଟନ କରିଵେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏହାପୂର୍ବରୁ ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଆଜି(ଶନିବାର)ଠୁ ଦେବ ନିମନ୍ତ୍ରଣ ଆରମ୍ଭ ହୋଇଛି l ସକାଳ ୬ଟାରେ ସମଲେଶ୍ବରୀ ମାଆଙ୍କ ପାଖରେ ପୂଜାର୍ଚ୍ଚନା ପରେ ଲୋକାର୍ପଣ ଉତ୍ସବ ପାଇଁ ଦେବ ନିମନ୍ତ୍ରଣ ପର୍ବ ଆରମ୍ଭ ହୋଇଥିଲା । ପ୍ରଥମେ ମାଆ ପାଟଣେଶ୍ୱରୀ, ମାଆ ଦଶମତି, ମାଆ ବାଟ ମଙ୍ଗଳା ଓ ବାବା ସୋମନାଥଙ୍କୁ ନିମନ୍ତ୍ରଣ କରାଯାଇଛି । ପରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ବର ଅଭିମୁଖେ ବାହାରିଛନ୍ତି ।

ଆସନ୍ତା ଜାନୁଆରୀ 27 ତାରିଖ ରେ ହେବ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପୀଠରେ ହୋଇଥିବା ଉନ୍ନୟନମୂଳକ ପ୍ରକଳ୍ପ "ସମଲେଇ ଯୋଜନା"ର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏଥିପାଇଁ ଆଜି(ଶନିବାର)ଠାରୁ ଆରମ୍ଭ ହୋଇଛି ଦେବ ନିମନ୍ତ୍ରଣ l ଆଜି ଦେବାଦେବୀଙ୍କ ନିମନ୍ତ୍ରଣରେ ବାହାରିବ ପୂର୍ବରୁ ସକାଳେ ମା ସମଲେଶ୍ବରୀଙ୍କ ନିକଟରେ ବିଧିବଦ୍ଧ ପୂଜାର୍ଚ୍ଚନା କରାଯାଇଥିଲା l ଏଥିରେ ସମଲେଶ୍ୱରୀ ମନ୍ଦିରର ପୂଜକଙ୍କ ସମେତ, ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି, ସଦସ୍ୟ ଓ ସମଲେଇ ପ୍ରକଳ୍ପର ନୋଡାଲ ଅଫିସର ସାମିଲ ହୋଇଥିଲେ l

ଏହାମଧ୍ୟ ପଢନ୍ତୁ.. ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, 11ତାରିଖ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ

ଏହା ପରେ ମନ୍ଦିର ପକ୍ଷରୁ ଏକ ପ୍ରତିନିଧି ଦଳ ମାଆ ପାଟଣେଶ୍ୱରୀ, ସୋମନାଥ ବାବା, ମାଆ ଦଶମତି ମନ୍ଦିର ଓ ମାଆ ବାଟ ମଙ୍ଗଳା ମନ୍ଦିରକୁ ଯାଇ ସମଲେଇ ଯୋଜନା ପାଇଁ ନିମନ୍ତ୍ରଣ ଦେଇଛନ୍ତି l ନିମନ୍ତ୍ରଣ ପାଇଁ ବାହାରି ଥିବା ଏହି ଦଳ ପ୍ରଥମେ ପୁରୀ ଅଭିମୁଖେ ଯାତ୍ରା କରିବେ ଓ ଶ୍ରୀମନ୍ଦିର ଯାଇ ପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରିବେ l ଏହାପରେ ଅନ୍ୟ ପ୍ରମୁଖ ମନ୍ଦିରଗୁଡିକୁ ଯାଇ ନିମନ୍ତ୍ରଣ କରାଯିବ ବୋଲି ଏହି ଦଳ ପକ୍ଷରୁ କୁହାଯାଇଛି l ଏହା ପରେ ଏହି ଦଳ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବେ l ଏହା ସହ ଅନ୍ୟ ମନ୍ଦିରଗୁଡିକୁ ଦେବ ନିମନ୍ତ୍ରଣ ପ୍ରଦାନ କରାଯିବ l ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁଙ୍କ ନେତୃତ୍ବରେ ମନ୍ଦିରର ପୂଜକ, ସମ୍ବଲପୁର ଏ.ଡି.ଏମ୍ ପ୍ରଦୀପ ସାହୁ, ସମ୍ବଲପୁର ମ୍ଯନିସିପାଲଟି କମିଶନଙ୍କ ସହ ଅନେକ ପ୍ରଶାସନିକ ଅଧିକାରୀ ଆଜି ଦେବ ନିମନ୍ତ୍ରଣରେ ବାହାରିଛନ୍ତି ।

ସମ୍ବଲପୁର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.