ETV Bharat / state

ବୁର୍ଲା ମେଡ଼ିକାଲରେ ଏମଆରଆଇ ଅନିୟମିତତାର ତଦନ୍ତ ଆରମ୍ଭ - ଏମଆରଆଇ ଅନିୟମିତତା

ବୁର୍ଲା ମେଡିକାଲରେ ଏମଆରଆଇରେ ଅନିୟମିତତା ଘଟଣାର ଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ନବ ନିଯୁକ୍ତ ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେର । ଏହା କେବଳ ଲୋକଦେଖାଣିଆ ଦତନ୍ତ ବୋଲି ଜନସାଧାରଣରେ ଚର୍ଚ୍ଚା । ଅଧିକ ପଢନ୍ତୁ...

ବୁର୍ଲା ମେଡ଼ିକାଲରେ ଏମଆରଆଇ ଅନିୟମିତତାର ତଦନ୍ତ ଆରମ୍ଭ

author img

By

Published : Jun 13, 2020, 5:32 PM IST

ସମ୍ବଲପୁର: ଭୀମସାରର ଏମଆରଆଇରେ ଅନିୟମିତତା ଘଟଣା ପ୍ରଘଟ ହେବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବୁର୍ଲା ମେଡ଼ିକାଲର ନବ ନିଯୁକ୍ତ ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେର । ବୁର୍ଲା ମେଡ଼ିକାଲର ମେଡିସିନ ବିଭାଗର ପ୍ରଫେସର ମନୋଜ କୁମାର ମହାପାତ୍ରଙ୍କ ନେତୃତ୍ବରେ ଏକ 4 ଜଣିଆ ଟିମ ଏହି ଘଟଣାର ତଦନ୍ତ କରି 7 ଦିନ ଭିତରେ ରିପୋର୍ଟ ପ୍ରଦାନ କରିବେ।

ବୁର୍ଲା ମେଡ଼ିକାଲରେ ଏମଆରଆଇ ଅନିୟମିତତାର ତଦନ୍ତ ଆରମ୍ଭ

ତେବେ ଏହି ତଦନ୍ତ ଏକ ଔପଚାରିକତା ମାତ୍ର ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି। ଏଥିରୁ କୌଣସି କାର୍ଯ୍ୟାନୁଷ୍ଠାନ ହେବାର କମ ସମ୍ଭାବନା ରହିଥିବା କୁହାଯାଉଛି। ପୂର୍ବରୁ ବୁର୍ଲା ମେଡ଼ିକାଲରେ ଏମିତି ଅନେକ ଦୁର୍ନୀତି ଲୋକ ଲୋଚନକୁ ଆସୁଥିବା ବେଳେ ଏଗୁଡିକୁ ମେଡ଼ିକାଲର କେତେକ ପ୍ରଭାବଶାଳୀ ଲୋକଙ୍କ ଚାପରେ ଅତି ଚତୁରତାର ସହ ଚାପି ଦିଆଯାଇଥିବାର ନଜିର ମଧ୍ୟ ରହିଛି । ଏଣୁ ଏହି ତଦନ୍ତରୁ ମଧ୍ୟ କୌଣସି ଲାଭ ମିଳିବନି ବୋଲି ଚର୍ଚ୍ଚା ଜୋର ଧରିଛି ।

ଏମଆରଆଇ ପରୀକ୍ଷଣ ନାଁରେ ହିନ୍ଦ ଲ୍ୟାବ ସଂସ୍ଥା ଚଞ୍ଚକତା କରି କୋଟି କୋଟି ସରକାରୀ ଟଙ୍କା ଚଳୁ କରୁଥିବାର ତଥ୍ୟକୁ କିଛି ଦିନ ପୂର୍ବରୁ ବୁର୍ଲାର ଆବାସିକ ଡାକ୍ତର ଶଙ୍କର ରାମ ଚନ୍ଦାନୀ ଲୋକ ଲୋଚନକୁ ଆଣିଥିଲେ । ତେବେ ବର୍ତ୍ତମାନ ଅଭିଯୋଗକାରୀ ଡାକ୍ତର ଓ ତାଙ୍କ ସହଯୋଗୀଙ୍କ ଉପରେ ବୁର୍ଲା ମେଡ଼ିକାଲ ପ୍ରଶାସନ ପକ୍ଷରୁ ପ୍ରବଳ ଚାପ ପକାଯାଉଥିବାର ଅଭିଯୋଗ ହୋଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.