ETV Bharat / state

ବଦଳିଛି ମାନସିକତା, ବଢୁଛି କୁମ୍ଭାର ତିଆରି ଦୀପର ଚାହିଦା - ମାନସିକତାରେ ପରିବର୍ତ୍ତନ

ମାନସିକତାରେ ପରିବର୍ତ୍ତନ ଯୋଗୁଁ ସାଧାରଣ ଲୋକେ ହାତ ତିଆରି ଦୀପକୁ ଆପଣାଇଛନ୍ତି । ସମ୍ବଲପୁରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଗକୁ ପଢନ୍ତୁ....

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Oct 27, 2019, 12:53 AM IST

Updated : Oct 27, 2019, 9:38 AM IST

ସମ୍ବଲପୁର: ବଦଳିଛି ସମୟ ଆଉ ବଦଳିଛି ମାନସିକତା । ଏବେ ଦୀପାବଳୀରେ ଆଉ ଚାଇନାର ଫ୍ୟାନ୍ସି ଦୀପ ମୁହାଁ ହେଉନାହାନ୍ତି ଲୋକେ । ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ହାସଟ୍ୟାଗ ପିକେଡି ବା ପଟର୍ସ କି ଦିୱାଲି । ଅର୍ଥାତ ଏଥର ଦୀପାବଳୀରେ କୁମ୍ଭକାରଙ୍କ ଦ୍ବାରା ତିଆରି ଦୀପ କିଣନ୍ତୁ ଯେପରି ସେମାନେ ନିଜର ଦିୱାଲୀ ପାଳନ କରିପାରିବେ । ସେହିପରି କୁମ୍ଭକାର ମଧ୍ୟ ବିଭିନ୍ନ ପ୍ରକାରର ମାଟିଦୀପ ସହ ବଜାରରେ ନିଜ ଉପସ୍ଥିତି ଜାହିର କରିଛି । ଦୀପର ଚାହିଦା ବୃଦ୍ଧି ପାଇଁ ସମ୍ବଲପୁରର କୁମ୍ଭାର ସାହିରେ ଭିଡ ଜମୁଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ବଜାର ଚାହିଦାକୁ ଲକ୍ଷ୍ୟ ରଖି କୁମ୍ଭକାର ମଧ୍ୟ ସାଧାରଣ ଦୀପ ସହ ରଙ୍ଗବେରଙ୍ଗ ଡିଜାଇନ ଦୀପର ପସରା ମେଲାଇଛି । ପୂର୍ବରୁ କେବଳ ସାଧାରଣ ଦୀପ ତିଆରି ହେଉଥିବା ବେଳେ ଏଥର ବଜାରରେ ଗ୍ରହଣୀୟତାକୁ ଦୃଷ୍ଟିରେ ରଖି ଡିଜାଇନ ଦୀପ ତିଆରି କରିଛି । ବର୍ତ୍ତମାନ ସ୍ବଦେଶୀ ଜାଗରଣର ବାର୍ତ୍ତା ସୋସିଆଲ ମିଡିଆରେ ଘୁରି ବୁଲୁଥିବାରୁ ଲୋକଙ୍କ ମାନସିକତା ବଦଳିଛି ଓ ସମସ୍ତେ କୁମ୍ଭାର ତିଆରି ଦୀପ କିଣୁଥିବା ଦୀପ ନିର୍ମାତା ସୁଶାନ୍ତ ରଣା କହିଛନ୍ତି ।

ହାତ ତିଆରି ମାଟି ଦୀପ ଦ୍ବାରା ସ୍ଥାନୀୟ ନିର୍ମାତା ଓ ଛୋଟ ବ୍ୟବସାୟୀ ଲାଭବାନ ହେବେ ବୋଲି ଦୀପ କିଣୁଥିବା ଗ୍ରାହକ ପ୍ରକାଶ କରିଛନ୍ତି । ଅନ୍ୟପଟେ ସମ୍ବଲପୁରର କିଛି ଯୁବକ ସୋସିଆଲ ମିଡ଼ିଆରେ ଏଥରର ଦୀପାବଳୀକୁ 'ପଟର୍ସ କି ଦିୱାଲି' ବୋଲି ଲେଖି ସଚେତନତା କରୁଛନ୍ତି । ଏହା ଦ୍ବାରା କିଛି ଲୋକ ସଚେତନ ହେଉଥିବା ସ୍ବେଚ୍ଛାସେବୀ ରାହୁଲ ମୋଦକ କହିଛନ୍ତି।

ବିଗତ 2 ଦଶନ୍ଧି ଧରି ଚାଇନା ଦୀପର ଉପସ୍ଥିତି ରହିଥିଲା ବେଳେ ବର୍ତ୍ତମାନ ମାନସିକତାରେ ପରିବର୍ତ୍ତନ ଯୋଗୁଁ ସାଧାରଣ ଲୋକେ ହାତ ତିଆରି ଦୀପକୁ ଆପଣାଇଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Intro:ବଦଳିଛି ମାନସିକତା ଆଉ ବଦଳିଛି ସମୟ। ଏବେ ଦୀପାବଳୀ ରେ ଆଉ ଚାଇନା ର ଫେନ୍ସି ଦୀପ ମୁହାଁ ହେଉନାହାଁନ୍ତି ଲୋକେ। ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ସ୍ଲୋଗାନ 'ହେଚ-ଟେଗ ପି କେ ଡି ବା ପୋଟର୍ସ କି ଦିବାଲି। ଅର୍ଥାତ ଏଥର ଦୀପାବଳୀର ରେ କୁମ୍ଭାର ତିଆରି ଦୀପ କିଣନ୍ତୁ। ଆଉ କୁମ୍ଭାର ମଧ୍ୟ ମାର୍କେଟ ରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ସାଧାରଣ ମାଟି ଦୀପ ସହ ରଙ୍ଗୀନ ଡିଯାଇନର ଦୀପ ତିଆରି କରିଛି।

Body:ଏବେ ସମ୍ବଲପୁର ର କୁମ୍ଭାର ସାହିରେ ଗହଳି। କାହିଁକି ନା ଆସିଛି ଆଲୋକର ପର୍ବ ଦୀପାବଳୀ। ଆଉ ଦୀପ କିଣିବାକୁ ସମସ୍ତେ ଏବେ କୁମ୍ଭାର ଘରେ ଭିଡ଼ ଜମେଇଛନ୍ତି। କୁମ୍ଭାର ମଧ୍ୟ ସାଧାରଣ ଦୀପ ସହ ରଙ୍ଗ ବିରଙ୍ଗ ଡିଯାଇନର ଦୀପର ପସରା ମେଲେଇଛି। ପୂର୍ବରୁ କେବଳ ସାଧାରଣ ଦୀପ ତିଆରି ହେଉଥିବା ବେଳେ ଏଥର ମାର୍କେଟ ରେ ପ୍ରତିଦ୍ବନ୍ଦିତା ପାଇଁ କୁମ୍ଭାର ତିଆରି କରିଛି ବିଭିନ୍ନ ପ୍ରକାରର ରଙ୍ଗ ବିରଙ୍ଗ ର ଡିଯାଇନର ଦୀପ। ଏହା ସହ ବର୍ତ୍ତମାନ ସ୍ବଦେଶୀ ଜାଗରଣ ର ବାର୍ତ୍ତା ସୋସିଆଲ ମିଡିଆରେ ଘୁରି ବୁଲୁଥିବାରୁ ଲୋକଙ୍କ ମାନସିକତା ବଦଳିଛି ଓ ସମସ୍ତେ କୁମ୍ଭାର ତିଆରି ଦୀପ କିଣୁଥିବା କୁମ୍ଭାର କହିଛନ୍ତି।

ବାଇଟ-1-ସୁଶାନ୍ତ ରଣା,କୁମ୍ଭାର ଦୀପ ବ୍ୟବସାୟୀ।
ବାଇଟ-2-ଗ୍ରାହକ।

ଏପଟେ ଗ୍ରାହକ ମଧ୍ୟ ଏବେ ନିଜେ ଏହାଦ୍ୱାରା ସ୍ଥାନୀୟ ଛୋଟ କୁମ୍ଭାର ବା ଛୋଟ ବ୍ୟବସାୟୀ ଲାଭବାନ ହେବେ ବୋଲି କହିଛନ୍ତି। ଅନ୍ୟ ପଟେ ସମ୍ବଲପୁର ର କିଛି ଯୁବକ ସୋସିଆଲ ମିଡ଼ିଆର ଏଥର ର ଦୀପାବଳୀ କୁ 'ପୋଟର୍ସ କି ଦିବାଲି' ବୋଲି ସଚେତନତା କରୁଛନ୍ତି। ଏହା ଦ୍ୱାରା ଲୋକେ ମଧ୍ୟ ସଚେତନ ହେଉଥିବା ଏହି ସ୍ବେଛାସେବୀ ଯୁବକ କହିଛନ୍ତି।

ବାଇଟ-3-ରାହୁଲ ମୋଦକ, ସ୍ବେଚ୍ଛାସେବୀ।

Conclusion:ବିଗତ 2 ଦଶନ୍ଧିରେ ଚାଇନା ଦୀପ ର ଦବ ଦବା ରହିଥିଲା ତେବେ ବର୍ତମାନ ଏହି ମାନସିକତା ରେ ପରିବର୍ତ୍ତନ ଆସିଛି।ଆଉ ଲୋକେ କୁମ୍ଭାର ଦୀପକୁ ଅପଣେଇଛନ୍ତି।
Last Updated : Oct 27, 2019, 9:38 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.