ETV Bharat / state

ସକ୍ରିୟ କାଠ ମାଫିଆ; ବେଆଇନ ଭାବେ କାଟୁଛନ୍ତି ମୂଲ୍ୟବାନ ଗଛ - sambalpur news

ସମ୍ବଲପୁର ଯୁଜୁମୁରା ଅଞ୍ଚଳରେ ସକ୍ରିୟ କାଠ ମାଫିଆ । ବେଆଇନ ଭାବେ କାଟୁଛନ୍ତି ମୂଲ୍ୟବାନ ଗଛ। ଅଧିକ ପଢନ୍ତୁ...

illegal tree cutting are increasing in sambalpur
ସକ୍ରିୟ କାଠ ମାଫିଆ ; ବେଆଇନ ଭାବେ କାଟୁଛନ୍ତି ମୂଲ୍ୟବାନ ଗଛ
author img

By

Published : Jun 23, 2021, 11:53 AM IST

ସମ୍ବଲପୁର: ଜିଲ୍ଲାର ଯୁଜୁମୁରା ଅଞ୍ଚଳରେ ଚାଲିଛି ବ୍ୟାପକ ପରିମାଣର ବେଆଇନ ଗଛକଟା। ଏହି ଅଞ୍ଚଳରେ ଘଞ୍ଚ ଜଙ୍ଗଲ ଥିବା ବେଳେ ଦୀର୍ଘ ଦିନ ହେଲା ଜଙ୍ଗଲ ମାଫିଆମାନେ ଏହି ଅଞ୍ଚଳରୁ ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ଗଛ କାଟି ନେଉଛନ୍ତି । ଭୋଇପାଲି ଜଙ୍ଗଲର ରୟିତି ଜମିରୁ ଗଛକଟା ହେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଆବେଦନ କରିଥିବା ଜମିର ସାବିକ କିସମ ଓ ହାଲ କିସମ ମେଲ ଖାଉନଥିଲେ ମଧ୍ୟ ବେଆଇନ ଭାବେ ଗଛ କାଟିବାକୁ ବନ ବିଭାଗ ଅନୁମତି ଦେଇଥିବା ଅଭିଯୋଗ ହୋଇଛି।

ସକ୍ରିୟ କାଠ ମାଫିଆ ; ବେଆଇନ ଭାବେ କାଟୁଛନ୍ତି ମୂଲ୍ୟବାନ ଗଛ

ନିୟମ ଅନୁସାରେ ସାବିକ ଓ ହାଲ କିସମ ସମାନ ହେଲେ ବନ ବିଭାଗ ବିଭିନ୍ନ ଦିଗକୁ ତର୍ଜମା କରି ଗଛ କାଟିବାକୁ ଅନୁମତି ଦେବା କଥା। ତେବେ ଏଠାରେ ବ୍ୟତିକ୍ରମ ହୋଇଥିବା ଅଭିଯୋଗ ହୋଇଛି। ମାଫିଆମାନେ ପ୍ରଥମେ ଗଛ କାଟିବା ପାଇଁ ରୟତି ଜମି ମାଲି ଙ୍କ ନାଁରେ ଆବେଦନ କରୁଛନ୍ତି । ଅନୁମତି ମିଳିବା ପରେ ନିକଟସ୍ଥ ଜଙ୍ଗଲ ଜମିରୁ ମଧ୍ୟ ବହୁତ ଗଛ କାଟୁଥିବା ଅଭିଯୋଗ ହେଉଛି। ଏହାସହ ଅନ୍ୟ ନିରୀହ ଆଦିବାସୀଙ୍କ ରୟତି ଜମିରୁ ମଧ୍ୟ ଜୋର ଜବରଦସ୍ତ ଗଛ କାଟୁଥିବା କିଛି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଏହି କାର୍ଯ୍ୟରେ କିଛି ତହସିଲ କାର୍ଯ୍ୟାଳୟର କର୍ମଚାରୀ ଓ ବନ ବିଭାଗର କର୍ମଚାରୀ ସହାୟତା କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଅନ୍ୟ ପଟେ ଏଭଳି ପରିସ୍ଥିତିରେ ନିଜର ଅଧିକାର ଓ ଆଇନଗତ ଦିଗ ବିଷୟରେ ଅବଗତ ନଥିବା ଗରିବ ଲୋକେ ଜଙ୍ଗଲ ମାଫିଆଙ୍କ ବିରୋଧରେ ମୁହଁ ଫିଟାଉ ନାହାଁନ୍ତି। ଏହାର ଫାଇଦା ଉଠାଇ ଜଙ୍ଗଲ ମାଫିଆ ମାନେ ବହୁ ମୂଲ୍ୟବାନ ଗଛ କାଟି ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ ସହ ବାହାର ରାଜ୍ୟକୁ ଚାଲାଣ କରି ବର୍ଷିକ କୋଟି କୋଟି ଟଙ୍କା ଆଦାୟ ହେଉଛି ।

ଅନ୍ୟପଟେ ସମ୍ବଲପୁର ଡିଫଓ ସଞ୍ଜିତ କୁମାର ଏହି ଅଭିଯୋଗ କୁ ଖଣ୍ଡନ କରିଛନ୍ତି। ଆଇନ ମୁତାବକ ସବୁ ଗେଜେଟେଡ଼ ଅଫିସରଙ୍କ ତତ୍ବାବଧାନରେ ସବୁ ପରଖିଲା ପରେ ଗଛକଟା ପାଇଁ ଅନୁମତି ଦିଆଯାଉଛି। ଯଦି କୌଣସି ଲୋକ ଅନ୍ୟର ରୟତି ଜମିରୁ ଗଛ କାଟୁଛନ୍ତି ତେବେ ସେନେଇ ପୋଲିସରେ ଅଭିଯୋଗ କରିପାରିବେ ବୋଲି ଡିଫଓ କହିଛନ୍ତି। ଅନ୍ୟପଟେ ସମ୍ବଲପୁର ଆରସିସିଏଫ ଚିତ୍ତରଞ୍ଜନ ମିଶ୍ର କହିଛନ୍ତି ଯେ ଏହି ଭଳି ଅନିୟମିତତା ନେଇ କୌଣସି ଅଭିଯୋଗ ତାଙ୍କ ପାଖକୁ ଆସି ନାହିଁ। ଲିଖିତ ଅଭିଯୋଗ ଆସିଲେ ତଦନ୍ତ ନିର୍ଦ୍ଦେଶ ଦେବେ ବୋଲି ସେ କହିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.