ETV Bharat / state

ସମ୍ବଲପୁରରେ ବେଆଇନ ବାଣ କାରବାର, 6 ଗିରଫ

author img

By

Published : Nov 15, 2020, 9:01 PM IST

ବିଭିନ୍ନ ସ୍ଥାନରେ ଚଢ଼ାଉବେଳେ ବିପୁଳ ମାତ୍ରାରେ ବେଆଇନ ବାଣ ଜବତ କରିଛି ସମ୍ବଲପୁର ପୋଲିସ। ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ବାଣ ସହ 6 ଜଣ ଗିରଫ ହୋଇଛନ୍ତି। ଅଧିକ ପଢ଼ନ୍ତୁ...

Illegal fire crackers business dealings in Sambalpur 6 arrested by police
ସମ୍ବଲପୁରରେ ବେଆଇନ ବାଣ କାରବାର, 6 ଗିରଫ

ସମ୍ବଲପୁର: ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ବିପୁଳ ମାତ୍ରାରେ ବେଆଇନ ବାଣ ଜବତ କରିଛି ସମ୍ବଲପୁର ପୋଲିସ। ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଣ ବିକ୍ରି ହେଉଥିବା ସୂଚନା ମିଳିଥିଲା । ଏହାପରେ ପୋଲିସ ପକ୍ଷରୁ ବାଣ ଜବତ ଅଭିଯାନ ଆରମ୍ଭ ହୋଇଥିଲା। ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି ପୋଲିସ ।

ସମ୍ବଲପୁରରେ ବେଆଇନ ବାଣ କାରବାର, 6 ଗିରଫ

ଦୀପାବଳିରେ ବାଣ ଫୁଟାଇବା ସହ ବାଣ ବିକ୍ରି ଉପରେ କଟକଣା ଜାରି କରିଥିଲେ। ଏଥିରେ ବ୍ୟତିକ୍ରମ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଜାରି କରିଥିଲେ ରାଜ୍ୟ ସରକାର। ଏହାକୁ ବେଖାତିର କରି ଜିଲ୍ଲାରେ କେତେକ ବାଣ ବେପାରୀ ବେଆଇନ ଭାବେ ବାଣ ବିକ୍ରି ଜାରି ରଖିଥିଲେ। ଏହାକୁ ନେଇ ଆଜି(ରବିବାର) ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ଚଢାଉ କରି ୬ ଜଣଙ୍କୁ ଗିରଫ କରିଛି ।

ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ସମ୍ବଲପୁର ଟାଉନ ଥାନା ଅଞ୍ଚଳରୁ ଦୁଇଜଣ, ଖେତରାଜପୁର ଥାନା ଅଞ୍ଚଳରୁ ଜଣେ, ରେଙ୍ଗାଲି ଥାନା ଅଞ୍ଚଳରୁ ଜଣେ ଓ ରେଢାଖୋଲ ଥାନା ଅଞ୍ଚଳରୁ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସଭିଁଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ପୋଲିସ ସୂଚନା ଦେଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.