ETV Bharat / state

IFS ଅଭୟ ଗିରଫ ମାମଲା, ସମ୍ବଲପୁରରେ ଭିଜିଲାନ୍ସର ଛାନଭିନ

author img

By

Published : Dec 1, 2020, 5:59 PM IST

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫ୍ଏସ୍ ଅଭୟ ପାଠକଙ୍କ ସମ୍ପତ୍ତିର ଯାଞ୍ଚ ଆରମ୍ଭ କରିଛି ଭିଜିଲାନ୍ସ । ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଅଭୟଙ୍କ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଅଛି କି ନାହିଁ ତଦନ୍ତ ଆରମ୍ଭ ହୋଇଛି । । ଅଧିକ ପଢନ୍ତୁ...

IFS ଅଭୟ ପାଠକ ଗିରଫ ମାମଲା, ସମ୍ବଲପୁରରେ ଭିଜିଲାନ୍ସର ରେଡ୍

ସମ୍ବଲପୁର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫ୍ଏସ୍ ଅଭୟ ପାଠକଙ୍କ ସମ୍ପତ୍ତିର ଯାଞ୍ଚ ଆରମ୍ଭ କରିଛି ଭିଜିଲାନ୍ସ । ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଅଭୟଙ୍କ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଅଛି କି ନାହିଁ ତଦନ୍ତ ଆରମ୍ଭ ହୋଇଛି । ଏନେଇ ଭିଜିଲାନ୍ସ ସମ୍ବଲପୁରରେ ଥିବା ବିଭିନ୍ନ ବ୍ୟାଙ୍କକୁ ନୋଟିସ୍ ଜାରି କରିଛି ।

ସୂଚନା ଅନୁଯାୟୀ ଆଇଏଫଏସ ଅଧିକାରୀ ଅଭୟ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଏହାପରେ ଉଭୟଙ୍କ ନାମରେ ବିଭିନ୍ନ ବେଆଇନ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢାଉ କରାଯାଉଛି । 1991 ମସିହାରେ ଅଭୟ ସମ୍ବଲପୁରରେ ଯୁଗ୍ମ ନିର୍ଦ୍ଦେଶକ ସୋସିଆଲ ଫରେଷ୍ଟ୍ରିରେ ଯୋଗଦେଇଥିଲେ ।

ଚାକିରି କାଳରେ ଅଭୟ କେତେ ପରିମାଣର ବ୍ୟାଙ୍କ ବାଲାନ୍ସ ରଖିଛନ୍ତି ସେନେଇ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି । ଏଥିସହ ସମ୍ବଲପୁରରେ ଅଭୟଙ୍କ ସମ୍ପତ୍ତିର ଖୋଳତାଡ କରୁଛି ଭିଜିଲାନ୍ସ । ଅନ୍ୟପଟେ ଭିଜିଲାନ୍ସ ପକ୍ଷରୁ ସମ୍ବଲପୁରରେ ଥିବା ବିଭିନ୍ନ ବ୍ୟାଙ୍କକୁ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.