ETV Bharat / state

ସ୍ଥିତି ସୁଧୁରିଲେ ଦୁଇଦିନରେ କର୍ଫ୍ୟୁ ହଟିଯିବ: ପୋଲିସ ଡିଜି - ସମ୍ବଲପୁର ହିଂସା ଘଟଣାର ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି

ସମ୍ବଲପୁର ହିଂସା ଘଟଣାର ସ୍ଥିତି ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ଖୁବଶୀଘ୍ର ସ୍ଥିତି ସ୍ବାଭାବିକ ହେବ ବୋଲି ଡିଜି କହିଛନ୍ତି । ଅଧିକ ପଢ଼ନ୍ତୁ

sambalpur curfew
ସମ୍ବଲପୁର ହିଂସା ଘଟଣା
author img

By

Published : Apr 16, 2023, 4:37 PM IST

ସମ୍ବଲପୁର ହିଂସା ଘଟଣା

ସମ୍ବଲପୁର: ସହରରେ ସ୍ଥିତି ସୁଧୁରିଲେ କର୍ଫ୍ୟୁ ହଟିବ । କର୍ଫ୍ୟୁ ହଟିବା ନେଇ ଦିନେ ଦୁଇଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ । ସମ୍ବଲପୁରରେ ହନୁମାନ ଜନ୍ମ ଉତ୍ସବ ପାଳନ ବେଳେ ଦେଖାଦେଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାର ସମୀକ୍ଷା କରି ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଜିଡି ସୁନୀଲ ବଂଶଲ । ଅପ୍ରୀତିକର ଘଟଣାରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଡିଜି କହିଛନ୍ତି ।

ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ହିଂସାକାଣ୍ଡ ଘଟଣା ନେଇ ସମ୍ବଲପୁର ଏସପିଙ୍କ କାର୍ଯ୍ୟାଳୟରେ ପୋଲିସ ଡିଜି ସୁନୀଲ ବଂଶଲ ଉତ୍ତରାଞ୍ଚଳ ଆଇଜି ଓ ସମ୍ବଲପୁର ଏସପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ହିଂସାକାଣ୍ଡ ଘଟିଥିବା ସ୍ଥାନ ଓ କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକର ସ୍ଥାନ ନିରିକ୍ଷଣ କରିଥିଲେ । ସ୍ଥିତି ସମୀକ୍ଷା ପରେ ପୋଲିସ ଡିଜି ସୁନୀଲ ବଂଶଲ କହିଛନ୍ତି ଯେ, "୧୪ ତାରିଖ ଅପ୍ରିତିକର ଘଟଣା ପରଠାରୁ ସହରରେ କର୍ଫ୍ୟୁ ଲାଗୁ କରାଯାଇଛି । ଆଜି(ରବିବାର) ପରୀକ୍ଷା ପାଇଁ ଏଥିରେ କିଛିଟା କୋହଳ କରାଯାଇଛି । ସକାଳ ସାଢେ 7ଟାରୁ ସାଢେ 10 ଓ ଅପରାହ୍ନ 4ଟାରୁ 6ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ବର୍ତ୍ତମାନ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି । ଲୋକଙ୍କୁ ଭୟ କରିବାର ଆବଶ୍ୟକତା ନାହିଁ ।" ଆଗକୁ ପରିସ୍ଥିତି ଦେଖି ଦୁଇ ଦିନପରେ କର୍ଫ୍ୟୁ ଉଠାଯିବ ବୋଲି ଡିଜି କହିଛନ୍ତି ।

ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି । ଏହି ଘଟଣାରେ ଅନେକ ଲୋକଙ୍କ ଗିରଫ କରାଯାଇଛି । ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜି କହିଛନ୍ତି । କେତେକ ଲୋକଙ୍କୁ ସ୍କାନରରେ ରଖାଯାଇଛି । କାହାପ୍ରତି କୋହଳ ମନୋଭାବ ପୋଷଣ କରାଯିବ ନାହିଁ । ଖୁବଶୀଘ୍ର ସମ୍ବଲପୁରରେ ସ୍ବାଭାବିକ ସ୍ଥିତି ଆସିବ । ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି ଡିଜି । ଅନ୍ୟପଟେ ସମ୍ବଲପୁର ଏସପି ସୂଚନା ଫେଇଛନ୍ତି ଯେ, 12 ତାରିଖ ପଥର ମାଡ଼ ଘଟଣାରେ 26 ଜଣ ଗିରଫ ହୋଇଥିବା ବେଳେ, 14 ତାରିଖର ନିଆଁ ଲଗାଇବା ଘଟଣାରେ 53 ଜଣ ଓ 14 ତାରିଖର ଅନ୍ୟ ଏକ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ 6 ଜଣ ଗିରଫ ହୋଇ ସାରିଛନ୍ତି । ଏଥିସହ 12 ତାରିଖ ଘଟଣା ପରେ କେତେକ ଲୋକ ଫେରାର ରହିଛନ୍ତି । 100ରୁ ଊର୍ଦ୍ଧ୍ବ ଲୋକଙ୍କୁ ପୋଲିସ ସ୍କାନରରେ ରଖିଥିବା ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.