ETV Bharat / state

ପର୍ଯ୍ୟଟନ ଋତୁରେ ଚଳଚଞ୍ଚଳ ଘଣ୍ଟେଶ୍ୱରୀ ପୀଠ, ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

Devotees throng Maa Ghanteswari Temple: ପଶ୍ଚିମ ଓଡିଶାରେ ସମ୍ବଲପୁର ଜିଲ୍ଲାର ମା' ଘଣ୍ଟେଶ୍ବରୀ ପୀଠକୁ ଛୁଟୁଛୁ ପର୍ଯ୍ୟଟକଙ୍କ ଭିଡ଼ । ମାନସିକ ପୂରଣ ହେଲେ ଭକ୍ତମାନେ ବାନ୍ଧନ୍ତି ମା'ଙ୍କ ମନ୍ଦିରରେ ଘଣ୍ଟି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 31, 2023, 9:32 AM IST

ପର୍ଯ୍ୟଟନ ଋତୁରେ ମା ଘଣ୍ଟେଶ୍ୱରୀଙ୍କ ପୀଠକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ସମ୍ବଲପୁର: ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ । ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଲାଗିଛି ଏବେ ପର୍ଯ୍ୟଟକଙ୍କ ଭିଡ଼ । ସେହିପରି ପଶ୍ଚିମ ଓଡ଼ିଶାରେ ରହିଛି ଅନେକ ଦର୍ଶନୀୟ ସ୍ଥାନ । ଏହି ପର୍ଯ୍ୟଟନ ସ୍ଥଳଗୁଡିକ ମଧ୍ୟରେ ସମ୍ବଲପୁର ଜିଲ୍ଲାର ମା' ଘଣ୍ଟେଶ୍ବରୀ ପୀଠ ଅନ୍ୟତମ । ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକର ଚିପିଳିମା ଅଞ୍ଚଳରେ ଏହା ଅବସ୍ଥିତ । ସହରର କଚେରୀ ଛକରୁ ଚାଆରପୁରକୁ ଦ୍ଵିତୀୟ ମହାନଦୀ ସେତୁ ହେବା ପରେ ଏହି ରାସ୍ତା ଦେଇ ଘଣ୍ଟେଶ୍ବରୀ ପୀଠକୁ ଯାତ୍ରା ସୁଗମ ହୋଇଛି ।

ମହାନଦୀ କୂଳରେ ସୁନ୍ଦର ପ୍ରାକୃତିକ ପରିବେଶରେ ରହିଛି ମା' ଘଣ୍ଟେଶ୍ବରୀଙ୍କ ପୀଠ । ମା'ଙ୍କ ପୀଠରେ ଶୋଭା ପାଉଛି ଅନେକ ଛୋଟ ବଡ ଘଣ୍ଟି, ଯାହାର ଶବ୍ଦ ଶ୍ରଦ୍ଧାଳୁଙ୍କ ମନରେ ଭରି ଦିଏ ଅଫୁରନ୍ତ ଆଧ୍ୟାତ୍ମିକ ଚେତନା । 1770 ମସିହାରୁ ମା' ଘଣ୍ଟେଶ୍ବରୀଙ୍କ ଆବିର୍ଭାବ ହୋଇଥିଲା ଏହି ଆଧ୍ୟାତ୍ମିକ ସ୍ଥଳରେ । ଏଠାରେ ମାନସିକ ପୂରଣ ହେଲେ ଶ୍ରଦ୍ଧାଳୁମାନେ ମା'ଙ୍କ ମନ୍ଦିରରେ ଘଣ୍ଟି ବାନ୍ଧିବାର ମାନ୍ୟତା ରହିଛି l ତେବେ ରାଜ୍ୟର ଅନ୍ୟ ଦେବୀ ପୀଠମାନଙ୍କ ପରି ଏଠାରେ ବଳି ଦିଆନଯିବା ଏହାର ବିଶେଷତା ଅଟେ । ମାନସିକଧାରୀମାନେ ନିଜର ମାନସିକ ପୂର୍ଣ୍ଣ ହେବା ପରେ ମାନସିକ ପାଇଁ ରଖିଥିବା ଛେଳି କିମ୍ବା କୁକୁଡ଼ାକୁ ଏହି ସ୍ଥାନରେ ମା'ଙ୍କ ଉଦ୍ଦେଶ୍ୟରେ ଛାଡି ଦିଅନ୍ତି ।

ଏହା ମଧ୍ୟ ପଢନ୍ତୁ... କୋଣାର୍କରେ ଜମୁଛି ପର୍ଯ୍ୟଟକଙ୍କ ଭିଡ; ସଫେଇ, ଟ୍ରାଫିକ୍ ସମସ୍ୟା ଭୁଲିଗଲା ପ୍ରଶାସନ

ଏହି ଛେଳି କିମ୍ବା କୁକୁଡ଼ାମାନେ ମନ୍ଦିର ପାଖରେ ନିର୍ଭୟରେ ରହିଆସୁଛନ୍ତି l ରାତି ସମୟରେ କୁକୁଡ଼ାଗୁଡିକ ଗଛ ଉପରେ ରହିଥାନ୍ତି l ଏହି ଜୀବମାନେ ଭକ୍ତଙ୍କ ମଧ୍ୟରେ ସହଜରେ ବିଚରଣ କରିଥାନ୍ତି ସତେ ଯେମିତି ମା' ଦେଇଛନ୍ତି ତାଙ୍କୁ ଅଭୟଦାନ । ବର୍ତ୍ତମାନ ପର୍ଯ୍ୟଟନ ଋତୁରେ ପୂର୍ବପେକ୍ଷା ଦୈନିକ ହଜାରରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି । ଏଠାକାର ସବୁଜ ଶାନ୍ତ ପରିବେଶ ଏବଂ ନିକଟରେ ବହି ଯାଉଥିବା ମହାନଦୀର କୁଳୁକୁଳୁ ଶବ୍ଦ ପର୍ଯ୍ୟଟକମାନଙ୍କୁ ଏକ ସ୍ବତନ୍ତ୍ର ଅନୁଭୂତି ପ୍ରଦାନ କରିଥାଏ l ଅନ୍ୟପଟେ ନିକଟରେ ଥିବା ଚିପିଲିମା ଜଳ ବିଦ୍ୟୁତ ପ୍ରକଳ୍ପ ପର୍ଯ୍ୟଟକଙ୍କୁ ଅଣ ଓସାରିଆ ବ୍ରିଜରେ ଚାଲିବାର ରୋମାଞ୍ଚକର ଅନୁଭୂତି ଦେଇଥାଏ । ଦୈବୀ ମାହାତ୍ମ୍ୟ ଓ ସବୁଜିମା ଭରା ପରିବେଶ ଥାଇ ମଧ୍ୟ ଏହାର ବିକାଶ ଆଶାନୁରୂପ ହୋଇପାରି ନାହିଁ । ଏଠାରେ ପର୍ଯ୍ୟଟକ ପାଇଁ ପାନୀୟ ଜଳ ଓ ଶୌଚାଳୟର ଆଦି ସୁବିଧାର ଅଭାବ ରହିଛି । ତେବେ ପର୍ଯ୍ୟଟନ ବିଭାଗ ଏହା ପ୍ରତି ଦୃଷ୍ଟି ଦେଲେ ଆଗକୁ ସ୍ଥାନୀୟ ପର୍ଯ୍ୟଟନରେ ବିକାଶ ଘଟିବ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.