ETV Bharat / state

ଅଟୋ ଡ୍ରାଇଭରଙ୍କ ମହାନତା, ଯାତ୍ରୀଙ୍କୁ ଫେରାଇଲେ ୮୦ ହଜାରରୁ ଅଧିକ ଟଙ୍କା - ସମ୍ବଲପୁର ଖବର

ମହାନତା ଦେଖାଇଲେ ଅଟୋ ଚାଳକ । ତାଙ୍କ ଅଟୋରେ ଛାଡି ପଳେଇଥିବା ଯାତ୍ରୀଙ୍କ ୮୦ ହଜାର ୫୦୦ ଟଙ୍କା ଫେରାଇ ଦେଲେ । ଅଧିକ ପଢନ୍ତୁ

ଅଟୋ ଡ୍ରାଇଭରଙ୍କ ମହାନତା
ଅଟୋ ଡ୍ରାଇଭରଙ୍କ ମହାନତା
author img

By

Published : Aug 9, 2023, 8:34 AM IST

ଅଟୋ ଡ୍ରାଇଭରଙ୍କ ମହାନତା

ସମ୍ବଲପୁର: ଅଟୋ ଡ୍ରାଇଭର ଦେଖାଇଲେ ମାନବିକତା । ତାଙ୍କ ଅଟୋରେ ଯିବା ସମୟରେ ଯାତ୍ରୀ ଟଙ୍କା ଭର୍ତ୍ତି ବ୍ୟାଗ୍ ଛାଡି ଚାଲି ଯାଇଥିଲେ । କିନ୍ତୁ ଲୋଭର ବଶବର୍ତ୍ତୀ ନହୋଇ ଯାତ୍ରୀଙ୍କୁ ୮୦ ହଜାର ୫୦୦ ଟଙ୍କା ଭର୍ତ୍ତି ବ୍ୟାଗ୍ ଫେରେଇ ଦେଲେ ଅଟୋ ଚାଳକ । ଘଟଣାଟି ଘଟିଛି ସମ୍ବଲପୁର ସହର ଟାଉନ ଥାନା ଅଞ୍ଚଳରେ । ଅଟୋ ଚାଳକଙ୍କ ନାମ ଚୁଡାମଣି ଲୁହା । ନିଜର ସଚ୍ଚୋଟତା ଓ ମଣିଷ ପଣିଆ ପାଇଁ ଏବେ ସେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଏତାଦୃଶ୍ୟ କାର୍ଯ୍ୟ ଆଜି ବି ସମାଜରେ ମାନବିକତା ବଞ୍ଚି ରହିଥିବାର ବଳିଷ୍ଠ ପ୍ରମାଣ ଦେଉଛି ।

ସୂଚନା ଅନୁଯାୟୀ, ସମ୍ବଲପୁର ଚାଅଁରପୁର ମୁଣ୍ଡୋଘାଟରେ ରୁହନ୍ତି ଅଟୋ ଡ୍ରାଇଭର ଚୁଡ଼ାମଣି । ପ୍ରତିଦିନ ପରି ସେ ସୋମବାର ଦିନ ଯାତ୍ରୀ ଅପେକ୍ଷାରେ ଥିଲେ । ଏତିକି ବେଳେ ସମ୍ବଲପୁର ସହରର ଲକ୍ଷ୍ମୀ ଟକିଜ ଛକରୁ ୪ ଜଣ ଯାତ୍ରୀ ତାଙ୍କ ଅଟୋରେ ଯୁଜୁମରା ବ୍ଳକ ସ୍ଥିତ ପର୍ଯ୍ୟଟନ ସ୍ଥଳୀ ଦେଓଝରଣ ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ । ଚୁଡ଼ାମଣି ଦେଓଝରଣରୁ ଯାତ୍ରୀଙ୍କ ପୁଣି ଆଣି ଲକ୍ଷ୍ମୀ ଟକିଜ ଛକରେ ଛାଡ଼ି ଦେଇଥିଲେ । ରାତି ହୋଇଥିବାରୁ ଉଭୟ ଯାତ୍ରୀ ଓ ଅଟୋ ଡ୍ରାଇଭର ନିଜ ନିଜ ଘରକୁ ଫେରି ଯାଇଥିଲେ । ପରବର୍ତ୍ତୀ ସମୟରେ ଅଟୋରେ ଯାଇଥିବା ଯାତ୍ରୀମାନେ ଜାଣିବାକୁ ପାଇଥିଲେ ଯେ ସେମାନେ ୮୦ ହଜାର ୫୦୦ ଟଙ୍କା, ପାନକାର୍ଡ, ପରିଚୟ ପତ୍ର ,ଏଟିଏମ୍ କାର୍ଡ ଥିବା ଏକ ବ୍ୟାଗ ଅଟୋରେ ଛାଡି ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଅଟୋ ଚାଳକଙ୍କ ମହାନତା, ଯାତ୍ରୀଙ୍କୁ ଫେରାଇଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍‌

ଏହାପରେ ସେମାନେ ବିଭିନ୍ନ ସ୍ଥାନରୁ ପଚାରି ବୁଝି ଅଟୋ ଡ୍ରାଇଭରରଙ୍କ ସାଙ୍ଗଙ୍କ ଠାରୁ ଫୋନ ନମ୍ବର ପାଇ ଚୁଡାମଣିଙ୍କ ସହ ଯୋଗଯୋଗ କରିଥିଲେ । ଚୂଡାମଣି ମଧ୍ୟ ବିନା ଲୋଭରେ ସବୁ ଜିନିଷ ଫେରାଇବାକୁ ଇଚ୍ଛା ପ୍ରକାଶ କରିଥିଲେ । ତେବେ ଅଟୋ ଡ୍ରାଇଭର ଜଣକ ଏକାଥରେ ଏତେ ଟଙ୍କା ଦେଖି ଭୟଭୀତ ହୋଇଯାଇଥିଲେ । ଏଣୁ ସେ ନିଜର ଜଣେ ସାଙ୍ଗ ଜରିଆରେ ସମ୍ବଲପୁର ‘ଇଟିଭି ଭାରତ’ ପ୍ରତିନିଧିଙ୍କୁ ଯୋଗାଯୋଗ କରିଥିଲେ । ଏହାପରେ ‘ଇଟିଭି ଭାରତ’ ପ୍ରତିନିଧି ଅନ୍ୟ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସେମାନଙ୍କ ପାଖରେ ପହଞ୍ଚି ପୁରା ଘଟଣା ଜାଣିବା ପରେ ସମ୍ବଲପୁର ଟାଉନ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣଙ୍କ ସହ ଯୋଗାଯୋଗ କରି ଟଙ୍କା ଛାଡି ଯାଇଥିବା ଯୁବକଙ୍କୁ ଡକାଇ ପଚରାଉଚରା କରିଥିଲେ ।

ଯୁବକ ଜଣକ ସମ୍ବଲପୁରର ଗୋଟିଏ ଫର୍ମାସୀ କଲେଜର ଛାତ୍ର ଅଭିଷେକ ଭଟ୍ଟାଚାର୍ଯ୍ୟ । ସେ ରିଆଡ଼ମିସନ ପାଇଁ ଏହି ଟଙ୍କା ଆଣିଥିବା କହିଥିଲେ । ପରେ ଟାଉନ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଅଟୋ ଡ୍ରାଇଭର ଚୂଡ଼ାମଣି ଲୁହା ୮୦ ହଜାର ୫୦୦ ଟଙ୍କା, ଏଟିଏମ୍ କାର୍ଡ ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଥିବା ବ୍ୟାଗକୁ ଛାତ୍ରଙ୍କୁ ଫେରାଇଥିଲେ l ଆଜିକାଲି ବି ଏମିତି ମହାନ ଲୋକ ଅଛନ୍ତି ତାହା ବିଶ୍ବାସ ହେଉନି ବୋଲି ଛାତ୍ର କହିବା ସହ ଚୁଡାମଣିଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.