ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ଜଳଭଣ୍ଡାରର ୭ ନମ୍ବର ସ୍ଲୁଇସ ଗେଟ ଯୋଗେ ଦିନ ୧୧ ଟା ସମୟରେ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି । ପରେ ଆଉ ଗୋଟିଏ ଗେଟ ଜଳ ନିଷ୍କାସନ ସହ ମୋଟ ଦୁଇଟି ଗେଟରେ ବନ୍ୟାଜଳ ନିଷ୍କାସନ କରାଯାଉଥିବା ଜଣାପଡିଛି ।
ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ 609.39 ଫୁଟ ରହିଥିବା ବେଳେ ଜଳଭଣ୍ଡାରରୁ 2 ଗୋଟି ଗେଟ ଯୋଗେ ବନ୍ୟାଜଳ ନିଷ୍କାସନ କରାଯାଉଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୁଚନା ଅନୁସାରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ 63, 612 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ 22,783 କ୍ୟୁସେକ ଜଳ ନିଷ୍କାସନ କରାଯାଉଥିବା ଜଣାପଡିଛି । ରବିବାର ଗେଟ୍ ଖୋଲିବା ନେଇ ମହାନଦୀ କୂଳିଆ ଅଞ୍ଚଳର ଲୋକଙ୍କ ପାଇଁ ପ୍ରଶାସନ ତରଫରୁ ସତର୍କତା ସୂଚନା ଜାରି କରାଯାଇଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ