ETV Bharat / state

ହୀରାକୁଦ ଡ୍ୟାମ ବନ୍ୟା ପରିଚାଳନା ନେଇ ଆରଡିସି ଓ ମୁଖ୍ୟଯନ୍ତ୍ରୀଙ୍କ ମଧ୍ୟରେ ବୈଠକ - ସମ୍ବଲପୁର ବନ୍ୟା ପରିଚାଳନା

ବର୍ତ୍ତମାନ ହୀରାକୁଦ ଡ୍ୟାମରୁ 34ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦ ଉପର ମୁଣ୍ଡରେ ଥିବା ଛତିଶଗଡ଼ ଅଞ୍ଚଳର ବର୍ଷା ଓ ହୀରାକୁଦ ତଳ ମୁଣ୍ଡରେ ଥୁବ ନଦୀ ଗୁଡ଼ିକର ଜଳସ୍ତରକୁ ଦେଖି ଗେଟ ପରିଚାଳନା କରାଯାଉଛି ବୋଲି ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ହୀରାକୁଦ ଡ୍ୟାମ ବନ୍ୟା ପରିଚାଳନା ନେଇ ବୈଠକ
ହୀରାକୁଦ ଡ୍ୟାମ ବନ୍ୟା ପରିଚାଳନା ନେଇ ବୈଠକ
author img

By

Published : Aug 14, 2022, 4:32 PM IST

ସମ୍ବଲପୁର: ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ୟାମର 34ଟି ଗେଟ ଖୋଲାଯାଇଥିବା ବେଳେ ତଳ ମୁଣ୍ଡରେ ଥିବା ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ଉତ୍ତରାଞ୍ଚଳ ଆରଡିସି ଡଃ ସୁରେଶ ଚନ୍ଦ୍ର ଦଳେଇ ହୀରାକୁଦ ଡ୍ୟାମ କଣ୍ଟ୍ରୋଲ ରୁମକୁ ଆସି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁଙ୍କ ସହ ହୀରାକୁଦ ଡ୍ୟାମ ବନ୍ୟା ପରିଚାଳନା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ।

ହୀରାକୁଦ ଡ୍ୟାମ ବନ୍ୟା ପରିଚାଳନା ନେଇ ବୈଠକ

ବର୍ତ୍ତମାନ ହୀରାକୁଦ ଡ୍ୟାମରୁ 34 ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି । ତଳ ମୁଣ୍ଡରେ ଥିବା ସମ୍ବଲପୁର ସହରରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ନେଇ ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସି ଓ ମୁଖ୍ୟଯନ୍ତ୍ରୀ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି, "ହୀରାକୁଦ ଉପର ମୁଣ୍ଡରେ ଥିବା ଛତିଶଗଡ଼ ଅଞ୍ଚଳର ବର୍ଷା ଓ ହୀରାକୁଦ ତଳ ମୁଣ୍ଡରେ ଥୁବ ନଦୀ ଗୁଡ଼ିକର ଜଳସ୍ତର ଏବଂ ବର୍ଷାର ପରିମାଣକୁ ଦେଖି ଗେଟ ପରିଚାଳନା କରାଯାଉଛି । ସେହିପରି ହୀରାକୁଦ ବନ୍ଧ ପ୍ରତି ଯେମିତି ବିପଦ ନହେବ ସେନେଇ ଗେଟ ଖୋଲିବା ନିଷ୍ପତି ହୋଇଥାଏ ।" ଅନ୍ୟପଟେ ଉତ୍ତରାଞ୍ଚଳ ଆରଡିସି ଡଃ ସୁରେଶ ଚନ୍ଦ୍ର ଦଳେଇ ବନ୍ୟା ପରିଚାଳନା ନେଇ ସମୀକ୍ଷା କରି କହିଛନ୍ତି, "ହୀରାକୁଦ ଉପର ମୁଣ୍ଡରେ ବର୍ଷା ସାଙ୍ଗକୁ ଛତିଶଗଡ଼ରୁ ଅଧିକ ପରିମାଣରେ ବନ୍ୟାଜଳ ଡ୍ୟାମ ଭିତରକୁ ପ୍ରବେଶ କରିବା ଫଳରେ ନିଷ୍କାସନ ନିମନ୍ତେ ଡ୍ୟାମର ଗେଟ ଖୋଲା ହୋଇଛି । ଲଗାଣ ବର୍ଷା ଯୋଗୁଁ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି ଏଥିଯୋଗୁଁ ପମ୍ପିଂ କରି ବନ୍ୟା ଜଳ ଡିସଚାର୍ଜ କରାଯାଉଛି । ଏହା ସାମୟିକ ଅସୁବିଧା । ଆଗକୁ କିଛି ଅସୁବିଧା ହେବନି ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.