ETV Bharat / state

ଖୋଲିଲା ହୀରାକୁଦ ଗେଟ, 5ଟି ଗେଟ ଦେଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ - ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଛି

ହୀରାକୁଦ ଡ୍ୟାମରୁ ଛଡାଗଲା ଚଳିତ ଚଳିତବର୍ଷର ପ୍ରଥମ ବନ୍ୟାଜଳ । 5ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ । ଅଧିକ ପଢନ୍ତୁ

hirakud dam gates open
hirakud dam gates open
author img

By

Published : Jul 23, 2023, 10:14 AM IST

Updated : Jul 23, 2023, 2:25 PM IST

sambalpur hirakud dam

ସମ୍ବଲପୁର: ଖୋଲିଲା ହୀରାକୁଦ ଗେଟ । ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଛି । 5ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ପୂର୍ବ ସୂଚନା ମୁତାବକ ପୂଜାର୍ଚ୍ଚନା କରାଯିବା ପରେ ସକାଳ 9ଟାରୁ ଗେଟ ଖୋଲାଯାଇଥିଲା । ପ୍ରଥମେ 7 ନମ୍ବର ସୁଇସ୍ ଗେଟ ଖୋଲାଯାଇଥିଲା । ପରେ ପର୍ଯ୍ୟାୟ କ୍ରମେ ଆଉ 4ଟି ଗେଟ ଖୋଲାଯାଇଛି । ବାମ ପାର୍ଶ୍ଵରୁ 3ଟି ଓ ଡାହାଣ ପାର୍ଶ୍ଵରୁ 2ଟି ଗେଟ ଖୋଲାଯାଇଛି । ଗେଟ ଖୋଲାଯିବା ପୂର୍ବରୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-କାଲି ଖୋଲିବ ହୀରାକୁଦ ଗେଟ, ୫ଟି ଗେଟ ଦେଇ ଛଡ଼ାଯିବ ପ୍ରଥମ ବନ୍ୟାଜଳ

hirakud dam gates open to release flood water

ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ବନ୍ୟାଜଳ ପରିଚାଳନା ପାଇଁ ଡ୍ୟାମ କର୍ତ୍ତୃପକ୍ଷ ଗେଟ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ହୀରାକୁଦର ଜଳସ୍ତର 614. 87 ଫୁଟ ରହିଛି । ହୀରାକୁଦର କର୍ଭ ରୁଲ ଗାଇଡ଼ ଲାଇନ ଅନୁସାରେ ଜୁଲାଇ ଶେଷ ସୁଦ୍ଧା ଜଳସ୍ତରକୁ 605 ଫୁଟକୁ ଖସାଇବାକୁ ପଡିବ l ହୀରାକୁଦର ଗୋଟିଏ ଗେଟ ଖୋଲିବାକୁ 23 ମିନିଟ ଲାଗୁଥିବା ବେଳେ ଏଥିପାଇଁ କ୍ରେନ ବ୍ୟବହାର ହୋଇଥାଏ l ହୀରାକୁଦ ଉପର ମୁଣ୍ଡରୁ ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ 76 ହଜାର 504 କ୍ୟୁସେକ ଜଳ ପ୍ରବେଶ କରୁଛି l

ଏହା ମଧ୍ୟ ପଢନ୍ତୁ-ସତର୍କ କରାଇଲେ ଡାକବାଜି: ହୀରାକୁଦରୁ ଛଡାଯିବ ବର୍ଷର ପ୍ରଥମ ବନ୍ୟା ଜଳ, ପ୍ରଶାସନ ପ୍ରସ୍ତୁତ

ଗୋଟିଏ ଗେଟ ଜରିଆରେ ସେକେଣ୍ଡ ପ୍ରତି ପ୍ରାୟ 15ହଜାର କ୍ୟୁସେକ ଜଳ ନିଷ୍କାସନ ହୋଇଥାଏ l ଜୁଲାଇ ଶେଷ ସୁଦ୍ଧା ଜଳସ୍ତର 605 ଫୁଟ ରଖାଯିବା ପରେ ଆହୁରି 25 ଫୁଟ ଜଳ ଖାଲି ରଖାଯାଇଛି । ଏଥିରେ ବନ୍ୟା ପରିଚାଳନା କରାଯାଏ ବୋଲି ମୁଖ୍ୟ ଯନ୍ତ୍ରୀ ଶନିବାର ସୂଚନା ଦେଇଥିଲେ। ତେବେ ଡ୍ୟାମ ଖୋଲାଯିବା ପୂର୍ବରୁ ମହାନଦୀ ଉପକୂଳରେ ବସବାସ କରୁଥିବା ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଥିଲା । ଡାକବାଜି ଯନ୍ତ୍ର ସାହାଯ୍ୟରେ ହୀରାକୁଦ ଏବଂ ସମ୍ବଲପୁର ସହରରେ ସଚେତନ କରାଇଛି । ବନ୍ୟା ଆଶଙ୍କା ପ୍ରକାଶ ପାଉଥିବାରୁ ବନ୍ୟା ଆଶ୍ରୟସ୍ଥଳୀଗୁଡିକୁ ପ୍ରସ୍ତୁତ ରଖାଯାଇଛି ।

ଅନ୍ୟପଟେ ସମ୍ବଲପୁର ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ଯେ, 2019 ମସିହା ଠାରୁ ଛତିଶଗଡ ପକ୍ଷରୁ ବନ୍ୟା ଜଳ ସମ୍ପର୍କିତ କୌଣସି ଆଗୁଆ ସୂଚନା ପ୍ରଦାନ କରାଯାଉନାହିଁ l ପୂର୍ବରୁ ପ୍ରତ୍ୟେକ ବର୍ଷ ଉଭୟ ରାଜ୍ୟର ଜଳ ସମ୍ପଦ ବିଭାଗର ଅଧିକାରୀଙ୍କ ମୌସୁମୀ ପୂର୍ବରୁ ଆଲୋଚନା ହେଉଥିଲା l ଗୋଟିଏ ବର୍ଷ ବୁର୍ଲାରେ ତ ଅନ୍ୟ ବର୍ଷ ଛତିଶଗଡରେ ଏହି ବୈଠକ ହୋଇ ଆସୁଥିଲା। 2019 ପରଠାରୁ ଏହା ହେଉନାହିଁ l ଛତିଶଗଡ଼ କର୍ତ୍ତୃପକ୍ଷ ସୂଚନା ଦେଉନାହାନ୍ତି କି ବୈଠକ ଡାକିଲେ ଆସୁନାହାନ୍ତି ବୋଲି ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି l ଅନ୍ୟପଟେ ଅତ୍ୟାଧୁନିକ ଜ୍ଞାନ କୌଶଳ, ପାଣିପାଗ ବିଭାଗ ର ସୂଚନା, ଗଜ ଡିସ୍ଚାର୍ଜ ସେଣ୍ଟର ଗୁଡିକରୁ ସୂଚନା ସଂଗ୍ରହ କରି ଡ୍ୟାମ ବନ୍ୟା ଜଳ ପରିଚାଳନା କରାଯାଉଥିବା ହୀରାକୁଦ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି l ଅନ୍ୟପଟେ ଆଜି ଗେଟ ଖୋଲାଯିବା ପୂର୍ବରୁ ତଳ ମୁଣ୍ଡର ସବୁ ଜିଲ୍ଲା ର ଜିଲ୍ଲାପାଳ ମାନଙ୍କୁ ସତର୍କ ସୂଚନା ଦିଆଯାଇଥିବା ଉତ୍ତରାଞ୍ଚଳ ଆରଡିସି ସୂଚନା ଦେଇଛନ୍ତି l ଆଜି ଗେଟ ଖୋଲାଯିବା ସମୟରେ ସମ୍ବଲପୁର ଜିଲ୍ଲାପାଳ, ଉତ୍ତରାଞ୍ଚଳ ଆରଡିସି, ହୀରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁଙ୍କ ସହ ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ ଓ ହୀରାକୁଦ ଡ୍ୟାମ ର ଅଧିକାରୀ ଉପସ୍ଥିତ ରହିଥିଲେ l

ଇଟିଭି ଭାରତ, ସମ୍ବଲପୁର

Last Updated : Jul 23, 2023, 2:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.