ସମ୍ବଲପୁର: ସମ୍ବଲପୁର ଓକିଲ ସଂଘର ପକ୍ଷରୁ 3 ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଏହି ଆନ୍ଦୋଳନ କରାଯାଇଛି ।
ସିଏସିର ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି କ୍ରମେ ପ୍ରତ୍ୟକ ମାସର ଶେଷ 3 ଦିନକୁ ସମ୍ବଲପୁର ଓକିଲ ସଂଘ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କାର୍ଯ୍ୟବନ୍ଦ କରିଆସୁଛି । ସେହିପରି ଗୁରୁବାର ମଧ୍ୟ ସମ୍ବଲପୁରର କଚେରୀ ଛକରେ ବିଭିନ୍ନ ବର୍ଗର ଲୋକଙ୍କ ସମେତ ଓକିଲ ସଂଘର ସଦସ୍ୟମାନେ ଏହି ଦାବିରେ ପିକେଟିଂ କରିବା ସହ କୋର୍ଟ ବନ୍ଦ କରିଛନ୍ତି ।
ଆଗକୁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସମ୍ବଲପୁର ଓକିଲ ସଂଘ ପକ୍ଷ କହିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ