ETV Bharat / state

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: ଜାଣନ୍ତୁ କେଉଁଠି ରହିଛି ଅସୁବିଧା... - ଓକିଲ ସଂଘର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୀର୍ଘଦିନ ହେବ ଚାଲିଛି ଆନ୍ଦୋଳନ । ଫଳ ବଦଳରେ ମିଳୁଛି ତୁହାକୁତୁହା ପ୍ରତିଶୃତି । କିନ୍ତୁ ଅବସ୍ଥା ଯଥା ପୂର୍ବଂ ତଥା ପରଂ ।

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ
author img

By

Published : Aug 9, 2019, 10:01 PM IST

ସମ୍ବଲପୁର: ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନା ପାଇଁ ଦୀର୍ଘଦିନରୁ ଦାବି କରିଆସୁଛି ଓକିଲ ସଂଘର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ଆଉ ଏହାକୁ ସମର୍ଥନ କରି ଜିଲ୍ଲାର ପ୍ରାୟ ବାର ଆସୋସିଏସନ ପ୍ରାୟ ଆନ୍ଦୋଳନରେ ବ୍ୟସ୍ତ । ଏପଟେ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର କେବଳ ପ୍ରଶ୍ନୋତ୍ତରରେ ନିଜକୁ ବ୍ୟସ୍ତ ରହି ଦୋଷାରୋପ କରିବାରେ ଲାଗିପଡିଛନ୍ତି। କିନ୍ତୁ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାରେ କଣ ଅସୁବିଧା ତାହା କେହି ବୁଝିବାକୁ ନାରାଜ ପ୍ରାୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଗତବର୍ଷ ସେପ୍ଟେମ୍ବରରୁ ପ୍ରାୟ 6ମାସ ପର୍ଯ୍ୟନ୍ତ ଓକିଲ ସଙ୍ଘ ଆନ୍ଦୋଳନ କରିଥିଲେ । କିନ୍ତୁ ଫଳ ବଦଳରେ ମିଳିଥିଲା ଫମ୍ପା ପ୍ରତିଶୃତି । ତେବେ ଆନ୍ଦୋଳନର ନିକଟ ଅତୀତକୁ ନଜର ପକାଇଲେ 2019 ଜାନୁଆରୀରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଚିଠି ଲେଖିଥିଲେ । କିଛିଦିନ ପରେ ଅର୍ଥାତ 12 ଜାନୁଆରୀରେ କେନ୍ଦ୍ର ଆଇନମନ୍ତ୍ରୀ ଉତ୍ତରରେ ରାଜ୍ୟ ସରକାରଙ୍କୁ ତଥ୍ୟ ସମ୍ବଳିତ ସମ୍ପୂର୍ଣ୍ଣ ରିପୋର୍ଟ ମାଗିଥିଲେ ।

ତେବେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ, ଭିତ୍ତିଭୂମି ବ୍ୟବସ୍ଥାର ତଥ୍ୟ , କେତେ ଜଣିଆ ଓ କେତୋଟି ଜିଲ୍ଲାକୁ ସ୍ଥାୟୀ ବେଞ୍ଚ, ମୁଖ୍ୟ ବିଚାରପତିଙ୍କ ସ୍ବୀକୃତି ପତ୍ର ଆଦି ଏକ କମ୍ପୋଜିଟ ପ୍ରପୋଜାଲ ଦେବାକୁ ଚିଠି ଲେଖିଛି କେନ୍ଦ୍ର । ଆଉ ଏହି ପ୍ରପୋଜାଲକୁ ରାଜ୍ୟ ସରକାର ଏଯାବତ ଦେଇନଥିବାରୁ ଅଟକିଯାଇଛି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ।

ଅନ୍ୟପଟେ ପଶ୍ଚିମ ଓଡିଶାର କେଉଁଠି ବେଞ୍ଚ ପ୍ରତିଷ୍ଠା ହେବ ତାହା ରାଜ୍ୟ ସରକାର ରାଜନୈତିକ ସ୍ବାର୍ଥ ଯୋଗୁଁ ସ୍ଥିର ହୋଇପାରୁନଥିବା ଚର୍ଚ୍ଚା ହେଉଛି । ଏପଟେ ରାଜ୍ୟ ଆଇନମନ୍ତ୍ରୀ କିନ୍ତୁ ରାଜ୍ୟ ସରକାର ଏନେଇ ତତ୍ପର ହୋଇ ଏକ ପ୍ରସ୍ତାବ ଦେବାକୁ କମିଟି ଗଠନ କରୁଥିବାର କହିଛନ୍ତି । ଏବେ ରାଜ୍ୟ ସରକାର ଯଦି ଆସନ୍ତା ଅଗଷ୍ଟ 30ମଧ୍ୟରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ପୁଣି ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ପଶ୍ଚିମ ଓଡ଼ିଶାର ଯେ କୌଣସି ସ୍ଥାନରେ ହାଇକୋର୍ଟ ର ସ୍ଥାୟୀ ବ୍ୟାଞ୍ଚ ସ୍ଥାପନା ପାଇଁ ଦୀର୍ଘ ବର୍ଷ ହେଲା ଓକିଲ ସଂଘର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବା CAC ଆନ୍ଦୋଳନ କରିଆସୁଛି। ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲାରେ ଏହାର ସମର୍ଥନ ରେ ବିଭିନ୍ନ ବାର ଆସୋସିଏସନ ନିୟମିତ ଅନ୍ତରାଲ ରେ ଆନ୍ଦୋଳନ କରୁଛନ୍ତି।ତେବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଚିଠି ଲେଖି ପ୍ରଶ୍ନ କରିବା ଓ ଉତ୍ତର ଦେଉଥିବାରେ ନିଜକୁ ବ୍ୟସ୍ତ ରଖି ନିଜର ଦୋଷ ଛଡା ଉଥିବାର ସାଧାରଣ ଲୋକଙ୍କ ମଧ୍ୟରେ ଭାବନା ରହି। ତେବେ ଉଭୟ ରାଜ୍ୟ ଓ କେନ୍ଦ୍ର ର ଆରୋପ ପ୍ରତ୍ୟାରୋପ ମଧ୍ୟରେ ରାଜ୍ୟ ସରକାରଙ୍କ ରାଜନୈତିକ ବାଧ୍ୟବାଧକତା କୁହନ୍ତୁ ବା ଗୋଟିଏ ନିର୍ଦ୍ଧିଷ୍ଟ ଅଞ୍ଚଳର ଓକିଲ ସଂଘ, ରାଜନୈତିକ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀଙ୍କ ଚାପରେ କିପରି ଏହି କାର୍ଯ୍ୟ ଅଟକି ଯାଇଛି ତାହା ସାଧାରଣ ଲୋକଙ୍କୁ ଅଜଣା।ତେବେ ଆସନ୍ତୁ ଦେଖିବା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବ୍ୟାଞ୍ଚ ପ୍ରତିଷ୍ଠା ରେ କେଉଁଠି ରହିଛି ଅସୁବିଧା।

Body:ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ର ସ୍ଥାୟୀ ବ୍ୟାଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘଦିନ ହେଲା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ କରୁଛି।ଗତ ବର୍ଷ ସମ୍ବଲପୁର ଜିଲ୍ଲା ଓକିଲସଙ୍ଘ CSC ର ଡ଼ାକରାରେ ସେପ୍ଟେମ୍ବର ମାସରୁ ପ୍ରାୟ 6 ମାସ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ।ଏହା ଦ୍ୱାରା ପ୍ରାୟ 6 ମାସ ସବୁ ସରକାରୀ ଅଫିସ ବନ୍ଦ ରହିଲା।ହେଲେ କିଛି ଫଳ ମିଳିଲା କେବଳ ପ୍ରତିଶୃତି। ତେବେ ଆନ୍ଦୋଳନ ର ନିକଟ ଅତୀତକୁ ନଜର ପକାଇଲେ ଗତ 01-01-19 ରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଆଇନ ମନ୍ତ୍ରୀଙ୍କୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଚିଠି ଲେଖିଲେ।ତାର ପରବର୍ତ୍ତୀ ଦିନ ଅର୍ଥାତ 12-01-19ରେ କେନ୍ଦ୍ର ଆଇନ ମନ୍ତ୍ରୀ ମଧ୍ୟ ଏହା ଉତ୍ତରରେ ରାଜ୍ୟ ସରକାର ଙ୍କୁ ଏକ ସମ୍ପୂର୍ଣ୍ଣ ତଥ୍ୟ ସମ୍ବିଳିତ ରିପୋଟ ମାଗିଲେ।ଏବେ କଥା ଏଠି ଅଟକିଛି। ହାଇକୋର୍ଟ କରିବା ପାଇଁ ନିର୍ଦ୍ଧିଷ୍ଟ ସ୍ଥାନର ନାଁ, ଓଡିଶା ହାଇକୋର୍ଟ ର ମୁଖ୍ୟ ବିଚାରପତିଙ୍କ ସ୍ବୀକୃତି ପତ୍ର, ହାଇକୋର୍ଟ ନିର୍ମାଣ ପାଇଁ ଭିତ୍ତିଭୂମିର ବ୍ୟବସ୍ଥାର ସମ୍ପୂର୍ଣ୍ଣ ତଥ୍ୟ, କେତେ ଜଣିଆଁ ସ୍ଥାୟୀ ବେଞ୍ଚ ହେବ(composition of bench) ଓ କେତୋଟି ଜିଲ୍ଲା କୁ ନେଇ ବ୍ୟାଞ୍ଚ ହେବ( territorial jurisdiction ) ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ଥିବା ଏକ କମ୍ପୋଜିଟ ପ୍ରପୋଜାଲ ଦେବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଆଇନ ଦେଇଥିବା ଚିଠିରେ ରହିଛି। ଆଉ ଏହି ପ୍ରପୋଜାଲ ରାଜ୍ୟ ସରକାର ଦେଇପାରୁନଥିବାରୁ ଅଟକିଯାଇଛି ହାଇକୋର୍ଟ ବେଞ୍ଚ ସ୍ଥାପନା ବୋଲି ସି ଏ ସି ରାଜ୍ୟ ସରକାରଙ୍କୁ ଟାର୍ଗେଟ କହିଛି।

ବାଇଟ-1- ବିଜିତେନ୍ଦ୍ରିୟ ପ୍ରଧାନ,ସଭାପତି,ସମ୍ବଲପୁର ଜିଲ୍ଲା ଓକିଲ ସଂଘ ତଥା ସି ଏ ସି ର ପ୍ରମୁଖ ସଦସ୍ୟ। (ବସିକି ବାଇଟ ଦେଇଛନ୍ତି)

ବାଇଟ-2-ପ୍ରବୀଣ ସିଂଦେଓ, ସେକ୍ରେଟାରୀ, ସମ୍ବଲପୁର ଜିଲ୍ଲା ଓକିଲ ସଂଘ।

ଏପଟେ ରାଜନୈତିକ ବିଶ୍ଳେଷଣ ଙ୍କ ମଧ୍ୟରେ ଚର୍ଚ୍ଚା ହୁଏ ଯେ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳର ବାର ଆସୋସିଏସନ ହାଇକୋଟରେ ପ୍ରଭାବ ରହିଛି। ଅନ୍ୟପଟେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଓ ସମ୍ବଲପୁର ମଧ୍ୟ କେଉଁଠି ହାଇକୋଟ ହେବ ତାହା ରାଜ୍ୟ ସରକାର ରାଜନୈତିକ ସ୍ୱାର୍ଥ ଯୋଗୁ ସ୍ଥିର କରିପାରୁନଥିବାରୁ କମ୍ପୋଜିଟ ପ୍ରପୋଜାଲ କେନ୍ଦ୍ରକୁ ଦେଉନଥିବା ଚର୍ଚ୍ଚା ହୁଏ। ଏପଟେ ରାଜ୍ୟ ଆଇନ ମନ୍ତ୍ରୀ ରାଜ୍ୟ ସରକାର ତତ୍ତ୍ୱର ଥିବା ତଥା ଏକ ପ୍ରସ୍ତାବ ଦେବାକୁ କମିଟି ଗଠନ କରିଥିବାର କହିଛନ୍ତି।

ବାଇଟ-3-ପ୍ରତାପ ଜେନା, ଆଇନ ମନ୍ତ୍ରୀ।

Conclusion:ଏବେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି କହିଛି ଯେ ଆସନ୍ତା ଅଗଷ୍ଟ 30 ମଧ୍ୟରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନ ନେଲେ ପୁଣି ଆନ୍ଦୋଳନ ହେବ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.