ETV Bharat / state

ସମ୍ବଲପୁରରେ ଦେଶୀ ବନ୍ଧୁକ କାରବାର, ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

author img

By

Published : Jul 9, 2023, 5:46 PM IST

ସମ୍ବଲପୁର ପୋଲିସ କବଜାରେ ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀ । ୨୨ ରାଉଣ୍ଡ ଗୁଳି ସହ ୮ ବନ୍ଧୁକ ଜବତ କଲା ସମ୍ବଲପୁର ପୋଲିସ । ୬ ଜଣଙ୍କ ନାଁରେ ବିଭିନ୍ନ ଥାନାରେ ରହିଛି ଅପରାଧିକ ମାମଲା । ଅଧିକ ପଢ଼ନ୍ତୁ

illegal gun traders arrested in sambalpur
ସମ୍ବଲପୁରରୁ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ସମ୍ବଲପୁରରୁ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ସମ୍ବଲପୁର: ଜିଲ୍ଲା ପୋଲିସକୁ ବଡ଼ ସଫଳତା । ଦେଶୀ ବନ୍ଧୁକ କାରବାର କରୁଥିବା ଏକ ଗ୍ୟାଙ୍ଗ୍‌କୁ ଧରିଛି ସମ୍ବଲପୁର ପୋଲିସ । ଜିଲ୍ଲାର ଭିନ୍ନଭିନ୍ନ ଥାନା ଅଞ୍ଚଳରୁ 6 ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସମ୍ବଲପୁର ଏସପି ମୁକେଶ ଭାମୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜିଲ୍ଲାର ଏକାଧିକ ଥାନା ଅଞ୍ଚଳରେ ଏହି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଏକାଧିକ ମାମଲା ଥିବା ଏସ୍‌ପି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ୨ କୁଖ୍ୟାତ ଅପରାଧୀକୁ ଧରିଲା କଟକ ପୋଲିସ: 3 ବନ୍ଧୁକ, 12 ରାଉଣ୍ଡ ଗୁଳି ଜବତ

ସମ୍ବଲପୁର ସହରରେ ଚାଲିଛି ବେଆଇନ ଦେଶୀ ବନ୍ଧୁକ କାରବାର । ଦୀର୍ଘଦିନ ଧରି ଏହି ଗ୍ୟାଙ୍ଗକୁ ଧରିବାକୁ ପୋଲିସ ତଦନ୍ତ ଚଳାଇଥିବା ବେଳେ 6 ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଧନୁପାଲି ଥାନା ଅନ୍ତର୍ଗତ ମୋତିଝରଣ ଅଞ୍ଚଳର ମହମ୍ମଦ ସମସେର, ମହମ୍ମଦ ମୋୖସିମ, ଝାରସୁଗୁଡା ସଦର ଥାନା କକ୍ସ କଲୋନୀର ମୁନୁ ପାଣ୍ଡେ, ଝାରସୁଗୁଡା ଡବଲିଂ କଲୋନୀର ମୋହିତ ପାଶ୍ବାନ, ଅଇଁଠାପାଲି ଥାନା ଅଞ୍ଚଳର ସନ୍ତୋଷ ମହାରଣା ଓ ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ମହମ୍ମଦ ଅହମ୍ମଦ । ସେମାନଙ୍କଠାରୁ 8ଟି ଦେଶୀ ବନ୍ଧୁକ, 22 ରାଉଣ୍ଡ ଗୁଳି, 6ଟି ମୋବାଇଲ ଫୋନ, ଗୋଟିଏ ବୁଲେଟ, ଖଣ୍ଡା, ଗୋଟିଏ ସ୍କୁଟି ଓ ଗୋଟିଏ କାର ସହ 1ଲକ୍ଷ 20 ହଜାର, 850 ନଗଦ ଟଙ୍କା ଜବତ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଓଡ଼ିଶାରେ ମାତିଛନ୍ତି କୁଖ୍ୟାତ ବାୱରିଆ ଗ୍ୟାଙ୍ଗ, ଲଜରେ ଲୁଚିଥିବାବେଳେ ମାଡିବସିଲା କମିଶନରେଟ ପୋଲିସ

ଏନେଇ ସମ୍ବଲପୁର ଏସପି ସୂଚନା ଦେଇ କହିଛନ୍ତି, "ରାଜ୍ୟ ବାହାରୁ ମୁଖ୍ୟତଃ ଉତ୍ତର ପ୍ରଦେଶ ଓ ବିହାର ଅଞ୍ଚଳରୁ ବନ୍ଧୁକ ଅଣାଯାଇ ବିକ୍ରି କରାଯିବା ସହ ବିଭିନ୍ନ ଅପରାଧ ଘଟେଇବା ପାଇଁ ବ୍ୟବହାର କରାଯାଉଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ । ଏହି ଘଟଣାରେ ସମ୍ପୃକ୍ତି ଥିବା ଅନ୍ୟ ଅଭଯୁକ୍ତଙ୍କୁ ଖୋଜା ଚାଲିଛି । ଆଗକୁ ମଧ୍ୟ ଏଭଳି ଅପରାଧୀମାନଙ୍କୁ ଗିରଫ କରାଯିବ ।" ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସମସେର ନାଁରେ ପୂର୍ବରୁ ଧନୁପାଲି, ଟାଉନ, ଠେଲକୁଳି ଥାନାରେ 11ଟି ମାମଲା ରହିଛି । ଠିକ ସେହିପରି ମୁନୁ ପାଣ୍ଡେ ନାଁରେ ଝାରସୁଗୁଡ଼ା ଓ ବଡ଼ମାଲ ଅଞ୍ଚଳରେ 3 ଟି ମାମଲା ରହିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.