ETV Bharat / state

ଭାସୁଛି ସମ୍ବଲପୁର: ଅବିଶ୍ରାନ୍ତ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ, ଯୋଗାଯୋଗ ବିଚ୍ଛିନ୍ନ

ଲଗାଣ ବର୍ଷାରେ ଭିଜୁଛି ସମ୍ବଲପୁର। ବର୍ଷାରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାଣିମୟ ହୋଇଯାଇଛି। ବିଗତ 2 ଦିନ ଧରି ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି।

ଡିଜାଇନ ଫଟୋ
author img

By

Published : Sep 9, 2019, 11:04 AM IST

ସମ୍ବଲପୁର: ଛେଚୁଛି ବର୍ଷା, ଭିଜୁଛି ସମ୍ବଲପୁର । ନିର୍ଘାତିଆ ବର୍ଷା ମାଡରେ ସମ୍ବଲପୁର ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି । ବର୍ଷାରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାଣିମୟ ହୋଇଯାଇଛି । ବିଗତ 2 ଦିନ ଧରି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି ।

ମୁଖ୍ୟତଃ 7 ତାରିଖରେ ହୋଇଥିବା ବର୍ଷାରେ ଗ୍ରାମାଞ୍ଚଳର ଅନେକ ଚାଷଜମି କ୍ଷୟକ୍ଷତି ହୋଇଥିବାବେଳେ ଅନେକ ଜମିରେ ବାଲିଚର ମାଡିଯାଇଛି । ବହୁ ସଂଖ୍ୟକ ମାଟି ଓ ଚାଳ ଘର ଭାଙ୍ଗି ଯାଇଥିବାବେଳେ ଗ୍ରାମାଞ୍ଚଳରେ ବିଭିନ୍ନ ରାସ୍ତାରେ ଘାଇ ସୃଷ୍ଟି ହେବା ସହ ଯୋଗାଯୋଗ ବିଛିନ୍ନ ହୋଇଛି ।

ସମ୍ବଲପୁର ସହରାଞ୍ଚଳର ବେସରକାରୀ ସୂଚନା ଅନୁଯାୟୀ, 12ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିଥିବା ଜଣାପଡିଛି । ସମ୍ବଲପୁର-କୁଚିଣ୍ଡା ରାସ୍ତା, ସମ୍ବଲପୁର-ମାନେଶ୍ବର ରାସ୍ତା ସହ ଘଣ୍ଟେଶ୍ଵରୀ ରାସ୍ତା ପ୍ରଭାବିତ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ସଠିକ ଆକଳନ ହୋଇପାରିନାହିଁ। ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ଓ ଆରଆଇଙ୍କ ରିପୋର୍ଟ ଅନୁସାରେ ଘର ଭାଙ୍ଗିଥିବା ଲୋକଙ୍କୁ କ୍ଷତି ପୂରଣ ଦିଆଯିବ ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ କହିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ରେ ବର୍ଷାର ପ୍ରଭାବ ପରିଲକ୍ଷିତ ହୋଇଛି।ମୂଖ୍ୟତଃ ଗତ 7 ତାରିଖ ବର୍ଷାରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପ୍ରଭାବିତ ହୋଇଛି।Body:ବିଗତ 2 ଦିନ ସମ୍ବଲପୁର ରେ ବର୍ଷା ଲାଗିରହିଥିବାର ଏହା ଦ୍ୱାରା ଜନ ଜୀବନ ପ୍ରଭାବିତ ହୋଇଛି।ମୂଖ୍ୟତଃ 7 ତରୀଖରେ ସମ୍ବଲପୁର ରେ ଦିନ ସାରା ବର୍ଷା ଲାଗି ରହିଥିବାରୁ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ କ୍ଷୟ କ୍ଷତି ହୋଇଥିବା ଜଣାପଡିଛି। ବହୁ ସଂଖ୍ୟକ ମାଟି ଓ ଚାଲ ଘର ଭାଙ୍ଗି ଯାଇଥିବା ବେଳେ ଗ୍ରାମାଞ୍ଚଳରେ ବିଭିନ୍ନ ରାସ୍ତାରେ ଘାଇ ସୃଷ୍ଟି ହୋଇଛି।ଏହା ଦ୍ୱାରା ଯୋଗା ଯୋଗ ବିଛିନ୍ନ ହୋଇଛି।କେତେକ ସ୍ଥାନରେ ଚାଷ ଜମି ବାଲିଚର ହୋଇଥିବା ଜଣା ପଡ଼ିଛି। ସମ୍ବଲପୁର ସହରାଞ୍ଚଳ ରେ ବେସରକାରୀ ସୂଚନା ଅନୁଯାୟୀ 12 ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିଥିବା ଜଣାପଡିଛି ।ସମ୍ବଲପୁର-କୁଚିଣ୍ଡା ରାସ୍ତା, ସମ୍ବଲପୁର-ମାନେଶ୍ୱର ରାସ୍ତା ସହ ଘଣ୍ଟେଶ୍ଵରୀ ରାସ୍ତା ପ୍ରଭାବିତ ହୋଇଛି। ତେବେ ବର୍ତମାନ ସୁଦ୍ଧା କ୍ଷୟ କ୍ଷତି ର ସଠିକ ଆକଳନ ଜିଲ୍ଲା ପ୍ରଶାସନ କରିନଥିଲେ ମଧ୍ୟ
ଆର ଆଇଙ୍କ ରିପୋର୍ଟ ଅନୁସାରେ ଘର ଭାଙ୍ଗିଥିବା ଲୋକଙ୍କୁ କ୍ଷତି ପୂରଣ ଦିଆଯିବ ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ କହିଛନ୍ତି।

ବାଇଟ-1-ଶୁଭସ୍ମିତା ମିଶ୍ର,ଜିଲ୍ଲା ଜରୁରୀକାଳୀନ ଅଧିକାରୀ।Conclusion:ସରକାରୀ ପ୍ରବଧାନ ଅନୁଯାୟୀ ସହାୟତା ଦିଆଯିବ ବୋଲି ସୂଚନା ଦିଆଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.