ସମ୍ବଲପୁର: ଗତ 3 ଦିନ ହେଲା ସମ୍ବଲପୁରରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଦିନରେ ଯେତିକି ଗରମ ରାତିରେ ସେହି ଭଳି ଗୁଳୁଗୁଳି ଅନୁଭୂତ ହେଉଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
ଲକଡାଉନ ଯୋଗୁଁ ଲୋକେ ଘରେ ରହୁଥିବାରୁ ଏତେ ମାତ୍ରାରେ ଗୁଳୁଗୁଳି ଅନୁଭୂତ ହେଉନଥିଲା । ହେଲେ ଗତ 3 ଦିନ ହେବ ସମ୍ବଲପୁର ସହରର ତାପମାତ୍ରା ହଠାତ୍ ବଢିବା ସହ ଗୁଳୁଗୁଳି ମଧ୍ୟ ବଢିଛି । ଆଉ ଏହାର ପ୍ରଭାବ ପଡିଛି ସାଧାରଣ ଲୋକଙ୍କ ଜୀବନ ଉପରେ । 3 ଦିନ ହେଲା ତାପମାତ୍ରା 42 ଡିଗ୍ରୀ ଉପରେ ରହୁଛି। ରାତି ସମୟର ଗୁଳୁଗୁଳି ଓ ଲୋ ଭୋଲ୍ଟେଜ ଅଡୁଆରେ ପକାଉଥିବା ଲୋକେ କହିଛନ୍ତି ।
ପ୍ରବଳ ଖରାର ପ୍ରଭାବ କୃଷି କ୍ଷେତ୍ରରେ ମଧ୍ୟ ପଡିଛି । ଚାଷୀମାନେ ସକାଳ 8 ଟା ପୂର୍ବରୁ କାମ ସାରି ଘରକୁ ଫେରିଯାଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଜଳଛତ୍ରର ବ୍ୟବସ୍ଥା ହୋଇନଥିବା ଲୋକେ ଜନସାଧାରଣ କହିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ