ସମ୍ବଲପୁର: ସମ୍ବଲପୁରରେ ଗସ୍ତରେ ଯାଇ ଜିଲ୍ଲାର କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ ସମ୍ବଲପୁର ସିଡିଏମଓଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ଓ ସ୍ବସ୍ଥ୍ୟ ବିଭାଗ ସହ କେତେକ ଘରୋଇ ହସ୍ପିଟାଲ ସହ କୋଭିଡ ପରିଚାଳନା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି । ଆଜିର ବୈଠକରେ ସମ୍ବଲପୁରରେ ହେବାକୁ ଥିବା ନୂତନ କୋଭିଡ ହସ୍ପିଟାଲ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ମଧ୍ୟ ଦେଇଛନ୍ତି ।
ଏହା ସମ୍ବଲପୁର ଗୋଲବଜାର ନିକଟରେ ଥିବା ଘରୋଇ ହସ୍ପିଟାଲ ‘ସ୍ପର୍ଶ ସିଟି’କୁ ସ୍ବତନ୍ତ୍ର କୋଭିଡ ହସ୍ପିଟାଲରେ ପରିବର୍ତ୍ତିତ କରାଯିବ ଓ ବିକାଶ ଗ୍ରୁୁପ ଏହାର ପରିଚାଳନା ଦାୟିତ୍ବରେ ରହିବ । ସେହିପରି ବର୍ତ୍ତମାନ ଜିଲ୍ଲାରେ ଚାଲିଥିବା କୋଭିଡ ପରିଚାଳନାର ସ୍ଥିତି ଓ ଆଗାମୀ ଦିନରେ ତୃତୀୟ ଲହରର ପ୍ରସ୍ତୁତି ନେଇ ମଧ୍ୟ ସ୍ଵାସ୍ଥ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ଏହି ବୈଠକରେ ସମ୍ବଲପୁର ଜିଲ୍ଲାପାଳ , ଏସପି, ସିଡିଏମଓଙ୍କ ସହ ବିକାଶ ଗ୍ରୁପ ର ଅଧ୍ୟକ୍ଷ ଉପସ୍ଥିତ ରହିଥିଲେ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ