ETV Bharat / state

ବୋରୱେଲ୍‌ରୁ ଉଦ୍ଧାର ନବଜାତର ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଛି, ତଦନ୍ତ ଜୋରଦାର କଲା ପୋଲିସ - ବୋରୱେଲ୍‌ରୁ ଉଦ୍ଧାର ନବଜାତ ଶିଶୁକନ୍ୟା

Baby girl rescued from borewell: ସମ୍ବଲପୁରରେ ବୋରୱେଲ୍‌ରୁ ଉଦ୍ଧାର ନବଜାତ ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ସୁଧୁରିଥିବା ସୂଚନା ଦେଇଛନ୍ତି ଭୀମସାର ମେଡିକାଲ ଅଧିକ୍ଷକ ଲାଲ ମୋହନ ନାୟକ । ସେପଟେ ତଦନ୍ତ ଜୋରଦାର କରିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ । ଅଧିକ ପଢ଼ନ୍ତୁ...

ବୋରୱେଲ୍‌ରୁ ଉଦ୍ଧାର ନବଜାତର ସ୍ୱାସ୍ଥ୍ୟବସ୍ଥା ସୁଧୁରୁଛି

author img

By ETV Bharat Odisha Team

Published : Dec 15, 2023, 7:49 PM IST

ବୋରୱେଲ୍‌ରୁ ଉଦ୍ଧାର ନବଜାତର ସ୍ୱାସ୍ଥ୍ୟବସ୍ଥା ସୁଧୁରୁଛି

ସମ୍ବଲପୁର: ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲାରିପାଲି ବୋରୱେଲ୍‌ ଭିତରୁ ନବଜାତ ଶିଶୁ ଉଦ୍ଧାର ହେବା ଘଟଣା । ବୋରୱେଲ୍‌ରେ ପଡ଼ିବା ସମୟରେ ଆଘାତ ଲାଗି ନବଜାତର ଇଣ୍ଟରନାଲ ବ୍ଲିଡିଂ ହେଉଥିବା ଜଣା ପଡିଥିଲା । ନବଜାତର Necrotizing Entrocolitis ସମସ୍ୟା ରହିଥିବା ଭୀମସାର ମେଡିକାଲ ଅଧିକ୍ଷକ ସୂଚନା ଦେଇଥିଲେ । ହେଲେ ଏବେ ନବଜାତ ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ସୁଧୁରିଥିବା ନେଇ ସୂଚନା ଦେଇଛନ୍ତି ଭୀମସାର ମେଡିକାଲ ଅଧିକ୍ଷକ ଲାଲ ମୋହନ ନାୟକ ।

ଏହା ମଧ୍ୟ ପଢ଼ନ୍ତୁ...ନବଜାତ ଉଦ୍ଧାର ଘଟଣା, ଆଗାମୀ ୭୮ ଘଣ୍ଟା ଗୁରୁତ୍ବପୂର୍ଣ୍ଣ

ତେବେ ଏହି ଘଟଣା ନେଇ ଆଜି ଭୀମସାର ମେଡିକାଲ ଅଧିକ୍ଷକ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, "ନବଜାତ ଶିଶୁର ଅନ୍ତଃନଳିରେ ଥିବା କ୍ଷତ ପୂର୍ଣ୍ଣ ହେବା ଆରମ୍ଭ ହୋଇଛି । ବର୍ତ୍ତମାନ ତାର ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି । ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଶିଶୁକନ୍ୟାକୁ ଦେଖିବାକୁ ବୁର୍ଲା ମେଡିକାଲ ଯାଇ ତାର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ତଦାରାଖ କରିଛନ୍ତି । ଶିଶୁକୁ ଆଜି ପ୍ରଥମ ଥର ପାଇଁ ତରଳ ଖାଦ୍ୟ ଖାଇବାକୁ ଦିଆଯାଇଛି । ଝାଡ଼ା ପରିସ୍ରା କରିବା ପରେ ପର୍ଯ୍ୟାୟକ୍ରମେ ତାକୁ ଖାଇବାକୁ ଦିଆଯିବ । ବର୍ତ୍ତମାନ ସଂକ୍ରମଣ ମଧ୍ୟ କମୁଛି । ତେଣୁ କଟକ ସ୍ଥାନାନ୍ତର କରିବାକୁ ପଡିବ ନାହିଁ ।" ଏଠାରେ ସେ ସୁସ୍ଥ ହୋଇଯିବ ବୋଲି ଆଶା କରାଯାଉଛି ବୋଲି କହିଛନ୍ତି ମେଡିକାଲ ଅଧିକ୍ଷକ । ନ୍ୟୋରୋସର୍ଜରୀ ଡାକ୍ତର ମଧ୍ୟ ଆସି ଶିଶୁ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...ବୋରୱେଲରେ ଉଦ୍ଧାର ନବଜାତର ସ୍ବାସ୍ଥ୍ୟବସ୍ଥା ସ୍ଥିର, ପୋଲିସ ତଦନ୍ତ ଆରମ୍ଭ

ଅନ୍ୟପଟେ ଏହି ପ୍ରସଙ୍ଗରେ ସମ୍ବଲପୁର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ ପ୍ରତିକ୍ରିୟା ରଖି କହିଛନ୍ତି, "ଲାରିପାଲି ଘଟଣା ପରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଛି । ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲାଗୁ କରାଯାଇଛି । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଗାଁ ଆଖପାଖ ଅଞ୍ଚଳର ଲୋକଙ୍କୁ ପୋଲିସ ପଚରଉଚରା କରୁଛି । ତଦନ୍ତ ପାଇଁ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି । ବର୍ତ୍ତମାନ କେବଳ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରାଥମିକତା ଦିଆଯାଉଛି ।" ଅଭିଯୁକ୍ତକୁ ଧରିବା ପରେ ପରେ ଆବଶ୍ୟକ ସ୍ଥିତିରେ ଡିଏନ୍‌ଏ ଟେଷ୍ଟ କରାଯିବ ବୋଲି ଏସଡିପିଓ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଜିତିଲା ଜୀବନ, ବୋରୱେଲରୁ ନବଜାତ ଶିଶୁ ଉଦ୍ଧାର; ପ୍ରତିଟି ଜୀବନ ମୂଲ୍ୟବାନ କହିଲେ ମୁଖ୍ୟମନ୍ତ୍ରୀ

ଇଟିଭି ଭାରତ, ସମ୍ବଲପୁର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.