ETV Bharat / state

ଜୋର ଶଦ୍ଦରେ ପଡିଲା କୁଆପଥର, 1 କୁଇଣ୍ଟାଲ ଓଜନ ବିଶିଷ୍ଟ ହୋଇଥିବା ଚର୍ଚ୍ଚା

author img

By

Published : Oct 6, 2021, 6:15 PM IST

ସମ୍ବଲପୁର ଜମନକିରା ବ୍ଲକ ଅଞ୍ଚଳରେ 1 କୁଇଣ୍ଟାଲ ଓଜନର କୁଆପଥର ପଡିଥିବା ଚର୍ଚ୍ଚା । ବର୍ତ୍ତମାନ ଖଣ୍ଡ ଖଣ୍ଡ ବରଫ ଥିବା ଭିଡିଓରୁ ଦେଖିବାକୁ ଜଣାପଡିଛି । ଅଧିକ ପଢନ୍ତୁ...

Hailstones
1 କୁଇଣ୍ଟାଲ ଓଜନ ବିଶିଷ୍ଟ ହୋଇଥିବା ଚର୍ଚ୍ଚା

ସମ୍ବଲପୁର: 1 କୁଇଣ୍ଟାଲ ଓଜନର କୁଆପଥର ପଡିଥିବା ଚର୍ଚ୍ଚା, ଭିଡିଓ ଭାଇରାଲ । ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକର ଟିକିଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ବାଦୀବହାଲ ଗାଁରେ ମଙ୍ଗଳବାର ଅପରାହ୍ନରେ ଏକ କୁଇଣ୍ଟାଲ ଓଜନ ବିଶିଷ୍ଟ କୁଆପଥର ପଡିଥିବା କିଛି ସ୍ଥାନୀୟ ଲୋକ ଦାବି କରୁଛନ୍ତି । ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିବାବେଳେ ଏହି ଭିଡିଓର ବୈଧତା ସ୍ପଷ୍ଟ ହୋଇ ପାରିନାହିଁ ।

1 କୁଇଣ୍ଟାଲ ଓଜନ ବିଶିଷ୍ଟ ହୋଇଥିବା ଚର୍ଚ୍ଚା

ସ୍ଥାନୀୟ ଧରଣୀ ଛତ୍ରିଆଙ୍କ ଘର ପଛପଟେ ମଙ୍ଗଳବାର ଅପରାହ୍ନ ପ୍ରାୟ 3ଟା ସମୟରେ କୁଆପଥର ପଡିଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ସ୍ଥାନୀୟ ଲୋକେ କୁଆ ପଥର ପଡୁଥିବା ଅବସ୍ଥାରେ କେହି ଦେଖି ନଥିବା କହିଛନ୍ତି । ହେଲେ କୌଣସି ଏକ ବଡ଼ ଜିନିଷ ପଡୁଥିବାର ଶବ୍ଦ ଶୁଣି କିଛି ଲୋକ ଦୌଡ଼ି ଆସିବା ପରେ କିଛି ଖଣ୍ଡ ବିଖଣ୍ଡିତ ବରଫ ପଡିଥିବା ଦେଖିବାକୁ ପାଇଥିଲେ ।

ତେବେ ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ତେବେ ଭିଡିଓରେ ଏହା କୁଆପଥର ନା ଫ୍ରିଜରେ ରଖା ଯାଇଥିବା ବରଫ ଖଣ୍ଡ ତାହା ସ୍ପଷ୍ଟ ହୋଇ ନାହିଁ। ଯାହା ଏକ କୁଇଣ୍ଟାଲ ଓଜନ ବିଶିଷ୍ଟ ବଡ କୁଆପଥର ଭଳି ଲାଗୁନାହିଁ । ତେବେ କେହି ଜଣେ କୌତୁହଳରେ ଏହି ବରଫ ଏଠି ପକେଇଛି ନା ଏହା କୁଆ ପଥର ତାହା ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ଏହି ଘଟଣାର ଭିଡିଓ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.