ସମ୍ବଲପୁର: ପୋଲିସ ଫାଣ୍ଡି ପରିସରରେ ଯୁବକଙ୍କୁ ଜଣେ ଯୁବତୀ ଚାପୁଡ଼ା ମାରୁଥିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ସମ୍ବଲପୁର ଜିଲ୍ଲା ବୁର୍ଲା ଭୀମସାର ମେଡିକାଲ ପରିସର ସ୍ଥିତ ଫାଣ୍ଡି ଭିତରେ ଯୁବତୀ ଜଣଙ୍କ ଏଭଳି କରିଛନ୍ତି । ଭାଇରାଲ ହୋଇଥିବା ଭିଡିଓରେ ଯୁବତୀ ଜଣେ ଯୁବକଙ୍କୁ ଫାଣ୍ଡିର ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଚାପୁଡା ମାରୁଥିବା ଭିଡିଓରେ ଦେଖାଯାଇଛି । ତେବେ ପୋଲିସ ଫାଣ୍ଡିରେ ଏପରି ଚାପୁଡାମରାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ଭାଇରାଲ ହୋଇଥିବା ଭିଡିଓଟି କେଉଁ ଦିନର ଓ ଏଥିରେ ଥିବା ଯୁବତୀ ଯୁବକ କିଏ ତାହା ଜଣାପଡ଼ିନାହିଁ । କେଉଁ କାରଣରୁ ଯୁବତୀ ଜଣକ ତାଙ୍କୁ ମାରୁଛନ୍ତି ତାର କାରଣ ମଧ୍ୟ ଜଣାପଡ଼ିନାହିଁ । ଏହି ଭିଡ଼ିଓଟି ଭାଇରାଲ ହେବାପରେ ଫାଣ୍ଡିର ଭିତରେ ଘଟିଥିବା ଏହି କାର୍ଯ୍ୟକଳାପ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି ।
ଇଟିଭି ଭାରତ, ସମ୍ବଲପୁର