ETV Bharat / state

ପୋଲିସ ଜାଲରେ 'ଗଞ୍ଜେଇ' ରାକେଟ, 4 ଗିରଫ

ଧରା ପଡିଛି ସହରରେ ସକ୍ରିୟ ଥିବା ଗଞ୍ଜେଇ ଚୋରା ଚାଲାଣ ରାକେଟ । ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ 4 ଜଣକୁ ଗିରଫ କରିଛି ।

author img

By

Published : Feb 4, 2019, 2:08 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଧରା ପଡିଛି ସହରରେ ସକ୍ରିୟ ଥିବା ଗଞ୍ଜେଇ ଚୋରା ଚାଲାଣ ରାକେଟ । ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ 4 ଜଣକୁ ଗିରଫ କରିଛି । ଯାହାକୁ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମ୍ବଲପୁର ସଦର ଏସ୍‌ଡିପିଓ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
undefined

ଅନ୍ୟପଟେ ଧରା ପଡିଥିବା ଅଭିଯୁକ୍ତମାନେ ହେଲେ ଗମ୍ଭାରୀପଙ୍କର ପିତାମ୍ବର ସେନ, ଯୁଜମୁରାର ଗୋପରଞ୍ଜନ ପଟ୍ଟନାୟକ ଓ ଚନ୍ଦନ ଧର । ପୋଲିସ ସେମାନଙ୍କୁ ଗିରଫ ପରେ ଜେରା କରିବା ସମୟରେ ସେମାନେ ଧୁତୁରାପଡାର ସୁଧାଂଶୁ ମହାନ୍ତିଙ୍କ ନାଁ କହିଥିଲେ ।

ସୂଚନା ଅନୁଯାୟୀ ସମ୍ବଲପୁର ସଦର ଥାନା ତରଫରୁ ଶନିବାର ରାତି 11ଟା 30 ମିନିଟ ସମୟରେ ତୁମ୍ବେସିଂହାରୁ ଚୌଧୁରୀ ଛକ ପର୍ଯ୍ୟନ୍ତ ପେଟ୍ରୋଲିଂ କରାଯାଇଥିଲା । ଏହି ସମୟରେ ସନ୍ଦେହଜନକ ଭାବେ 3 ଜଣ ବ୍ୟାଗ୍‌ ଓ ସୁଟ୍‌କେସ୍‌ ଧରି ଇତସ୍ତତଃ ବୁଲୁଥିବାର ଦେଖାଯାଇଥିଲା । ପରେ ଏମାନଙ୍କୁ ଅଟକାଇ ପଚରାଉଚୁରା କରିବା ସହିତ ଗିରଫ କରିଥିଲା ପୋଲିସ ।

ପରବର୍ତ୍ତୀ ସମୟରେ ଯାଞ୍ଚ ପରେ ଜଣା ପଡିଥିଲା କି ଗିରଫ ଅଭିଯୁକ୍ତଙ୍କ ପାଖରେ ଥିବା ସୁଟ୍‌କେସ୍‌ରେ ରହିଛି 34 କେଜି ଗଞ୍ଜେଇ ଓ 3500 ଟଙ୍କା । ଏଥିସହ ସେମାନଙ୍କ ପାଖରୁ ଗୋଟିଏ ପଲସର ବାଇକ ମଧ୍ୟ ଜବତ କରିଛି ପୋଲିସ । ତେବେ ଅଭିଯୁକ୍ତମାନେ ଏହି ଗଞ୍ଜେଇ ବୌଦ୍ଧରୁ ମଧ୍ୟପ୍ରଦେଶକୁ ଚାଲାଣ କରୁଥିବା ପୋଲିସ ସୂଚନା ଦେଇଛି ।

ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମାମଲା ନଂ 23/20 ବି(୨) ଏବଂ ସି 29 ଏନ,ଡି,ପି,ଏସ ଆକ୍ଟ ଲାଗୁ କରି କୋର୍ଟ ଚାଲାଣ କରିବା ନେଇ ସୂଚନା ଦେଇଛି ।

ସମ୍ବଲପୁରରୁ ଜୁସ୍ମନ ରଣା, ଇଟିଭି ଭାରତ

Intro:ବୌଦ୍ଧ ସ୍ଥିତ ଇନଡୋରଷ୍ଟାଡିୟମ ଠାରେ ଜିଲ୍ଲା ତାଏକୁଣ୍ଡୋ ଆସୋସିଏସନ ପକ୍ଷରୁ ବେଲ୍ଟ ଚୟନ ପରୀକ୍ଷା ଅନୁଷ୍ଠିତ ହୋଇଛି।ଅନୁଷ୍ଠାନର୬୫ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରୁ ୪୫ ଜଣ ଛାତ୍ର ଛାତ୍ରୀ ଏଥିରେ ଯୋଗ ଦେଇଥିଲେ। ହଳଦିଆ, ସବୁଜ ଓ ସବୁଜ ଷ୍ଟ୍ରୀପ ଆଦି ତିନୋଟି କ୍ଷେତ୍ରରେ ପ୍ରାର୍ଥୀଙ୍କୁ ବେଲ୍ଟ ପ୍ରଦାନ କରାଯାଇଛି।

Body:ବିଶେଷ ଭାବରେ ଛାତ୍ରୀ ମାନେ ଆତ୍ମରକ୍ଷା କୌଶଳ ଶିଖି ପାରୁଥିବାରୁ ବେଶ ଉସ୍ଚାହିତ ଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଏହି ତାଏକୁଣ୍ଡୋ କୌଶଳକୁ ଗ୍ରାମାଞ୍ଚଳରେ ପ୍ରସାରିତ କରିବାକୁ ଯୋଜନା ଥିବା ଆୟୋଜକ ଜଣାଇଛନ୍ତି।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି , ଇ ଟିଭି ନ୍ୟୁଜ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.