ETV Bharat / state

ସେଦିନର ବ୍ଲକ ଅଧ୍ୟକ୍ଷା ଆଜି ଦାଦନ ଶ୍ରମିକ, ରାଜ୍ୟ ବାହାରେ ବିତୁଛି ଜୀବନ

author img

By ETV Bharat Odisha Team

Published : Nov 29, 2023, 7:36 PM IST

ଦିନେ ଥିଲେ ବ୍ଲକ ଅଧ୍ୟକ୍ଷା। ଏବେ ଅଛନ୍ତି ଦାଦନ ଶ୍ରମିକ । ସମୟକ୍ରମେ ଦଳ ଭୁଲିଗଲା ଆଉ ସରକାର ମଧ୍ୟ ଭୁଲିଗଲେ l ଆଉ ଶେଷରେ ସମୟର ଦାସତ୍ବ ସାଜି ଲୋକ ପ୍ରତିନିଧିରୁ ଦାଦନ ଶ୍ରମିକ ଭାବେ ଜୀବନ ଜିଉଁଛନ୍ତି । ଯାହା ଯେତିକି ସମ୍ବେଦନଶୀଳ ସେତିକି ଦୁଃଖଦାୟକ ମଧ୍ୟ । ଏଭଳି ଏକ ଅଭାବନୀୟ ଚିତ୍ର ଆସିଛି ସମ୍ବଲପୁର ଜିଲ୍ଲାରୁ । ଅଧିକ ପଢନ୍ତୁ

ସେଦିନର ବ୍ଲକ ଅଧ୍ୟକ୍ଷା ଆଜି ଦାଦନ ଶ୍ରମିକ, ରାଜ୍ୟ ବାହାରେ ବିତୁଛି ଜୀବନ
ସେଦିନର ବ୍ଲକ ଅଧ୍ୟକ୍ଷା ଆଜି ଦାଦନ ଶ୍ରମିକ, ରାଜ୍ୟ ବାହାରେ ବିତୁଛି ଜୀବନ

ସେଦିନର ବ୍ଲକ ଅଧ୍ୟକ୍ଷା ଆଜି ଦାଦନ ଶ୍ରମିକ, ରାଜ୍ୟ ବାହାରେ ବିତୁଛି ଜୀବନ

ସମ୍ବଲପୁର: ଦିନେ ଥିଲେ ବ୍ଲକ ଅଧ୍ୟକ୍ଷା। ଏବେ ଦାଦନ ଶ୍ରମିକ । ସମୟକ୍ରମେ ଦଳ ଭୁଲିଗଲା ଆଉ ସରକାର ମଧ୍ୟ ଭୁଲିଗଲେ l ଆଉ ଶେଷରେ ସମୟର ଦାସତ୍ବ ସାଜି ଲୋକ ପ୍ରତିନିଧିରୁ ଦାଦନ ଶ୍ରମିକ ଭାବେ ଜୀବନ ଜିଉଁଛନ୍ତି । ଯାହା ଯେତିକି ସମ୍ବେଦନଶୀଳ ସେତିକି ଦୁଃଖଦାୟକ ମଧ୍ୟ । ଏଭଳି ଏକ ଅଭାବନୀୟ ଚିତ୍ର ଆସିଛି ସମ୍ବଲପୁର ଜିଲ୍ଲାରୁ । ଜିଲ୍ଲାର ଧନକଉଡା ବ୍ଲକ ବୈଜାମୁଣ୍ଡା ନିକଟ ବୋଉଦିଆପଡାରୁ। ରାଜମିସ୍ତ୍ରୀ ସୁରେନ୍ଦ୍ର କୁମ୍ଭାର ଓ କୈକେୟା କୁମ୍ଭାରଙ୍କ ଝିଅ କାନ୍ତି କୁମ୍ଭାର।

କାନ୍ତି କୁମ୍ଭାରଙ୍କ ବୟସ ପ୍ରାୟ 44 ବର୍ଷ ହେବ l ସେ କଂଗ୍ରେସ ସରକାର ଥିବା ସମୟରେ 1997 ମସିହାରେ କଲାମାଟି ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ଧନକଉଡା ବ୍ଲକର ଅଧ୍ୟକ୍ଷା ଭାବେ ମନୋନୀତ ହୋଇଥିଲେ l ତାଙ୍କର ସମୟରେ ଧନକଉଡା ବ୍ଲକ ଅଧୀନରେ ଥିବା ଜୋନ-1 ରେ କାଇଁସିର କିଲାସମା, ସଂକର୍ମା, ଗଡ଼ମୁଣ୍ଡା, ଶାସନ,ତଲାଵ,କନଖିଣ୍ଡା ଓ ବିଶାଳଖିଣ୍ଡା ପଞ୍ଚାୟତ ଥିବା ବେଳେ ଜୋନ2ରେ ଆ.କଟାପାଲି, ବୈଜାମୁଣ୍ଡା, କଲାମାଟି, ଚାଉଁରପୁର, ସେହ୍ନାପାଲି, ବସନ୍ତପୁର, କର୍ଡୋଲା ଓ କୁଦ ଗୁଣ୍ଡେରପୁର ପ୍ରମୁଖ ପଞ୍ଚାୟତ ଗୁଡିକ ମିଶି ମୋଟ ୧୬ଟି ପଞ୍ଚାୟତ ଥିଲା l କାନ୍ତିଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ପଞ୍ଚାୟତରେ ପାନୀୟ ଜଳଯୋଗାଣ, ରାସ୍ତା ଘାଟ ,ବିଦ୍ୟାଳୟ, କଲଭଟ,ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ଇନ୍ଦିରା ଆବାସ ଆବାସ ଗୃହ ଆଦି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ l ସେହି ସମୟରେ ତାଙ୍କର ଦସ୍ତଖତରେ ଲକ୍ଷ ଲକ୍ଷ ଟଙ୍କାର ଯୋଜନା ଗୁଡିକ କାର୍ଯ୍ୟକାରୀ ହେଉଥିଲା । କିନ୍ତୁ ପରିସ୍ଥିତିର ପରିଧି ଭିତରେ ଆସି ବର୍ତ୍ତମାନ ସେ କାନ୍ତି ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି ।

ଅଧିକ ପଢନ୍ତୁ- ଦାଦନ ସମସ୍ୟା ରୋକିବାକୁ ଯୁବକଙ୍କ ଅଭିନବ ପ୍ରୟାସ, ୨୫ କିମି ପଦଯାତ୍ରା କରି ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ

ତାଙ୍କର ଆଉ ଏକ ବଡ ଦୁଃଖ କାହାଣୀ ହେଲା ସେ ବ୍ଲକ ଅଧ୍ୟକ୍ଷା ହେବାର 3ବର୍ଷ ପରେ ଅର୍ଥାତ ୨୦୦୦ ମସିହାରେ ତାଙ୍କର ପରିବାର ଲୋକେ ତାଙ୍କର ବିବାହ ଧନକଉଡା ବ୍ଲକ ଅନ୍ତର୍ଗତ ଶାସନ ପଞ୍ଚାୟତ ଅଧିନ ଫଳସାକେମ୍ପ ଗାଁର ରାଜୁ ରନବିଡାଙ୍କ ସହିତ କରାଇଥିଲେ l କିନ୍ତୁ ତାଙ୍କ ସ୍ବାମୀ ଙ୍କ ସହ ତାଙ୍କ ଦାମ୍ପତ୍ୟ ଜୀବନ ଠିକ ନ ରହିବାରୁ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିଲା l ତେଣୁ କାନ୍ତି 2004 ରେ ଶାଶୂଘରକୁ ସବୁଦିନ ପାଇଁ ଛାଡି 2ବର୍ଷର ପୁଅ ଆକାଶ ରନବିଡା ଓ 1ବର୍ଷର ଝିଅ ବର୍ଷାକୁ ନେଇ ତାଙ୍କ ମାଆ ଘର ବୌଦିଆପଡାକୁ ଫେରି ବସବାସ କଲେ l ପରେ ପୁଅ ଝିଅକୁ ମଣିଷ କରିବା ପାଇଁ ସେ ବ୍ଲକ ଅଧ୍ୟକ୍ଷା ଅବଧି ସରିବା ପରେ ରୋଜଗାରର ଅନ୍ୟ କୌଣସି ପନ୍ଥା ନ ପାଇ ଦିନମଜୁରିଆ ପାଲଟିଲେ l ତାଙ୍କ ଉଭୟ ଛୁଆଙ୍କ ପାଇଁ ସେହି ସମୟରେ 30ରୁ 50ଟଙ୍କା ମଜୁରୀ ରେ ଦିନମଜୁଆ ଭାବେ କାମ କରୁଥିଲେ l ନିଜ ଜିଲ୍ଲାରେ ରୋଜଗାର ନପାଇ ପେଟ ପାଇଁ ସେ ତାମିଲନାଡୁରେ ଦୀର୍ଘ 6 ବର୍ଷ ପାଖାପାଖି ହେବ ନିଜ ପୁଅ ଆକାଶ ସହିତ ସେଠାରେ ରହି ଉଭୟ କାମ କରୁଛନ୍ତି l 3ଦିନ ତଳେ ସେ ତାମିଲନାଡୁରୁ ମାଆ ଘର ବୈଦିଆପଡାରେ ପହଞ୍ଚିଛନ୍ତି l ବର୍ତ୍ତମାନ ତାଙ୍କ ପୁଅ ଆକାଶ ତାମିଲନାଡୁରେ ଏକ କମ୍ପାନୀରେ ମିସିନ ଚଳାଉଥିବା କାନ୍ତି କହିଛନ୍ତି l

କାନ୍ତି ବ୍ଲକ ଅଧ୍ୟକ୍ଷା ଥିବା ବେଳେ ନିଜ ବ୍ଲକର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଥିଲା କୋଟି କୋଟି ଟଙ୍କାର କାମ କରାଇଥିଲେ l ବର୍ତ୍ତମାନ କାନ୍ତି ଦିନ ମଜୁଆରୁ ଦାଦନ ଶ୍ରମିକ ପାଲଟି ରାଜ୍ୟ ବାହାରେ ଖଟୁଛନ୍ତି । ସମୟସ୍ରୋତରେ ଆଉ ପେଟ ପୋଷିବା ପାଇଁ ଆଜି ଜଣେ ଲୋକପ୍ରତିନିଧିରୁ ପାଲଟିଗଲେ ଦାଦନ ଶ୍ରମିକ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ପାଇଁ ହଜାର ହଜାର କୋଟି ଟଙ୍କାର ଯୋଜନା କରୁଥିବା ବେଳେ କାନ୍ତି ଭଳି ପୂର୍ବତନ ବ୍ଲକ ଅଧ୍ୟକ୍ଷା ବର୍ତ୍ତମାନ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି l କାନ୍ତି ଙ୍କୁ ଏବେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳୁନଥିବା କହିଛନ୍ତି l ସମୟ ଆସିଛି କାନ୍ତିଙ୍କୁ ସରକାରୀ ସହାୟତ ସହ ନିଜ ଜିଲ୍ଲାରେ ଥଇଥାନ କରିବାର ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.