ETV Bharat / state

ବୁର୍ଲା ଭିସୁଟର 5 ଛାତ୍ର କୋରୋନା ସଂକ୍ରମିତ - sambalpur burla vssut

ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର 5 ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

ବୁର୍ଲା ଭିସୁଟର 5 ଛାତ୍ର କୋରୋନା ସଂକ୍ରମିତ
ବୁର୍ଲା ଭିସୁଟର 5 ଛାତ୍ର କୋରୋନା ସଂକ୍ରମିତ
author img

By

Published : Feb 26, 2021, 7:10 PM IST

ସମ୍ବଲପୁର: ଭିସୁଟରେ ପଶିଲା କୋରୋନା । ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର 5 ଜଣ ଛାତ୍ର ଶୁକ୍ରବାର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଛାତ୍ରମାନଙ୍କୁ 72 ଘଣ୍ଟା ଆଇସୋଲେସନରେ ରହିବା ପାଇଁ ଛାତ୍ରାବାସ କର୍ତ୍ତୃପକ୍ଷଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।

ବୁର୍ଲା ଭିସୁଟର 5 ଛାତ୍ର କୋରୋନା ସଂକ୍ରମିତ

କୋରୋନାର ଦ୍ବିତୀୟ ଲହରୀ ନେଇ ସୁରକ୍ଷିତ ରହିବା ପାଇଁ କଟକଣା ମାନିବାକୁ ରାଜ୍ୟ ସରକାର ପରାମର୍ଶ ଦେଉଛନ୍ତି । ଏଣୁ ଭିସୁଟର ଅନ୍ୟ ଛାତ୍ରଛାତ୍ରୀମାନେ ଯତ୍ନଶୀଳ ହେବାର ଆବଶ୍ୟକତା ରହିଛି ବୋଲି ଛାତ୍ରାବାସ କର୍ତ୍ତୃପକ୍ଷ କହିଛନ୍ତି । ସେହିପରି ଛାତ୍ରଛାତ୍ରୀମାନେ କିପରି ସୁରକ୍ଷିତ ରହିବେ, ସେନେଇ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.