ETV Bharat / state

ସମ୍ବଲପୁର ପ୍ରସିଦ୍ଧ ହୁମା ବକ୍ର ମନ୍ଦିର ମଛେନ୍ଦ୍ର ଘାଟରେ ମାଛ ମଡକ - Machhendra Ghat fish poaching

ସମ୍ବଲପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ହୁମା ବକ୍ର ମନ୍ଦିର ମଚ୍ଛେନ୍ଦ୍ର ଘାଟରେ ଅନେକ କୁଡ଼ୋ ମାଛ ମରି ପାଣିରେ ଭାସୁଥିବା ଦୄଶ୍ୟ ଏବେ ସମ୍ବଲପୁର ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

ହୁମା ବକ୍ର ମନ୍ଦିର ମଛେନ୍ଦ୍ର ଘାଟରେ ମାଛ ମଡକ, ବେଆଇନ ବ୍ଲାଷ୍ଟିଂ ଯୋଗୁ ମାଛ ମାରୁଥିବା ଅଭିଯୋଗ

author img

By

Published : Dec 19, 2020, 6:57 AM IST

ସମ୍ବଲପୁର: ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ହୁମା ବକ୍ର ମନ୍ଦିର ମଛେନ୍ଦ୍ର ଘାଟରେ ଅନେକ କୁଡ଼ୋ ମାଛ ମରି ପାଣିରେ ଭାସୁଥିବା ଦୄଶ୍ୟ ଏବେ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ସୋସିଆଲ ମିଡିଆ ଭାଇରାଲ ହେଉଥିବା ଦେଖାଯାଇଛି । ଅଭିଯୋଗ ହେଉଛି ଯେ, କେତେକ ଅସାମାଜିକ ବ୍ୟକ୍ତି ହୁମା ମନ୍ଦିର ପାଖ ମହାନଦୀରେ ବେଆଇନ ଭାବେ ବ୍ଲାଷ୍ଟିଂ କରୁଥିବାରୁ ଏହି ମାଛଗୁଡ଼ିକ ମରି ଯାଉଛନ୍ତି ।

ହୁମା ବକ୍ର ମନ୍ଦିର ମଛେନ୍ଦ୍ର ଘାଟରେ ମାଛ ମଡକ, ବେଆଇନ ବ୍ଲାଷ୍ଟିଂ ଯୋଗୁ ମାଛ ମାରୁଥିବା ଅଭିଯୋଗ

ମୃତ କୁଡ଼ୋ ମାଛ ପାଣିରେ ଭାସୁଥିବାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନେକ ବ୍ୟକ୍ତି ଏଥିପାଇଁ ପ୍ରଶାସନ ଓ ପୋଲିସକୁ ନିନ୍ଦା କରିବା ସହ ବେଆଇନ ବ୍ଲାଷ୍ଟିଂ ବନ୍ଦ କରିବା ପାଇଁ ଦାବି କରିଛନ୍ତି।

ସାଧାରଣ ଜନତା ବହୁଦିନରୁ ବେଆଇନ ବ୍ଲଷ୍ଟିଂ ଉପରେ ରୋକ ଲଗାଇବାକୁ ଦାବି କରୁଥିଲେ ସୁଦ୍ଧା ବ୍ଲାଷ୍ଟିଂ ବନ୍ଦ ପାଇଁ କୌଣସି ପଦକ୍ଷେପ ନନେବାରୁ ଏପରି ଘଟୁଛି ବୋଲି ଅଭିଯୋଗ ହେଉଛି ଏବଂ କୁଡ଼ୋ ମାଛକୁ ସୁରକ୍ଷା ଦେବା ପାଇଁ ସାଧାରଣରେ ଦାବି କରାଯାଉଛି।

ହୁମାର ପ୍ରସିଦ୍ଧ ବିମଲେଶ୍ୱର ବାବାଙ୍କ ବକ୍ର ମନ୍ଦିରର ମହାନଦୀର ମଛିନ୍ଦ୍ର ଘାଟରେ ୧୨ ପ୍ରଜାତିର କୁଡ଼ୋ ମାଛ ରହିଥାନ୍ତି । ବର୍ଷା ଋତୁରେ ମହାନଦୀରେ ପ୍ରବଳ ଜଳସ୍ରୋତ ଚାଲିଥିବା ବେଳେ ମାଛମାନେ ପଥର ସନ୍ଧି ଭିତରକୁ ପଶିଯାଆନ୍ତି । ପରେ କାର୍ତ୍ତିକ ଚତୁର୍ଦ୍ଦଶୀ ରାତିରେ ସ୍ଥାନୀୟ ପୂଜକ ମାନେ ଭୋଗ ଦେଇ ମାଛମାନଙ୍କୁ ଆବାହନ କରିବାର ପରମ୍ପରା ରହିଛି । ଏଠାକୁ ଆସୁଥିବା ଭକ୍ତ ସେହି ଦିନଠାରୁ ମାଛଗୁଡ଼ିକୁ ଦେଖିପାରିଥାନ୍ତି ।

ତେବେ ବର୍ତ୍ତମାନ ମହାନଦୀ କୂଳରେ ବେଆଇନ ଭାବେ ବ୍ଲାଷ୍ଟିଂ କରାଯାଉଥିବାରୁ ପ୍ରତିଦିନ ବହୁସଂଖ୍ୟାରେ କୁଡୋ ମାଛ ମରିଯାଉଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାସହ ବ୍ଲାଷ୍ଟିଂ କରୁଥିବା ଅସମାଜିକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ କୁମାର ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.