ସମ୍ବଲପୁର: ବନ୍ଦ ହେଲା ହୀରାକୁଦର 7 ନମ୍ବର ସ୍ଲୁଇସ୍ ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପରେ ଖୋଲାଯାଇଥିବା ଗେଟ୍କୁ ବନ୍ଦ କରି ଦିଆଯାଇଛି ।
ଆଜି ସମ୍ବଲପୁର ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟା ଜଳ ନିଷ୍କାସନ ପାଇଁ 7 ନମ୍ବର ସ୍ଲୁଇସ ଗେଟକୁ ଦିନ ପ୍ରାୟ 11ଟା 23 ମିନିଟ୍ରେ ଖୋଲାଯାଇଥିଲା। ତେବେ ତଳମୁଣ୍ଡରେ ଥିବା ନଦୀ ଗୁଡିକରେ ବନ୍ୟା ଜଳ ଥିବାରୁ ଏହାକୁ ପୁଣି ବନ୍ଦ କରିଦିଆଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ