ETV Bharat / state

ସମ୍ବଲପୁର ମାତୃ ଓ ଶିଶୁ ବିଭାଗ ବିଲ୍ଡିଂରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଲୋକେ

author img

By

Published : May 2, 2022, 6:58 PM IST

Updated : May 2, 2022, 7:39 PM IST

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ବିଭାଗ ବିଲ୍ଡିଂରେ ଅଗ୍ନିକାଣ୍ଡ । ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଚିକିତ୍ସାଧୀନ ରୋଗୀ । ଅଧିକ ପଢନ୍ତୁ

ସମ୍ବଲପୁର ମାତୃ ଓ ଶିଶୁ ବିଭାଗ ଵିଲ୍ଡିଂରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଲୋକେ

ସମ୍ବଲପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ମାତୃ ଓ ଶିଶୁ ବିଭାଗର ବିଲ୍ଡିଂରେ ଅଗ୍ନିକାଣ୍ଡ । ସ୍ଥାନୀୟ ସୁରକ୍ଷାକର୍ମୀଙ୍କ ଉପସ୍ଥିତ ବୁଦ୍ଧ ଯୋଗୁଁ ବଡ଼ ଧରଣର ଅଗ୍ନିକାଣ୍ଡ ଟଳିଯାଇଛି । ଫଳରେ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ଚିକିତ୍ସାଧୀନ ରୋଗୀ ।

ସମ୍ବଲପୁର ମାତୃ ଓ ଶିଶୁ ବିଭାଗ ବିଲ୍ଡିଂରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଲୋକେ

ବିଲ୍ଡିଂର ଦ୍ଵିତୀୟ ମହଲାର ବନ୍ଦ କୋଠରୀରେ ହଠାତ୍‌ ସର୍ଟସର୍କିଟ ଯୋଗୁଁ ଫ୍ୟାନରେ ନିଆଁ ଲାଗିଥିଲା । ଏହାପରେ ଫ୍ୟାନ୍‌ଟି ଖସି ଯାଇ ରୋଗୀଙ୍କ ଶଯ୍ୟା ଉପରେ ପଡିବାରୁ ଚାରିଆଡ଼େ ନିଆଁ ଲାଗି ଯାଇଥିଲା । ଏହା ଦେଖି ରୋଗୀ ଓ ସମ୍ପର୍କୀୟ ଭୟରେ ବାହାରକୁ ଦୌଡ଼ି ଆସିଥିଲେ ।

ଏହି ସମୟରେ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା କର୍ମୀ ନିଆଁ ଲିଭା ଯନ୍ତ୍ର ବ୍ୟବହାର କରି ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଏହା ପରେ ଅଗ୍ନିଶମ ବିଭାଗ ଟିମ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରିଥିଲେ । ତେବେ ଏହି ଘଟଣାରେ କୌଣସି ବିଶେଷ କ୍ଷତିର ସୂଚନା ନାହିଁ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : May 2, 2022, 7:39 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.