ETV Bharat / state

ସମଲେଶ୍ୱରୀ ମନ୍ଦିର ପରିସରରେ ଭୟାବହ ଅଗ୍ନିକାଣ୍ଡ

author img

By

Published : May 17, 2020, 11:57 AM IST

Updated : May 17, 2020, 12:46 PM IST

ମା' ସମଲେଶ୍ବରୀ ଦେବୀଙ୍କ ମନ୍ଦିର ପରିସରରେ ଅଘଟଣ । ପରିସରରେ ଥିବା ଗୋଦାମ ଘରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିଶମ ବିଭାଗର ଟିମ ସମଲେଶ୍ବରୀ ମନ୍ଦିରରେ ପହଞ୍ଚି 2ଗୋଟି ଦମକଳ ଗାଡି ସହାୟତାରେ ନିଆଁକୁ ଆୟତ୍ତ କରିଛନ୍ତି ।

ସମଲେଶ୍ୱରୀ ମନ୍ଦିର ପରିସରରେ ଭୟାବହ ଅଗ୍ନିକାଣ୍ଡ
ସମଲେଶ୍ୱରୀ ମନ୍ଦିର ପରିସରରେ ଭୟାବହ ଅଗ୍ନିକାଣ୍ଡ

ସମ୍ବଲପୁର: ଅଧିଷ୍ଠାତ୍ରୀ ମା' ସମଲେଶ୍ବରୀ ଦେବୀଙ୍କ ମନ୍ଦିର ପରିସରରେ ଅଘଟଣ । ପରିସରରେ ଥିବା ଗୋଦାମ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ରବିବାର ସକାଳ ୮.୩୦ମିନିଟରେ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଏବେ ସାରା ଦେଶରେ ଲକଡାଉନ ଯୋଗୁଁ ମା’ ସମଲେଶ୍ବରୀ ମନ୍ଦିର ମଧ୍ୟ ବହୁ ଦିନ ହେଲା ବନ୍ଦ ରହୁଥିବାରୁ ଏହି ଗୋଦାମ ଘରେ ବହୁ ପୂଜା ସାମଗ୍ରୀ ମହଜୁଦ ରହିଥିଲା ।

ଖବରପାଇ ଅଗ୍ନିଶମ ବିଭାଗର ଟିମ ସମଲେଶ୍ବରୀ ମନ୍ଦିରରେ ପହଞ୍ଚି 2ଗୋଟି ଦମକଳ ଗାଡି ସହାୟତାରେ ନିଆଁକୁ ଆୟତ୍ତ କରିଛନ୍ତି । ତେବେ ସଟ୍‌ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଥିବାବେଳେ ତଦନ୍ତ ପରେ ଏହାର ସଠିକ କାରଣ ଜଣାପଡିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ପୂଜକ କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : May 17, 2020, 12:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.