ETV Bharat / state

ଭୀମସାର କାର୍ଡିଓଲୋଜି ୱାର୍ଡରେ ଅଗ୍ନିକାଣ୍ଡ

ବୁର୍ଲା ମେଡ଼ିକାଲର କାର୍ଡିଓଲୋଜି ୱାର୍ଡରେ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ । ପରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Oct 18, 2019, 3:52 AM IST

ସମ୍ବଲପୁର: ବୁର୍ଲା ମେଡ଼ିକାଲର କାର୍ଡିଓଲୋଜି ୱାର୍ଡରେ ଅଗ୍ନିକାଣ୍ଡ । ତେବେ ବିଶେଷ କ୍ଷୟକ୍ଷତି ହେବା ପୂର୍ବରୁ ଅଗ୍ନିଶମ ବିଭାଗର ତତ୍ପରତା ଯୋଗୁ ନିଆଁକୁ ଆୟତ୍ତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର ବୁର୍ଲା ଭିମସାରର କାର୍ଡିଓଲୋଜି ବିଭାଗରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ପୁରୁଣା ତାର ତଥା ପୁରୁଣା ୱୟାରିଂ ଯୋଗୁଁ ଏହି ସଟସର୍କିଟ ହୋଇଥିବା ଜଣାପଡ଼ିଛି । ତେବେ କିଛି ଅଘଟଣ ଘଟିବା ପୂର୍ବରୁ ମେଡ଼ିକାଲ କର୍ମଚାରୀ ମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଅଗ୍ନିଶମ କର୍ମଚାରୀ ମାନେ ଆସି ନିଆଁ କୁ ଆୟତ୍ତ କରିଥିଲେ । ନିଆଁ ଲାଗିବା ଫଳରେ କିଛି ସମୟ ପର୍ଯ୍ୟନ୍ତ ଭିମସାର ଅନ୍ଧାର ହୋଇଯାଇଥିଲା । ଏସଏନସିୟୁ, ଗାଇନିକ, ଏବଂ କିଛି ୱାର୍ଡ ଅନ୍ଧକାରରେ ରହିଛି । ଏହି ବିଭାଗରେ ପୂର୍ବରୁ ମଧ୍ୟ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା ।

ପୂର୍ବରୁ ମଧ୍ୟ ବୁର୍ଲା ମେଡ଼ିକାଲର ବିଭିନ୍ନ ୱାର୍ଡରେ ଏମିତି ନିଆଁ ଲାଗିଥିବାର ନଜିର ରହିଛି ।ତେଣୁ ଏନେଇ ମେଡ଼ିକାଲ କର୍ତ୍ତୃପକ୍ଷ ଅଧିକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା ଉଚିତ ବୋଲି ଦାବି ହୋଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

Intro:ସମ୍ବଲପୁର ବୁର୍ଲା ମେଡ଼ିକାଲ ର କାର୍ଡିଅଲୋଜି ୱାର୍ଡ ରେ ସର୍ଟ ସର୍କିଟ ଯୋଗୁ ଲାଗିଲା ନିଆଁ।ତେବେ ବିଶେଷ କ୍ଷୟ କ୍ଷତି ହେବା ପୂର୍ବରୁ ଅଗ୍ନିଶମ ବିଭାଗ ର ତତ୍ୱରତା ଯୋଗୁ ନିଆଁକୁ ଆୟତ କରାଯାଇଛି।Body:ସମ୍ବଲପୁର ବୁର୍ଲା vimsarର କାରଡ଼ିଓଲଜି ବିଭାଗରେ ସର୍ଟ ସର୍କିଟ ଯୋଗୁଁ ଲାଗିଲା ନିଆଁ। ପୁରୁଣା ତାର ତଥା ପୁରୁଣା ଉଆରିଂ ଯୋଗୁଁ ଏହି ସର୍ଟ ସର୍କିଟ ହେଇଥିବା ଜଣା ପଡ଼ିଛି। ତେବେ କିଛି ଅଘଟଣ ଘଟିବା ପୂର୍ବରୁ ମେଡ଼ିକାଲ କର୍ମଚାରୀ ମାନେ ନିଆଁ ଦେଖିଦେଇଥିଲେ। ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ମାନେ ଆସି ନିଆଁ କୁ ଆୟତ୍ତ କରିଥିଲେ। ଏକ ବଡ ଦୁର୍ଘଟଣାରୁ ନିଶ୍ଚିତ ଭାବେ vimsar ବଂଚିଯାଇଥିବା କର୍ମଚାରୀ ମାନେ କହିଛନ୍ତି। ନିଆଁ ଲାଗିବା ଫଳରେ କିଛି ସମୟ ପର୍ଯ୍ୟନ୍ତ vimsar ଅନ୍ଧାର ହୋଇଯାଇଥିଲା। ଏସଏନସିୟୁ, ଗାଇନିକ, ଏବଂ କିଛି ୱାର୍ଡ ଅନ୍ଧକାର ରେ ରହିଥିଲା। ଏହି ବିଭାଗରେ ପୂର୍ବରୁ ମଧ୍ୟ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା।Conclusion:ପୂର୍ବରୁ ମଧ୍ୟ ବୁର୍ଲା ମେଡ଼ିକାଲର ବିଭିନ୍ନ ୱାର୍ଡ ରେ ଏମିତି ନିଆଁ ଲାଗିଥିବାର ନଜିର ରହିଛି।ତେଣୁ ଏନେଇ ମେଡ଼ିକାଲ କତ୍ତୃପକ୍ଷ ଅଧିକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା ଉଚିତ ବୋଲି ଦାବି ହୋଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.