ETV Bharat / state

ସମ୍ବଲପୁରର ଅସହାୟ ଶିଶୁକନ୍ୟାକୁ ଆଦରିଲେ ଫିନଲ୍ୟାଣ୍ଡ ମହିଳା

author img

By

Published : Oct 30, 2022, 7:35 AM IST

କଥାରେ ଅଛି ବିଧିର ବିଧାନ କେ କରିବ ଆନ । କୌଣସି ମୂହୂର୍ତ୍ତରେ ଯେ କାହାର ଭାଗ୍ୟ ବଦଳିଯିବ ତାହା କହିହେବ ନାହିଁ । ଏଭଳି କିଛି ଘଟିଛି ଜଣେ ଅସହାୟ ଶିଶୁ କ୍ଷେତ୍ରରେ। ସମ୍ବଲପୁରର ଏକ ଅନାଥ ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଫିନଲ୍ୟାଣ୍ଡ ଦେଶର ଜଣେ ମହିଳା । ଅଧିକ ପଢ଼ନ୍ତୁ

finland woman adopted the orphaned child in sambalpur
ଅସହାୟ ଶିଶୁକନ୍ୟାକୁ ଆଦରିଲେ ଫିନଲ୍ୟାଣ୍ଡ ମହିଳା

ସମ୍ବଲପୁର: କାହା ଭାଗ୍ୟ କେତେବେଳେ ଯେ ବଦଳିଯାଏ ତାହା ଜାଣି ହୁଏନାହିଁ । ଠିକ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରର ଜଣଏ ଅନାଥ ଶିଶୁ କ୍ଷେତ୍ରରେ । ଜନ୍ମ ହୋଇଥିଲା ଭାରତରେ ହେଲେ ବଢ଼ିବ ଫିନଲ୍ୟାଣ୍ଡରେ । ସମ୍ବଲପୁରର ଏକ ଅନାଥ ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଫିନଲ୍ୟାଣ୍ଡ ଦେଶର ଜଣେ ମହିଳା । ଫିନଲ୍ୟାଣ୍ଡର ଉକ୍ତ ମହିଳା ଜଣକ ହେଲେ ଜେନି ଓଏନିଏନ । ସେ ଫିନଲ୍ୟାଣ୍ଡ ଦେଶର ହେଲସିଙ୍କ ସହରର ଅଟନ୍ତି । ସେ ପ୍ରଥମେ ଦିଲ୍ଲୀର Central Adoption Resource Agencyରେ ଶିଶୁ ଗ୍ରହଣ ପାଇଁ ଆବେଦନ କରିଥିଲେ ।

ଏହାପରେ ସମ୍ବଲପୁର ଆସି ଜିଲ୍ଲା ପ୍ରଶାସନର DCPO ବିଭାଗ ସହ ଯୋଗାଯୋଗ କରିଥିଲେ । ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ସମ୍ପନ୍ନ କରି ଶିଶୁକନ୍ୟାକୁ ଗ୍ରହଣ କରିଛନ୍ତି । ଶିଶୁଟିର ଜନ୍ମ 06.08.2021ରେ ହୋଇଥିବା ବେଳେ ଛଚ୍ଛାନପାଲି ସ୍ଥିତ ରୁକ୍ମିଣୀ ଲାଠ ବାଳ ନିକେତନରେ ରହିଆସୁଥିଲା । ଶିଶୁଟିକୁ ପାଇବା ପରେ ଉକ୍ତ ମହିଳା ଖୁସି ଅନୁଭବ କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.