ETV Bharat / state

ସମ୍ବଲପୁରରେ ଧାନକ୍ରୟ ପ୍ରକ୍ରିୟାରେ କଟନୀ ଛଟନୀକୁ ଚାଷୀଙ୍କ ବିରୋଧ - irregular paddy procurement in sambalpur

ସମ୍ବଲପୁରରେ ଧାନକ୍ରୟ ପ୍ରକ୍ରିୟାରେ ଅତ୍ୟଧିକ କଟନୀ ଛଟନୀ ଅଭିଯୋଗ କରି ସମବାୟ ଉପନିବନ୍ଧକଙ୍କ ଅଫିସ ଘେରିଲେ ଚାଷୀ । ଅଧିକ ପଢନ୍ତୁ...

ସମ୍ବଲପୁରରେ ଧାନକ୍ରୟ ପ୍ରକ୍ରିୟାରେ କଟନୀ ଛଟନୀକୁ ଚାଷୀଙ୍କ ବିରୋଧ

author img

By

Published : Dec 10, 2020, 8:38 PM IST

ସମ୍ବଲପୁର: ଧାନକ୍ରୟ ପ୍ରକ୍ରିୟାରେ କଟନୀ ଛଟନୀକୁ ଚାଷୀଙ୍କ ବିରୋଧ । ସମ୍ବଲପୁର ସମବାୟ ସମିତି ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଚାଷୀ । ବର୍ତ୍ତମାନ ସମଗ୍ର ସମ୍ବଲପୁର ଜିଲ୍ଲାରେ ଏମଏସପି, ଟୋକନର ଅବ୍ୟବସ୍ଥା ସହ କଟନୀଛଟନୀ ସମସ୍ୟାରେ ଚାଷୀ ଛନ୍ଦି ହୋଇ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି ।

ସମ୍ବଲପୁରରେ ଧାନକ୍ରୟ ପ୍ରକ୍ରିୟାରେ କଟନୀ ଛଟନୀକୁ ଚାଷୀଙ୍କ ବିରୋଧ

ବିଶେଷ କରି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନସଂଗ୍ରହରେ ସମସ୍ୟା ଦେଖାଦେବା ସହ ମିଲର୍ସ ବି ନାନା ବାହାନା ଦେଖାଇ କଟନୀଛଟନୀ କରୁଥିବାରୁ ଚାଷୀ କ୍ଷତିର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଚାଷୀଙ୍କ ଧାନକୁ ମିଲରମାନେ କୁଇଣ୍ଟାଲ ପିଛା ୬ କିଲୋଗ୍ରାମରୁ ୭ କିଲୋଗ୍ରାମ ପର୍ଯ୍ୟନ୍ତ କାଟୁଥିବା ଅଭିଯୋଗ କରିଛନ୍ତି ଚାଷୀ । ଏହାର ପ୍ରତିବାଦରେ ଆଜି(ଗୁରୁବାର) ଜିଲ୍ଲାର ଧନକଉଡା ବ୍ଳକ ବିଶାଳଖିଣ୍ଡା ଅଞ୍ଚଳର ଚାଷୀମାନେ ସମ୍ବଲପୁର ସମବାୟ ସମିତିର ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଘେରାଓ କରିଛନ୍ତି ।

ଦୀର୍ଘ ସମୟ ଧରି ଚାଷୀମାନଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ କେବଳ ଚାଷୀ ଆଶ୍ୱାସନା ପାଇଥିବା କୁହାଯାଉଛି । ଏଥିସହ ବିଶାଳଖିଣ୍ଡାର ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ମିଲର୍ସ ଓ ଜିଲ୍ଲା ପ୍ରଶାସନ ସବୁ ଜାଣିଶୁଣି କଟନୀ ଛଟନୀ କରୁଛନ୍ତି । ଗୋଟିଏ କୁଇଣ୍ଟାଲରେ 7 ରୁ 8 ଜେଜି କଟନୀ ଛଟନୀ କରୁଛନ୍ତି ମିଲର୍ସ । ଅନ୍ୟପଟେ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି ବିଶାଳଖିଣ୍ଡାର ଚାଷୀ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.