ସମ୍ବଲପୁର: ଟୋକନ ବ୍ୟବସ୍ଥାକୁ ବିରୋଧ କରି ଗୁରୁବାର ସମ୍ବଲପୁର ଚାଷୀ ରାଜରାସ୍ତା ଅବରୋଧ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ବୁଧବାର ସମ୍ବଲପୁର ସର୍କିଟ ହାଉସରେ ମନ୍ତ୍ରୀ ସୁଶାନ୍ତ ସିଂ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଚାଷୀଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।
ଏହି ବୈଠକରେ ମନ୍ତ୍ରୀ ଶୁସାନ୍ତ ସିଂ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ସମ୍ବଲପୁର ଡିଆଇଜି, ସମ୍ବଲପୁର ଜିଲ୍ଲାପାଳ, ଏସପି, ଚାଷୀନେତା ଅଶୋକ ପ୍ରଧାନ ପ୍ରମୁଖ ଯୋଗ ଦେଇ ଧାନ ବିକ୍ରି ନେଇ ଆଲୋଚନା ହୋଇଛି । ଏଥିରେ ଟୋକନ ବ୍ୟବସ୍ଥାରେ କିଛି ସରଳୀକରଣ କରାଯିବ ବୋଲି ମନ୍ତ୍ରୀ ଶୁସାନ୍ତ ସିଂ କହିଛନ୍ତି ଓ ଚାଷୀଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଅଲୋଚନା ହୋଇଥିବା ମନ୍ତ୍ରୀ କହିଛନ୍ତି। ଏହାସହ ଗୁରୁବାର ଠାରୁ ଧାନ କ୍ରୟ ସ୍ଵଭାବିକ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ତେବେ ଚାଷୀ କହିଛନ୍ତି ଯେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଗୁରୁବାର ରାସ୍ତାରୋକ ହେବ ନା ନାହିଁ ସେନେଇ ନିଷ୍ପତ୍ତି ହେବ।
ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ