ETV Bharat / state

ଫସଲ ନଷ୍ଟ ହେବାରୁ ଆତ୍ମହତ୍ୟା ଉଦ୍ୟମ କଲେ ଚାଷୀ, ମେଡିକାଲ ଚଟାଣରେ ଚାଲିଛି ଚିକିତ୍ସା - ଚାଷୀ ସମସ୍ୟା

ସମ୍ବଲପୁର ସଦର ଥାନା ଅଞ୍ଚଳ ଚାଷୀ ଆତ୍ମହତ୍ୟା ଉଦ୍ୟମ । ଫସଲ ନଷ୍ଟ ସହ ଋଣ ଭାର ଯୋଗୁଁ ଚାଷୀ ଜଣକ ବିଷ ପିଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଫସଲ ନଷ୍ଟ ହେବାରୁ ଆତ୍ମହତ୍ୟା ଉଦ୍ୟମ କଲେ ଚାଷୀ, ମେଡିକାଲ ଚଟାଣରେ ଚାଲିଛି ଚିକିତ୍ସା

author img

By

Published : Oct 23, 2021, 8:02 AM IST

ସମ୍ବଲପୁର: ଫସଲ ନଷ୍ଟ ସହ ଋଣ ଭାର ସହି ନ ପାରି ବିଷ ପିଇଲେ ଚାଷୀ । ସମ୍ବଲପୁର ସଦର ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା । ଚାଷ କାର୍ଯ୍ୟରେ କ୍ଷୟକ୍ଷତି ହେବା ପରେ ଋଣ ଭାର ନେଇ ଚିନ୍ତାଗ୍ରସ୍ତ ଜଣେ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ମାତ୍ର ମେଡିକାଲରେ ବେଡ୍ ନ ମିଳିବାରୁ ଚଟାଣରେ ତାଙ୍କୁ ଚିକିତ୍ସା କରାଯାଉଥିବାର ଦେଖିବାକୁ ମିଳିଛି ।

ଫସଲ ନଷ୍ଟ ହେବାରୁ ଆତ୍ମହତ୍ୟା ଉଦ୍ୟମ କଲେ ଚାଷୀ, ମେଡିକାଲ ଚଟାଣରେ ଚାଲିଛି ଚିକିତ୍ସା

ସୂଚନାଯୋଗ୍ୟ, ସଦର ଥାନା ଅନ୍ତର୍ଗତ ଗମ୍ଭାରକଣ୍ଟା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଗାଁର ଶ୍ରଦ୍ଧାକର ସାହୁ ନାମକ ଜଣେ ଚାଷୀ ବହୁ ପ୍ରକାର ଚାଷ କରିଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ ସେ ୧୦ ହଜାର ଟଙ୍କାରେ ମାଛ ଚାଷ, ୧୦ ହଜାର ଟଙ୍କା ଖର୍ଚ୍ଚ କରି ଫୁଲ କୋବି ଚାଷ, ଏକର ଏକର ଜମିରେ ଭେଣ୍ଡି ଚାଷ ସହ ଧାନ ଓ ଗେଣ୍ଡୁ ଫୁଲ ଚାଷ କରିଥିଲେ । ମାତ୍ର ସବୁତକ ଫସଲ ନଷ୍ଟ ହୋଇଯାଇଛି ।

ଟଙ୍କା ଋଣ ଆଣି ଚାଷ କରିଥିଲେ ମଧ୍ୟ ସବୁଯାକ ଚାଷ ନଷ୍ଟ ହୋଇଯିବା ଯୋଗୁଁ ଶ୍ରଦ୍ଧାକର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ବେଡ୍ ନ ମିଳିବା କାରଣରୁ ହସ୍ପିଟାଲ ଚଟାଣ ଉପରେ ବର୍ତ୍ତମାନ ତାଙ୍କୁ ଚିକିତ୍ସା କରାଯାଉଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.