ETV Bharat / state

ତେରବେଡାରେ ପୂଜା ପାଉଛନ୍ତି କୁନ୍ତି ଦେବୀ, ମାନସିକ ପୂରଣ ହେଲେ ବଳୀ ବଦଳରେ ଛଡାଯାଏ କୁକୁଡ଼ା !

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ତେରବେଡା ଠାରେ ପୂଜା ପାଉଛନ୍ତି କୁନ୍ତୀ ଦେବୀ । ମାନସିକ ପୂରଣ କରିଥିବା କଇଁଦା ଦେବୀଙ୍କ ଠାରେ ବଳି ପ୍ରଥାକୁ ନେଇ ରହିଛି ସ୍ବତନ୍ତ୍ର ପରମ୍ପରା । ଅଧିକ ପଢ଼ନ୍ତୁ

kunti devi temple in terabeda sambalpur
ତେରବେଡାରେ ପୂଜା ପାଉଛନ୍ତି କୁନ୍ତି ଦେବୀ, ବଳି ପରମ୍ପରାକୁ ନେଇ ଭିନ୍ନ ବାର୍ତ୍ତା
author img

By

Published : Sep 16, 2022, 5:50 PM IST

ସମ୍ବଲପୁର: ମହାଭାରତରେ ବର୍ଣ୍ଣିତ କୁନ୍ତୀ ଦେବୀଙ୍କୁ କିଏ ବା ନଜାଣେ । ମହାଭାରତ ଯୁଦ୍ଧରେ ପଞ୍ଚୁ ପାଣ୍ଡବଙ୍କ ମାଆ କୁନ୍ତିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । ତେବେ କେଉଁଠି ମନ୍ଦିରରେ କୁନ୍ତୀ ଦେବୀଙ୍କୁ ପୂଜା କରାଯାଉଥିବା କଥା ବୋଧେ କେହି ଜାଣି ନଥିବେ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ତେରବେଡା ଠାରେ ରହିଛି ମା' କୁନ୍ତୀଙ୍କ ମନ୍ଦିର (kunti devi temple in terabeda sambalpur)। ଯେଉଁଠି ତାଙ୍କୁ ପ୍ରତ୍ୟକ୍ଷ ଦେବୀ ରୂପେ ପୂଜା କରାଯାଏ । ସ୍ଥାନୀୟ ଲୋକ କଇଁତା ଦେବୀ ବୋଲି କୁହନ୍ତି। ଯିଏ ଯେଉଁ ମାନସିକ କରେ ତାହା ପୂରଣ ହୁଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ। ସବୁଠାରୁ ବଡ଼ କଥା ହେଲା ଏହି ସ୍ଥାନରେ ମାନସିକ ପୂରଣ ହେଲେ ବଳୀ ଦିଆଯାଏ ନାହିଁ।

ତେରବେଡାରେ ପୂଜା ପାଉଛନ୍ତି କୁନ୍ତି ଦେବୀ

ପଶ୍ଚିମ ଓଡ଼ିଶାରେ ଅନେକ ଦେବୀ ପୀଠ ରହିଛି । ଯେଉଁଠି ଆଜି ବି ବଳୀପ୍ରଥା ରହିଛି। କିଛି ଲୋକ ଏହାକୁ ଅନ୍ଧବିଶ୍ୱାସ କହୁଥିବା ବେଳେ କିଛି ଏହାକୁ ବିଶ୍ୱାସ କରିଥାନ୍ତି । ରେଢ଼ାଖୋଲ ରୁ ନାକଟିଦେଉଳ ଯିବା ରାସ୍ତାରେ ତେରବେଡା ଗାଁ ଛକରେ ହାତୀଧାରା ଜଙ୍ଗଲର ପାଦ ଦେଶରେ ମା'ଙ୍କ ମନ୍ଦିର ଅବସ୍ଥିତ। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ମା' ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ । ସେଥିପାଇଁ ଲୋକଙ୍କ ଅଗାଢ ବିଶ୍ୱାସ ରହିଛି। ରାଜା ରାଜୁଡା ଅମଳରୁ ଏହି ସ୍ଥାନରେ ଦେବୀ ପୂଜା ପାଉଛନ୍ତି । ଏହି ମନ୍ଦିରରେ ମାନସିକ ପୂରଣ ହେଲେ ମାନସିକଧାରୀ ଏକ ଜୀବନ୍ତ କୁକୁଡ଼ା ଛାଡିବାର ପରମ୍ପରା ରହିଛି । ଏଠାକୁ ଆସିଲେ ମନ୍ଦିର ସମ୍ମୁଖରେ ଶହଶହ କୁକୁଡ଼ା ବୁଲୁଥିବାର ଦେଖିବାକୁ ମିଳନ୍ତି। ଛଡା ଯାଉଥିବା କୁକୁଡ଼ାମାନେ ରାତିରେ ଏଠାରେ ଥିବା ବରଗଛ ଉପରେ ରୁହନ୍ତି। ନିର୍ଭୟରେ ଏଠି କୁକୁଡ଼ାମାନେ ବୁଲନ୍ତି । କୌଣସି ପଶୁପକ୍ଷୀ କିମ୍ବା ମଣିଷ ଏମାନଙ୍କୁ କ୍ଷତ ପହଞ୍ଚାନ୍ତି ନାହିଁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଅଙ୍ଗନବାଡ଼ି କେନ୍ଦ୍ରରେ ଅଘଟଣ, ଗରମ ପେଜ ପଡି ଶିଶୁ ଗୁରୁତର

ଆହୁରି ମଧ୍ୟ କହିଛନ୍ତି, "ରାଜା ରାଜୁଡା ଅମଳରେ ରାଜା ଏହି ସ୍ଥାନରେ ହାତୀରୁ ଓହ୍ଲାଇ ମା'ଙ୍କ ଦର୍ଶନ କରୁଥିଲେ ଓ ଏହି ଅଞ୍ଚଳକୁ ଚାଲି ଚାଲି ପାରି ହେଉଥିଲେ ।" ସମ୍ବଲପୁରର ଏହି ନିଆରା ଦେବୀ ପୀଠଟି ବହୁ ଦିନରୁ ରହିଛି । ପୂର୍ବରୁ ଏଠାରେ କୌଣସି ମନ୍ଦିର ନଥିଲା । ଗତ କିଛି ବର୍ଷ ହେଲା ଏଠାରେ ମନ୍ଦିର ନିର୍ମାଣ ହୋଇଛି ।

ଏହି ରାସ୍ତାରେ ଯାତାୟତ କରୁଥିବା ପ୍ରତ୍ୟେକ ବ୍ୟକ୍ତି ମା'ଙ୍କୁ ଦର୍ଶନ କରିବା ପରେ ଆଗକୁ ଯାଇଥାନ୍ତି। ପ୍ରତ୍ୟେକ ବର୍ଷ ଦୀପାବଳୀରେ ଏଠାରେ ମା'ଙ୍କ ମୁଖ୍ୟ ପୂଜା ହୋଇଥାଏ। ଆଜି ବି ଅନେକ ଦେବୀପୀଠରେ ପ୍ରଚଳିତ ରହିଛି ବଳିପ୍ରଥା । କିନ୍ତୁ କଇଁତା ଦେବୀଙ୍କଠାରେ କାହିଁ କେଉଁ ଅମଳରୁ ଚାଲିଆସିଥିବା ପରମ୍ପରା ସମାଜକୁ ଏକ ଭିନ୍ନ ବାର୍ତ୍ତା ଦେଉଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.